ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ

Published By : Prameya-News7 Bureau | July 21, 2019 IST

ବାଲେଶ୍ବର ୨୧/୭: ପୁଅର ଟାଙ୍ଗିଆ ଚୋଟରେ ବାପାର ମୃତ୍ୟୁ ହୋଇଛି । ବାଲେଶ୍ବର ସୋର ଥାନା ତେଣ୍ଟିଇ ଗ୍ରାମ ପଞ୍ଚାୟତ ବେହେରା ସାହିରେ ଅଭାବନୀୟ କାଣ୍ଡ ଘଟିଛି । ମୃତକ ହେଉଛନ୍ତି ସାହିର ଜୟକୃଷ୍ଣ ମଲ୍ଲିକ । ହତ୍ୟାକାରୀ ପୁଅ ଶରତ ମଳିକ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ଜୟକୃଷ୍ଣ ପୁଅ ଶରତର ମଦ ବେପାରକୁ ଦୀର୍ଘ ଦିନ ଧରି ବିରୋଧ କରିଆସୁଥିଲେ । ଯାହାକୁ ନେଇ ବାପ-ପୁଅଙ୍କ ମଧ୍ୟରେ ଝଗଡା ଚାଲିଥିଲା । ଶନିବାର ରାତିରେ ଜୟକୃଷ୍ଣ ଖାଉଥିବାବେଳେ ଶରତ ଭୁଜାଲିରେ ବାମ ପଟ ଛାତିକୁ ହାଣି ଦେଇଥିଲା । ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.