କୁରାଢୀରେ ବାପାକୁ ହତ୍ୟା କଲା ସାନପୁଅ, ଦୁଇ ଗିରଫ

Published By : Prameya-News7 Bureau | June 29, 2019 IST

ରେଢାଖୋଲ ୨୯|୬: ଜମି ବିବାଦକୁ କେନ୍ଦ୍ର କରି ସାନପୁଅର କୁରାଢି ଚୋଟରେ ବାପାର ମୃତ୍ୟୁ । ରେଢାଖୋଲ ଥାନା ଲୁହାପଙ୍କ ପଚଂ।ୟତ ବେଲଡିହି, ନୟାପଲ୍ଲୀ ଗାଁରେ ଆଜି ସକାଳେ ଜମିବାଡି ଭାଗବଣ୍ଟାକୁ ନେଇ ସାନପୁଅ ରାମେଶ୍ବର ଗିଲୁଆ ,ବାପା ରୁହିଦାସ ଗିଲୁଆ ସହ କଥା କଟାକଟି ହେଉଥିଲେ । ହଠାତ ରାଗିଯାଇ ସାନପୁଅ ରାମେଶ୍ବର ପାଖରେ ଥିବା କୁରାଢିରେ ବାପାକୁ ଆକ୍ରମଣ କରିଥିଲା । ମୁଣ୍ଡ,ବେକ,ଛାତିରେ ବାରମ୍ବାର ଆକ୍ରମଣ ହେବାରୁ ଘଟଣା ସ୍ଥଳରେ ରୁହିଦାସଙ୍କ ମୃତ୍ୟୁ ହୋଇଥିଲା ବୋଲି  ପରିବାର ଲୋକେ ଅଭିଯୋଗ କରିଛନ୍ତି । ହତ୍ୟା ଅଭିଯୋଗରେ ସାନପୁଅ ଓ ଅନ୍ୟଜଣକୁ ଗିରଫ କରାଯାଇଛି ହତ୍ୟାରେ ବ୍ୟବହୃତ କୁରାଢିକୁ ଜବତ କରାଯାଇଛି ବୋଲି ଥାନା ଅଧତ୍କାରୀ କହିଛନ୍ତି। 

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.