ରାକ୍ଷାସ ଜ୍ବାଇଁର ବର୍ବରକାଣ୍ଡ: ଛୋଟ ପୁଅ, ପତ୍ନୀ ଶ୍ବଶୂରଙ୍କୁ ଗୁଳି କରି ସାରିବା ପରେ ଶେଷରେ ନିଜେ ନିଜକୁ ଗୁଳି କରି କଲା ଆତ୍ମହତ୍ୟା

Published By : Prameya-News7 Bureau | November 04, 2019 IST

ସହରନପୁର୪/୧୧: ଏକ ଛାତିଥରା ଘଟଣା ସାମ୍ନାକୁ ଆସିଛି। ଘରର ଜ୍ବାଇଁ ଶ୍ବଶୂର ଘରେ ପହଞ୍ଚି ନିଜ ପତ୍ନୀ, ଶ୍ବଶୂର ସମେତ ଛୋଟ ପୁଅ ଉପରକୁ ଗୁଳି ବର୍ଷଣ କରିଛି। ପରିବାର ତିନି ସଦସ୍ୟଙ୍କୁ ଗୁଳି କରି ସାରିବା ପରେ ଅଭିଯୁକ୍ତ ଜ୍ବାଇଁ ନିଜେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛି। ଘଟଣାସ୍ଥଳରେ ଶ୍ବଶୂର ଓ ଛୋଟ ପୁଅର ମୃତ୍ୟୁ ହୋଇଥିବାବେଳେ ପତ୍ନୀ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସା ହେଉଛନ୍ତି। ତାଙ୍କ ସ୍ବାସ୍ଥ୍ୟାବସ୍ଥା ଧୀରେ ଧୀର​‌ ଗମ୍ଭୀର ଆଡ଼କୁ ଗତି କରୁଥିବା କଥା ଡାକ୍ତର ସୂଚନା ଦେଇଛନ୍ତି।  ଉତ୍ତର ପ୍ରଦେଶର ସହରନପୁରର ମନହରନପୁର ଗାଁରେ ଏଭଳି ଘଟଣା ଘଟିଛି। ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସୂଚନାଯୋଗ୍ୟ ଯେ ସୋମବାର ରାତିରେ ଅଭିଯୁକ୍ତ ଜ୍ବାଇଁ ସଚିନ୍‌ ଶ୍ବଶୂର ଘରେ ପହଞ୍ଚିଥିଲା। ଅଚାନକ ପରିବାର ତିନି ସଦସ୍ୟଙ୍କୁ ଗୁଳି କରିଥିଲା। ପାରିବାରିକ କଳହକୁ କେନ୍ଦ୍ରକରି ଅଭିଯୁକ୍ତ ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେଉଥିଲା। ସେଥିଲାଗି ଅଭିଯୁକ୍ତର ପତ୍ନୀ ଓ ତାଙ୍କ ଛଅ ମାସର ପୁଅକୁ ସାଙ୍ଗରେ ନେଇ ବାପାଘ​‌ରେ ରହୁଥିଲେ। ଅଭିଯୁକ୍ତ ସ୍ବାମୀ ପ୍ରତିଦିନ ମଦ ପିଇ ସ୍ତ୍ରୀ ଓ ପୁଅଙ୍କୁ ମାରପିଟ୍‌ କରୁଥିଲା। ସ୍ବାମୀର ଏଭଳି ନିର୍ଯାତନା  ସହି ନପାରି ପତ୍ନୀ ବାପାଘରେ ଆଶ୍ରୟ ନେଇଥିଲେ।

ଗୁଳି କରିବା, କାହାକୁ ହଣାକଟା କରିବା ଅଭିଯୁକ୍ତ ସଚ୍ଚିନର ପୁରୁଣା ଅଭ୍ୟାସ। ଛଅ ମାସ ତଳେ ସ୍ବାମୀ ଓ ସ୍ତ୍ରୀଙ୍କ ଝଗଡ଼ାର ସମାଧନା କରିବା  ଲାଗି ତାଙ୍କ ଶଳା ଆସିଥିଲେ।  ଅଭିଯୁକ୍ତ ସଚ୍ଚିନ ରାଗରେ ତାଙ୍କ ଶଳା ଉପରକୁ ଗୁଳି ଚଳାଇଥିଲେ। ଏନେଇ ଥାନାରେ ମାମଲା ରୁଜ୍ଜୁ ହୋଇଥିଲା। ପୁଣି ସଚ୍ଚିନ ଘରର ଜ୍ବାଇଁ ହୋଇଥିବାରୁ ତାଙ୍କୁ ଜେଲରୁ ବାହାର କରି ଦିଆଯାଇଥିଲା। ଜେଲରୁ ଅଭିଯୁକ୍ତ ସ୍ବାମୀ ବାହାରିବା ପରେ ପୁଣି ଏଭଳି ଅଘଟଣ ଘଟାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.