Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଦଳିଲେ ବିଏମ୍‌ସି କମିଶନର, ପ୍ରେମଚନ୍ଦ୍ର ଚୌଧରୀଙ୍କ ସ୍ଥାନରେ ସଞ୍ଜୟ ସିଂହଙ୍କୁ ଦାୟିତ୍ୱ
  • ||
  • ଡେଲାଙ୍ଗ : କଣାସ ଗାଁ ସମତେ ବଜାରକୁ ୭ଦିନ ଯାଏଁ କଣ୍ଟେନମେଣ୍ଟ ଜୋନ୍‌ ଘୋଷଣା, ସଂକ୍ରମଣ ବୃଦ୍ଧିକୁ ଦେଖି ନିଷ୍ପତ୍ତି
  • ||
  • କେନ୍ଦୁଝର ଜେଲ୍‌ରେ ପଶିଲା କରୋନା, ୯ କଏଦୀ କୋଭିଡ଼ ସଂକ୍ରମିତ
  • ||
  • ରକ୍ତମୁଖା ଲାଲ୍‌ବାହିନୀ, ଯବାନଙ୍କୁ ଘରୁ ଟେକି ନେଇ ଗଳାକାଟି କଲେ ହତ୍ୟା
  • ||
  • ରାଜ୍ୟରେ କରୋନା ନେଲା ଆଉ ୧୭ଜଣଙ୍କ ଜୀବନ, ୨୨୩୨ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||
  • ୧୦ ହଜାର ଉପରେ କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୧୦୯୮୨ ପଜିଟିଭ୍
  • ||

ବାପାକୁ ପିଟି ପିଟି ମାରିଦେଲା ପୁଅ

7/02/2019 at 10:28 AM

ବ୍ରହ୍ମପୁର ୭|୨: ବାପାକୁ ପିଟି ପିଟି ମାରିଦେଲା ପୁଅ । ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ ଲାଠି ଗାଁରେ ଘଟିଛି ଏଭଳି ଅଭାବନୀୟ ଘଟଣା । ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ । ବାପା ଅଭି ନାୟକଙ୍କୁ ପୁଅ ସୀମାଞ୍ଚଳ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ପୁଅ ସୀମାଞ୍ଚଳକୁ ଅଟକ ରଖି ପୋଲିସକୁ ହସ୍ତାନ୍ତର କରିଛନ୍ତି ଗ୍ରାମବାସୀ ।

ସୂଚନାଯୋଗ୍ୟ ଯେ, ମୃତ ଅଭି ନାୟକଙ୍କ ଦୁଇ ପୁଅଙ୍କ ମଧ୍ୟରୁ ଅଭିଯୁକ୍ତ ସୀମାଞ୍ଚଳ ସାନ ପୁଅ । ବଡପୁଅ ସିକିରିରେ ରହନ୍ତି । ବଡ ପୁଅ ପାଖରେ ହିଁ ବାପା ଅଭି ରହୁଥିଲେ । କିଛିଦିନ ତଳେ ଅଭିଯୁକ୍ତ ବାପା ଓ ଭାଇଙ୍କୁ ଦେଖା କରିବାକୁ ସିକିରି ଯାଇଥିଲା । ତେବେ କୌଣସି କାରଣରୁ ସେଠାରେ ଲୋକଙ୍କ ସହ ସୀମାଞ୍ଚଳର ଝଗଡା ହୋଇଥିଲା । ସୀମାଞ୍ଚଳ ଅତ୍ୟଧିକ ମଦ୍ୟପାନ କରୁଥିଲା । ସିକିରିରେ ଲୋକଙ୍କ ସହ ଝଗଡା ବେଳେ ସୀମାଞ୍ଚଳକୁ ଲୋକେ ବହୁତ ମାର ପିଟ ମଧ୍ୟ କରିଥିଲେ ।

ସିକିରିରେ ଲୋକଙ୍କଠୁ ମାଡ ଖାଇବାପରେ ସିମାଞ୍ଚଳ ଆଉ ଭାଇ ଘରକୁ ନଯାଇ ସିଧାସଳଖ ନିଜ ଗାଁ ଲାଠି ଫେରିଥିଲା । ତେବେ ସାନପୁଅର କଣ ଅବସ୍ଥା ବୋଲି ଚିନ୍ତିତ ହୋଇ ଗତକାଲି ବାପା ଅଭି ନାୟକ ଲାଠି ଆସିଥିଲେ ପୁଅକୁ ଦେଖିବା ପାଇଁ । କିନ୍ତୁ ଗତକାଲି ବିଳମ୍ବିତ ରାତିରେ ବାପ ପୁଅଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ହୋଇଥିଲା । ଝଗଡା ବେଳେ ସିମାଞ୍ଚଳର ଆକ୍ରମଣରେ ଅଭି ନାୟକଙ୍କ ମୃତ୍ୟୁ ହୋଇଛି ।

ଏକଥା ଜାଣିବାପରେ ସିମାଞ୍ଚଳକୁ ଲାଠି ଗ୍ରାମବାସୀ କାବୁ କରି ଅଟକ ରଖିବା ସହ ପୋଲିସକୁ ଖବର ଦେଇଥିଲେ । ପୋଲିସ ପହଞ୍ଚି ଶବ ଜବତ କରିବା ସହ ସିମାଞ୍ଚଳକୁ ଗିରଫ କରିଛି । ସିମାଞ୍ଚଳ ପୋଲିସ ଆଗରେ ଦୋଷ ସ୍ବୀକାର ମଧ୍ୟ କରିଛି ।

   Related Posts