ମଦ୍ୟପ ବାପାର ଛୁରା ମାଡରେ ଭିନ୍ନକ୍ଷମ ପୁଅ ଗୁରୁତର

Published By : Prameya-News7 Bureau | December 06, 2018 IST

କେନ୍ଦ୍ରାପଡା ୬|୧୨: ମଦ୍ୟପ ବାପାର ଛୁରାମାଡରେ ଭିନ୍ନକ୍ଷମ ପୁଅ ଗୁରୁତର ହୋଇଛି | କେନ୍ଦ୍ରାପଡ଼ା ଜିଲ୍ଲା ନିକିରାଇ ଥାନା ଅନ୍ତର୍ଗତ ଇଟିପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି | ଗାଁର ସୁନାକର ମଲ୍ଲିକ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରି ଗଣ୍ଡଗୋଳ କରିଥିଲେ | ତାଙ୍କ ପତ୍ନୀ ଏହାର ପ୍ରତିବାଦ କରିବାରୁ ସୁନାକର ପତ୍ନୀକୁ ମlଡ ମାରିବା ସହ ଏକ ଧାରୁଆ ଛୁରୀରେ ତାଙ୍କ ଭିନ୍ନକ୍ଷମ ପୁଅ ପ୍ରମୋଦକୁ ଆକ୍ରମଣ କରିଥିଲେ | ପ୍ରମୋଦର ଛାତି ଓ ପେଟରେ ଗଭୀର ଆଘାତ ଲାଗିଛି | ତେବେ ତୁରନ୍ତ ପ୍ରମୋଦଙ୍କୁ ଚିକିତ୍ସା ପାଇଁ କେନ୍ଦ୍ରାପଡ଼ା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି | ଛୁରାମାଡ କରିବାପରେ ଅଭିଯୁକ୍ତ ବାପ ସୁନାକର ଫେରାର ହୋଇଯାଇଥିବା ଜଣାପଡ଼ିଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.