Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଶାଶୂ-ଶ୍ବଶୁର ସମେତ ୨ଶାଳୀଙ୍କୁ ହତ୍ୟା କରି ଘରେ ପୋତିଲା ଜ୍ବାଇଁ : ସାହାଯ୍ୟ କରିଥିଲା ସ୍ତ୍ରୀ

29/08/2020 at 11:44 AM

ରୁଦ୍ରପୁର ୨୯/୮: ଉତ୍ତରାଞ୍ଚଳର ରୁଦ୍ରପୁରରୁ ଏକ ଅଭାବନୀୟ ଘଟଣା ସାମନାକୁ ଆସିଛି। ଏଠାରେ ଘର ଏବଂ ଜାଗା ହଡ଼ପ କରିବା ପାଇଁ ଝିଅ ଏବଂ ଜ୍ବାଇଁ ନିଜ ଭଡ଼ାଟିଆ ବନ୍ଧୁଙ୍କ ସାହାଯ୍ୟରେ ଶାଶୁ-ଶ୍ବଶୁର ଏବଂ ୨ଶାଳୀଙ୍କୁ ହତ୍ୟା କରିଛନ୍ତି। ହତ୍ୟାକାରୀମାନେ ୪ଜଣଙ୍କ ଶବକୁ ଘରେ ଗାତ ଖୋଳି ପୋତିଦେଇଥିଲେ ଏବଂ ନୂଆ ଚଟାଣ କରି ଦେଇଥିଲେ।

୧୬ମାସ ପରେ ଝିଅ ଏବଂ ଜ୍ବାଇଁ ଉତ୍ତରପ୍ରଦେଶର ବରେଲି ଜନପଦର ମୀରଗଞ୍ଜରେ ନିଜ ଶ୍ବଶୁର ହୀରାଲାଲଙ୍କ ମୃତ୍ୟୁର ପ୍ରମାଣ ପତ୍ର କରିବାକୁ ପହଞ୍ଚି ଜାଗାକୁ ନିଜ ନାଁରେ କରିବାକୁ ଉଦ୍ୟମ କରିବାରୁ ଏବିଷୟରେ ତଦନ୍ତ କରାଯାଇଥିଲା। ହତ୍ୟାକାରୀ ସେମାନଙ୍କ ନିଖୋଜ ହୋଇଥିବାର ରୁଦ୍ରପୁର ପୋଲିସ ​ଠାରେ ମାମଲା ରୁଜୁ କରିଥିଲେ। ଏହା ପରେ ଘଟଣା ବିଷୟରେ ପର୍ଦ୍ଦାଫାଶ ହୋଇଥିଲା।

ଏହା ପରେ ପୋଲିସ୍ ନରେନ୍ଦ୍ର ଗଙ୍ଗଓ୍ବାର ଏବଂ ତା ପତ୍ନୀକୁ ଅଟକ ରଖି ଜୋର କରି ପଚାରିବାରୁ ଉଭୟେ ୪ଜଣଙ୍କୁ ହତ୍ୟା କରି ମୃତଦେହକୁ ତାଙ୍କ ଘରେ ପୋତିଥିବାର ମାନିଥିଲେ। ମାଜିଷ୍ଟେଟ୍ ବ୍ୟତୀତ ଫରେନସିକ ବିଶେଷଜ୍ଞ ମଧ୍ୟ ଏହି ମାମଲାର ତଦନ୍ତରେ ଲାଗି ପଡ଼ିଥିଲେ।

ପୋଲିସ୍ ଘର ଭିତରେ ଚଟାଣ ଖୋଳି ମୃତ ଶ୍ବଶୁର ହୀରାଲାଲ,ଶାଶୁ ହେମବତୀ,ଝିଅ ଦୁର୍ଗା ଏବଂ ପାର୍ବତୀଙ୍କ ଶବ ବାହାର କରିଥିଲା। ପୋଲିସର କହିବା​‌ ମୁତାବକ ୬୫ବର୍ଷ ବୟସ୍କ ହୀରାଲାଲ ୨୦୦୬ମସିହାରେ ପରିବାର ସହ ରାଜା କଲୋନୀ ଟ୍ରାଞ୍ଜିଟ୍ କ୍ୟାମ୍ପରେ ରହୁଥିଲେ। ତାଙ୍କ ପାଖ ଗାଁରେ ୧୮ଏକର ଜମି ଏବଂ ଘର ଥିଲା। ଗାଁ ଛାଡ଼ିବା ପୂର୍ବରୁ ସେ ୫ଏକର ଜମି ବିକି ଦେଇଥିଲେ ଏବଂ ଏଥିରୁ ମିଳିଥିବା ଟଙ୍କାରେ ଏଠାରେ ଘର କରିଥିଲେ।

ଦେଢ଼ ବର୍ଷ ହେବ ୪ଜଣଙ୍କ ନିଖୋଜ ହୋଇଥିବାର ସୂଚନା ମିଳିଥିଲା। ଏହା ପରେ ପୋଲିସ ସକ୍ରିୟ ହୋଇଥିଲା ଏବଂ ହତ୍ୟାକାଣ୍ଡର ପର୍ଦ୍ଦାଫାସ କରିଥିଲା। ପୋଲିସ୍ ଅଭିଯୁକ୍ତଙ୍କୁ ଗିରଫ କରିଛି ।

   Related Posts