ବିଚିତ୍ର ପରମ୍ପରା : ଭାରତର ଏହି ସ୍ଥାନରେ ହୋଲିରେ ଗଧ ଉପରେ ବସାଇ ବୁଲାଯାଇଥାଏ ନୂଆ ଜ୍ବାଇଁଙ୍କୁ
11/03/2020 at 10:51 AM

ବିଡ ୧୧/୩: ମହାରାଷ୍ଟ୍ରର ବିଡ ଜିଲ୍ଲାର ଏକ ଗାଁରେ ନବେ ବର୍ଷର ପରମ୍ପରା ହୋଲିକୁ ଜୀବିତ ରଖିବା ପାଇଁ ମଙ୍ଗଳବାର ଲୋକେ ଗାଁର ନୂଆ ଜ୍ବାଇଁଙ୍କୁ ଗଧରେ ବସାଇ ବୁଲାଇଥିଲେ ଏବଂ ଏହା ପରେ ତାଙ୍କୁ ତାଙ୍କ ପସନ୍ଦର ପୋଷାକ ପିନ୍ଧାଯାଇଥିଲା।
ବିଡର କେଜ ତହସିଲର ବିଡ଼ା ଗାଁରେ ହୋଲି ଦିନ ଗଧସବାରୀ ଦେଖିବାକୁ ଆଖପାଖ ଲୋକେ ଚାହିଁ ରହିଥାଆନ୍ତି। ଗାଁର ସବୁଠୁ ନୂଆ ଜ୍ବାଇଁଙ୍କୁ ଏଥିପାଇଁ ବଛା ଯାଇଥାଏ ଯେଉଁଥିରେ ୩ରୁ ୪ଦିନ ସମୟ ଲାଗିଥାଏ।
ଏହା ପରେ ସେ ହୋଲି ଦିନ ଯେପରି ଗାଁ ଛାଡ଼ି ଚାଲି ନଯିବେ ଏଥିପ୍ରତି ଗାଁଲୋକେ ତାଙ୍କ ଉପରେ ନଜର ରଖିଥାଆନ୍ତି । ଚଳିତ ବର୍ଷ ବିଡ଼ା ଗାଁରେ ଏହି ସମ୍ମାନ ଦତ୍ତାତ୍ରେୟ ଗାୟକଓ୍ବାଡ଼ଙ୍କୁ ପ୍ରାପ୍ତ ହୋଇଥିଲା।
ଏହି ପରମ୍ପରା ୯୦ବର୍ଷ ତଳେ ଗାଁର ଜଣେ ପ୍ରତିଷ୍ଠିତ ବାସିନ୍ଦା ଆନନ୍ଦରାଓ ଦେଶମୁଖଙ୍କ ଦ୍ବାରା ଆରମ୍ଭ କରାଯାଇଥିଲା। ଏହା ଆନନ୍ଦରାଓଙ୍କ ଜ୍ବାଇଁଙ୍କଠୁ ଆରମ୍ଭ ହୋଇଥିଲା ଏବଂ ସେବେଠୁ ଚାଲି ଆସୁଛି।

ଏହି ଗଧସବାରୀ ଗାଁର ମଧ୍ୟଭାଗରୁ ଆରମ୍ଭ ହୋଇଥାଏ ଏବଂ ହନୁମାନ ମନ୍ଦିରରେ ସକାଳ ୧୧ଟାରେ ଶେଷ ହୋଇଥାଏ। ଏଠାରେ ଗାଁ ଲୋକେ ସବାରୀ କରିଥିବା ବ୍ୟକ୍ତିଙ୍କୁ ତାଙ୍କ ପସନ୍ଦର ପୋଷାକ ଉପହାରସ୍ବରୂପ ଦେଇଥାଆନ୍ତି।