Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବିରାଟ ବାହିନୀ ଚିତ୍‌ପଟାଙ୍ଗ, ଭାରତକୁ ୫୧ ରନରେ ହରାଇ ସିରିଜ୍ ହାତେଇଲା ଅଷ୍ଟ୍ରେଲିଆ
  • ||
  • କାର୍ତ୍ତିକ ପୂର୍ଣ୍ଣିମାରେ ପବିତ୍ର ଗଙ୍ଗା ସ୍ନାନକୁ ନେଇ ଦୁଇ ଦିନ ପାଇଁ ହରିଦ୍ୱାର ସୀମା ସିଲ୍
  • ||
  • ହାଡଭଙ୍ଗା ଶୀତ ଯୋଗୁଁ ମନାଲିରେ ଜଣକର ମୃତ୍ୟୁ, ଜିରୋ ଡିଗ୍ରୀ ତଳକୁ ଖସିଲା ପାରଦ
  • ||
  • ଡାଲିରେ ୧୫ ଟଙ୍କା ରିହାତି ଦେବେ ସରକାର
  • ||
  • ଭୁବନେଶ୍ୱର : କମିଲା କୋଭିଡ୍ ମୃତ୍ୟୁ ସଂଖ୍ୟା : ଗତ ୨୪ ଘଣ୍ଟାରେ ଯାଇଛି ୪ ମୁଣ୍ଡ, ୧୭୩୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ଭୁବନେଶ୍ୱର : ରାଜ୍ୟରେ ଚିହ୍ନଟ ହେଲେ ୫୧୮ କରୋନା ସଂକ୍ରମିତ, ୩୧୮୩୦୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ସୋର : ଡକାୟତ ଗ୍ୟାଙ୍ଗ୍ ଓ ଗ୍ରାମବାସୀଙ୍କ ମଧ୍ୟରେ ଖଣ୍ଡ ଯୁଦ୍ଧ : ୪ ଗୁରୁତର, ଜଣେ ଗିରଫ
  • ||
  • ନୂଆଦିଲ୍ଲୀ : ଭାରତରେ କମୁଛି ସଂକ୍ରମଣ, ଗତ ୨୪ଘଣ୍ଟାରେ ୪୧୮୧୦ କରୋନା ଆକ୍ରାନ୍ତ ଚିହ୍ନଟ
  • ||
  • ଉଦଳା : ଜମିବାଡି ବିବାଦକୁ କେନ୍ଦ୍ରକରି ଡବଲ ମର୍ଡର ! ସଂମ୍ପର୍କୀୟ ଭାଇ ଓ ପୁତୁରାକୁ ହତ୍ୟା କଲା ଭାଇ
  • ||
  • ଭୁବନେଶ୍ୱର : ବିଜେଡିରୁ ବହିଷ୍କୃତ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ
  • ||

୧୭ ବର୍ଷର ପୁଅ ମାରିଦେଲା ବାପାକୁ, ପ୍ରମାଣ ନଷ୍ଟ କରିବାକୁ ୧୦୦ ଥର ଦେଖିଲା କ୍ରାଇମ୍ ପାଟ୍ରୋଲ, ଏକ ଭୟଙ୍କର ହତ୍ୟାକାଣ୍ଡର ଖୋଲିଲା ରହସ୍ୟ

29/10/2020 at 6:54 PM

ମଥୁରା, ୨୯୧୦:   ୧୭ ବର୍ଷର ପୁତ୍ରର ଜଘନ୍ୟ କାଣ୍ଡ । ନିଜ ବାପାକୁ କଲା ଅତି ନୃଶଂସ ଭାବେ ହତ୍ୟା । ଏପରି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି ଉତ୍ତର ପ୍ରଦେଶର ମଥୁରାର ବୃନ୍ଦାବନ ଗ୍ରାମରେ । ତେବେ ପୁଅଜଣଙ୍କ ୧୦୦ ଥର ଟିଭିରେ କ୍ରାଇମ୍ ପାଟ୍ରୋଲ୍ ଦେଖିବା ପରେ ଏପରି ଜଘନ୍ୟ ହତ୍ୟାକାଣ୍ଡ ଭିଆଇଥିବା ଜଣାପଡିଛି ।

ହତ୍ୟା ପରେ ପୋଲିସ ଅଭିଯୁକ୍ତ ୧୭ ବର୍ଷୀୟ ପୁଅକୁ ଗିରଫ କରିଛି । ପୁଅଜଣଙ୍କ ଦ୍ୱାଦଶ ଶ୍ରେଣୀର ଛାତ୍ର । ପୋଲିସ ଛାତ୍ରର ମୋବାଇଲ ଫୋନ୍ ଯାଞ୍ଚ କରିବା ପରେ ସମସ୍ତ ଘଟଣା ଉପରୁ ପରଦା ହଟିଥିଲା । ସୂଚନାନୁସାରେ, ଗତ ମେ ମାସ ୨ ତାରିଖରେ ଏହି ହତ୍ୟାକାଣ୍ଡ ଘଟିଥିଲା । କୌଣସି କାରଣରୁ ୪୨ ବର୍ଷୀୟ ମନୋଜ ମିଶ୍ର ନିଜ ପୁଅକୁ ଗାଳି କରିଥିଲେ । ଏଥିରେ ଉତକ୍ଷିପ୍ତ ହୋଇ ପୁଅ ଏକ ଲୁହା ରଡ୍ ଆଣି ମନୋଜଙ୍କ ମୁଣ୍ଡକୁ ଆଘାତ କରିଥିଲା । ଏଥିରେ ମନୋଜ ଚେତାଶୂନ୍ୟ ହୋଇ ପଡିଯାଇଥିଲେ । ଏହାପରେ ପୁଅ ଏକ କପଡାରେ ମନୋଜଙ୍କ ମୁହଁକୁ ବନ୍ଦ କରିଦେଇଥିଲା । ଫଳରେ ମନୋଜ ଅଣନିଶ୍ୱାସୀ ହୋଇ ପ୍ରାଣ ତ୍ୟାଗ କରିଥିଲେ ।

ଏହି ଘଟଣା ପରେ ପୁଅ ନିଜ ମାଆ ସହ ମିଶି ବାପାର ମୃତଦେହକୁ ଘରଠାରୁ ୫ କିମି ଦୂରରେ ଥିବା ଏକ ଜଙ୍ଗଲରେ ପେଟ୍ରୋଲ ଓ ଟଏଲେଟ୍ କ୍ଲିନର ଢାଳି ପୋଡି ଦେଇଥିଲା । ତେବେ ୩ ତାରିଖରେ ପୋଲିସ ଏକ ଅର୍ଧଦଗ୍ଧ ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଥିଲା ।

ଏହାମଧ୍ୟରେ ପୁଅ ନିଜକୁ ବଞ୍ଚାଇବା ପାଇଁ କୌଶଳ ଆପଣାଇ ସାରିଥିଲା । ତେବେ ମେ ୨୭ ତାରିଖରେ ମନୋଜ କାମ କରୁଥିବା ସଂସ୍ଥା ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା ।ମନୋଜଙ୍କ କିଛି ସହକର୍ମୀ ମୃତଦେହକୁ ଚିହ୍ନଟ କରିଥିଲେ । ଏହା ପରେ ପୋଲିସ ମନୋଜଙ୍କ ପୁଅକୁ ଥାନାକୁ ଡାକିଥିଲେ ମଧ୍ୟ ପୁଅ ଥାନାକୁ ନଆସି କେଉଁ ଆଉନ ବଳରେ ତାକୁ ଜେରା କରାଯିବ ବୋଲି ଓଲଟା ପ୍ରଶ୍ନ କରିଥିଲା । ପୋଲିସ ପୁଅର ମୋବାଇଲ ଫୋନ୍ ଚେକ୍ କରିବା ପରେ କ୍ରାଇମ ପେଟ୍ରୋଲର ୧୦୦ଟି ଏପିସୋଡ୍ ଦେଖାଯାଇଥିବା ଜଣାପଡିଥିଲା ।

ପୋଲିସର ସନ୍ଦେହ ହେବାରୁ ପୁଅ ଓ ମାଆକୁ ଗିରଫ କରାଯାଇଥିଲା । ଏହାସହ ୧୧ବର୍ଷୀୟ ଝିଅଙ୍କୁ ତାର ଜେଜେବାପାଙ୍କ ପାଖକୁ ପଠାଇ ଦିଆଯାଇଛି ।

   Related Posts