ବାପାକୁ ବଟକରା ଏବଂ ହାତୁଡ଼ିରେ ପିଟି ପିଟି ହତ୍ୟା କଲା ପୁଅ : ଶ୍ବଶୁର-ବୋହୂ ମଧ୍ୟରେ ଅନୈତିକ ସମ୍ପର୍କ ଥିବା ସନ୍ଦେହ

Published By : Prameya-News7 Bureau | November 16, 2020 IST

ନୂଆଦିଲ୍ଲୀ ୧୬/୧୧: ଦିଲ୍ଲୀରେ ଦିପାବଳୀ ଦିନ ଜଣେ ଯୁବକ ନିଜ ବାପାଙ୍କୁ ତରାଜୁର ବଟକରା ଏବଂ ଓଢ଼ଣିରେ ତଣ୍ଟି ଚିପି ହତ୍ୟା କରି ଦେଇଛି।ଅଭିଯୁକ୍ତ ପୁଅର ସନ୍ଦେହ ଥିଲା ଯେ ବୋହୂଙ୍କ ସହ ଶ୍ବଶୁରର ଅନୈତିକ ସମ୍ପର୍କ ରହିଛି। ଏହି କାରଣରୁ ସେ ଏହି କାଣ୍ଡ ଘଟାଇଥିଲା। ବର୍ତ୍ତମାନ ପୋଲିସ୍ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅକୁ ଗିରଫ କରିଛି ଏବଂ ମାମଲାର ତଦନ୍ତ କରୁଛି।

ଦିଲ୍ଲୀର ଦ୍ବାରକା ଜିଲ୍ଲାର ଉତ୍ତମ ନଗର,ଓମ୍ ବିହାର ଫେଜ୍ ୫ଅଞ୍ଚଳରେ ଦୀପାବଳି ଦିନ ପୁଅ ନିଜ ୬୦ବର୍ଷ ବୟସ୍କ ବାପାଙ୍କ ନିର୍ମମ ହତ୍ୟା କରିଛି। ହତ୍ୟାର କାରଣ ବୋହୂ ଏବଂ ବାପାଙ୍କ ମଧ୍ୟରେ ଅନୈତିକ ସମ୍ପର୍କକୁ ନେଇ ସନ୍ଦେହ ଏବଂ ଝଗଡ଼ା ବୋଲି କୁହାଯାଉଛି।ସୂଚନା ଅନୁଯାୟୀ ମୃତକଙ୍କ ନାଁ ଦିଲୀପ ଥିଲା ଏବଂ ସେ ନିଜ ୨ପୁଅ ଏବଂ ବୋହୂ ସହ ରହୁଥିଲା। ବଡ଼ ପୁଅ ଅବଧେଶ ମୂଲ ମଜୁରୀ ଲାଗୁଥିଲା ଏବଂ କିନ୍ତୁ ଏବେ ବେକାର ଥିଲା।

ବଡ଼ ପୁଅ ଅବଧେଶ ନିଜ ସ୍ତ୍ରୀ ସହ ବାପାଙ୍କ ଅନୈତିକ ସମ୍ପର୍କ ଥିବା ସନ୍ଦେହ କରି ସବୁବେଳେ ବାପାଙ୍କ ସହ ଝଗଡ଼ା କରୁଥିଲା। ଏଥିପାଇଁ କିଛି ଦିନ ତଳେ ବଡ଼ ପୁଅ ନିଜ ସ୍ତ୍ରୀଙ୍କୁ ଗାଁକୁ ପଠାଇ ଦେଇଥିଲା। ସେହିପରି ଦୀପାବଳି ଦିନ ସାନ ପୁଅ ଘରୁ ବାହାରକୁ ଯାଇଥିଲା।

ଘରେ ବଡ଼ ପୁଅ ଅବଧେଶ ନିଜ ବାପାଙ୍କୁ ନିକିତିର ବଟକରା ଏବଂ ହାତୁଡ଼ିରେ ପିଟି ପିଟି ଲହୁଲୁହାଣ କରି ଦେଇଥିଲା। ଏଥିରେ ମନ ଶାନ୍ତି ନ ହେବାରୁ ଓଢ଼ଣୀରେ ବାପାଙ୍କ ତଣ୍ଟି ଚିପି ନିର୍ମମ ହତ୍ୟା କରି ଦେଇଥିଲା ଏବଂ ଘରେ ତାଲା ଲଗାଇ ଫେରାର ହୋଇଯାଇଥିଲା। ଘରେ ସାନ ପୁଅ ଫେରିବାରୁ ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାପାଙ୍କ ମୃତଦେହ ଦେଖିଥିଲେ। ଏହା ପରେ ସେ ମାମଲା ବିଷୟରେ ପୋଲିସକୁ ସୂଚନା ଦେଇଥିଲେ।ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତକଙ୍କ ଶବକୁ ଫରେନସିକ ତଦନ୍ତ ପରେ ପୋଷ୍ଟମର୍ଟମ ପାଇଁ ପଠାଇ ଦେଇଛି।

ଉତ୍ତମ ନଗର ଥାନା ପୋଲିସ୍ ହତ୍ୟା ମାମଲା ରୁଜୁ କରି ଅଭିଯୁକ୍ତ ପୁଅ ଅବଧେଶକୁ ଗିରଫ କରିଛି ଏବଂ ହତ୍ୟାରେ ବ୍ୟବହାର ହୋଇଥିବା ବଟକରା ଏବଂ ଓଢ଼ଣୀ ଜବତ କରିଛି। ବର୍ତ୍ତମାନ ପୋଲିସ୍ ମାମଲାର ତଦନ୍ତ କରୁଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.