୧୦୦ ଜାଗାରେ ଚଢ଼ାଉ, ୪୦୦ ଲୋକଙ୍କୁ ପଚରାଉଚୁରା, ୭ ଦିନ ପରେ ମାତୃହନ୍ତା ପୁଅକୁ ଧରିଲା ପୋଲିସ

Published By : Prameya-News7 Bureau | September 09, 2021 IST

ନୂଆଦିଲ୍ଲୀ ୦୯/୦୯ : ଦିଲ୍ଲୀର ମୁଣ୍ଡକା ଅଞ୍ଚଳରୁରେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ନିଜ ମା'କୁ ନିର୍ମମ ଭାବେ ଗୁଳି କରି ହତ୍ୟା କରିବା ମାମଲାରେ ପୋଲିସ ଅଭିଯୁକ୍ତ ପୁଅକୁ ଗିରଫ କରିଛି। ସନ୍ଦୀପ ନାମକ ୩୪ ବର୍ଷୀୟ ଅଭିଯୁକ୍ତ ଗତ ୭ ଦିନ ହେଲା ଫେରାର ଥିଲା। ଗୁରୁବାର ଦିନ ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସେପ୍ଟେମ୍ବର ୧ ତାରିଖରେ ସନ୍ଦୀପ ଓ ତା ମା' ମଧ୍ୟରେ ଝଗଡା ହୋଇଥିଲା। ଝଗଡା ପରେ ସେ ନିଅ ମା'ଙ୍କୁ ହତ୍ୟା କରିଥିଲା। ତାପରେ ସେ ଫେରାର ହୋଇଯାଇଥିଲା। ଅଧିକାରୀ କହିଛନ୍ତି ଯେ ପ୍ରଥମେ ସେ ଗାଡି ଡ୍ରାଇଭର କାମ କରୁଥିଲା। କିନ୍ତୁ କିଛି ହେଲା ବେକାର ଥିଲା। ତାକୁ ମଦ ପିଇବା ଅଭ୍ୟାସ ହୋଇଯାଇଥିଲା। ଯେଉଁଥିପାଇଁ ମା' ସବୁବେଳେ ଚିନ୍ତା କରୁଥିଲେ।

ଘଟଣା ଦିନ ରାତିରେ ସନ୍ଦୀପ ଓ ତା' ମା' ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ତାପରେ ଅଭିଯୁକ୍ତ ନିଜ ଉପରେ ନିୟନ୍ତ୍ରଣ ହରାଇ ମା' ଉପରକୁ ଗୁଳି କରିଥିଲା। ଗୁଳି ମହିଳାଙ୍କ ଗଳାରେ ବାଜିଥିଲା।

ପୋଲିସ କମିଶନର ପରବିନ୍ଦର ସିଂହ କହିଛନ୍ତି ଯେ, ୧୦୦ରୁ ଅଧିକ ଜାଗାରେ ଚଢ଼ଉ, ୧୫୦ ସିସିଟିଭି ଫୁଟେଜ ଯାଞ୍ଚ ଓ ୪୦୦ ରୁ ଅଧିକ ଲୋକଙ୍କୁ ପଚରାଉଚୁରା ପରେ ସନ୍ଦୀପକୁ ୭ ତାରିଖରେ ଗିରଫ କରାଯାଇଛି। ୨୦୧୩ରେ ସନ୍ଦୀପ ଋତୁ ନାମକ ମହିଳାଙ୍କୁ ବିବାହ କରିଥିଲା। ଉଭୟଙ୍କ ୫ ବର୍ଷର ଝିଅ ମଧ୍ୟ ଥିଲା। କିନ୍ତୁ ବିବାହର କିଛି ଦିନ ପରେ ସମ୍ବନ୍ଧ ଖରାପ ହୋଇଯାଇଥିଲା ଓ ଋତୁ ନିଜ ମା' ଘରକୁ ଚାଲିଯାଇଥିଲେ। ତାଙ୍କ ଝିଅ ସନ୍ଦୀପ ଓ ତା' ମା' ସହ ରହୁଥିଲା।

ଅଧିକାରୀ କହିଛନ୍ତି ଯେ ସନ୍ଦୀପ ଫେରାର ହେବା ପୂର୍ବରୁ ନିଜ ଫୋନ ଛାଡି ଦେଇଥିଲା ଯେପରି ତାର ଲୋକେସନ ଜଣାନପଡୁ। ମାମଲାରେ ଦୁଇଟି ଦେଶୀ ଅସ୍ତ୍ର, ଏକ ଡମି ପିସ୍ତଲ, ୧୩ଟି ଗୁଳି ଜବତ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.