ଅଭାବନୀୟ : ସାମାନ୍ୟ ବଚସାରୁ ବାପାକୁ ହତ୍ୟା କଲା ପୁଅ

Published By : Prameya-News7 Bureau | January 04, 2020 IST

ଜୟପୁର ୪।୧: ବାପାଙ୍କୁ ହତ୍ୟା କଲା ପୁଅ । ଏଭଳି ଅଭାବନୀୟ ଘଟଣା ଘଟିଛି କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ୍ ଅନ୍ତର୍ଗତ ଡୁମୁରିପଦର ପଞ୍ଚାୟତର ପାଳିଗୁମାଣ୍ଡି ଗାଁରେ । ଅଭିଯୁକ୍ତ ପୁଅ ଗିରଫ । ଘଟଣାର ତଦନ୍ତ କରୁଛି ପୋଲିସ ।

{"id":206515,"sizeSlug":"large"}

ସୂଚନାଯୋଗ୍ୟ ଯେ, ପାଳିଗୁମାଣ୍ଡି ଗାଁର ସେହି ଗାଁର ଦମୁ ଦିଶାରୀ ଏବଂ ତାଙ୍କ ପୁଅ ସଦନ ଦିଶାରୀଙ୍କ ମଧ୍ୟରେ କୌଣସି କାରଣକୁ ବଚସା ହୋଇଥିଲା । ସାମାନ୍ୟ ବଚସା ଏତେ ଉଗ୍ର ରୂପ ନେଇଥିଲା ଯେ, ବାପା ଦମୁକୁ ହତ୍ୟା କରିଛି ପୁଅ ସଦନ । ମୃତକ ଦମୁ ଦିଶାରୀଙ୍କ ବୟସ ୬୦ବର୍ଷ ହେବ । ଖବର ପାଇ ଘଟଣାସ୍ଥଳରେ ସେମିଳିଗୁଡା ପୋଲିସ ପହଞ୍ଚି ମୃଦେହକୁ ଜବତ କରିଛି । ଶବ ବ୍ୟବଚ୍ଛେଦ ପାଇଁ କୋରାପୁଟ ସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ହସ୍ପିଟାଲକୁ ମୃତଦେହ ପଠାଇ ଦିଆଯାଇଛି । ଅଭିଯୁକ୍ତ ପୁଅ ସଦନକୁ ପୋଲିସ ଗିରଫ କରିବା ସହ ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.