ବିପକ୍ଷଙ୍କ ବିରୋଧରେ କଡ଼ା ହେଲେ ଇମ୍ରାନ ସରକାର, ନୱାଜ୍ ସରିଫଙ୍କ ଜ୍ୱାଇଁ ଗିରଫ

Published By : Prameya-News7 Bureau | October 19, 2020 IST

କରାଚୀ ୧୯।୧୦:  ପାକିସ୍ତାନରେ ବିରୋଧୀ ଦଳ ଏବେ ଏକଜୁଟ ହୋଇ ସରକାରରେ ସେନାର ହସ୍ତକ୍ଷେପକୁ ବିରୋଧ କରୁଛନ୍ତି। ନିକଟରେ ଏକ ଭିଡିଓ କନଫରେନସିଂରେ ମିଆଁ ନୱାଜ ସରିଫ ମିଳିତ ବିରୋଧୀ ଦଳକୁ ସମ୍ବୋଧିତ କରିବା ସହ ସରକାରରେ ସେନା ଦଖଲ ସମାପ୍ତ ନ ହେଲେ ଦେଶର ଗଣତନ୍ତ୍ର ସମାପ୍ତ ହୋଇଯିବ ବୋଲି ଚେତାବନୀ ଦେଇଥିଲେ। ଏହା ପରେ ପରେ ଦେଶରେ ବିରୋଧୀ ଦଳ ପାକ୍ ସେନା ବିରୋଧରେ ଖୋଲାଖୋଲି ଅଭିଯାନ ଚଳାଇଛନ୍ତି। 

{"id":347432,"sizeSlug":"large"}

ଏହିକ୍ରମରେ ସରିଫଙ୍କ ଝିଅ ମରିୟମ ନୱାଜ୍ ରବିବାର ପାକିସ୍ତାନ ମୁସ୍ଲିମ ଲିଗ୍-ନୱାଜର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଥିଲେ। ଏଥିରେ ବିରୋଧୀ ଦଳ ନେତ୍ରୀ ଭାବେ ସେ ପାକିସ୍ତାନ ସରକାର ଓ ସେନାକୁ ଆକ୍ଷେପ କରିଥିଲେ। ଏହି ସଭାରେ ଉପସ୍ଥିତ ଥିବା ମରିୟମଙ୍କ ସ୍ୱାମୀ କ୍ୟାପ୍ଟେନ ସଫଦର ଅୱାନଙ୍କୁ ସୋମବାର ଗିରଫ କରିଥିବା ନିଜେ ମରିୟମ ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚୀତ କରିଛନ୍ତି।

{"id":347433,"width":580,"height":327,"sizeSlug":"large"}

ମରିୟମ ତାଙ୍କ ସ୍ୱାମୀଙ୍କ ସହ କରାଚୀର ଏକ ହୋଟେଲରେ ଅବସ୍ଥାନ କରୁଥିବା ବେଳେ ପୋଲିସ ହୋଟେଲ ରୁମର କବାଟ ଭାଙ୍ଗି ସଫଦରଙ୍କୁ ଗିରଫ କରିଥିବା ତାଙ୍କ ଟ୍ୱିଟ୍‌ ହ୍ୟାଣ୍ଡଲରେ ସୂଚିତ କରିଛନ୍ତି। ମରିୟମ ରବିବାର ସରକାର ବିରୋଧୀ ରାଲିକୁ ସମ୍ବୋଧିତ କରିବାର କିଛି ଘଣ୍ଟା ପରେ ଏହି ଘଟଣା ଘଟିଥିଲା। ମରିୟମ ଏବେ ସେନା ଓ ସରକାର ବିରୋଧରେ ଖୋଲାଖୋଲି କହୁଛନ୍ତି। ରବିବାର କରାଚୀରେ ଅନୁଷ୍ଠିତ ୧୧ ଦଳିୟ ମେଣ୍ଟ ପବ୍ଲିକ୍ ଡେମୋକ୍ରାଟିକ୍ ମୁଭମେଣ୍ଟ (ପିଡିଏମ) ରାଲିକୁ ସମ୍ବୋଧିତ କରିଥିଲେ।

{"id":347434,"sizeSlug":"large"}

ପୋଲିସ କ୍ୟାପ୍ଟେନ ସପଦର ଅୱାନଙ୍କୁ ଜିନ୍ନାଙ୍କ ସମାଧି ପବିତ୍ରତା ହାନୀ ଅଭିଯୋଗରେ ଗିରଫ କରିଛି। ମରିୟମ ପିଡିଏମ ରାଲିକୁ ସମ୍ବୋଧିତ କରିବାକୁ ଯିବା ପୂର୍ବରୁ ଜିନ୍ନାଙ୍କ ସମଧିକୁ ଯାଇଥିଲେ। ଏଠାରେ ଲାଗିଥିବା ଗ୍ରିଲକୁ ସଫଦର ଡେଇଁକି ପଶିଥିଲେ। ସେହିପରି ସେଠାରୁ ବାହରି ଭୋଟକୁ ଇଜ୍ଜତ ଦିଅ ନାରାବାଜୀ କରିଥିଲେ। ମଜାରରେ ହୋ ହଲ୍ଲାକୁ ଶାସକ ପାକିସ୍ତାନ ତେହେରିକ ଏ ଇନସାଫର ନେତାମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ଏ ନେଇ ସେମାନେ ପୋଲିସରେ ଲିଖିତ ଅଭିଯୋଗ ମଧ୍ୟ କରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.