ଶ୍ବଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ! ଅଭିଯୋଗରେ ୨ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ

Published By : Prameya-News7 Bureau | July 16, 2021 IST

ବ୍ରହ୍ମପୁର ୧୬।୭: ଶ୍ବଶୁର ଘରେ ଜ୍ବାଇଁଙ୍କୁ ହତ୍ୟା ଅଭିଯୋଗ । ଗଞ୍ଜାମ ଜିଲ୍ଲା ଝିକିପଦରରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସର ପଚରାଉଚରା ।

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା ଝିକିପଦର ରଣ୍ଢା ହରିଜନ ସାହି ସ୍ଥିତ ନିଜ ଶ୍ବଶୁର ଘରେ ଯୁବକଙ୍କୁ ପଥରରେ ଛେଚି ଛେଚି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଶ୍ବଶୁର ଘର ଛାତ ଉପରୁ ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଉଛନ୍ତି ଦିଲ୍ଲୀପ ଦାସ । ସେ ଝିକିପଦର ସ୍ଥିତ ନିଜ ଶ୍ବଶୁର ଘରକୁ ଆସିଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି ।

ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡିନାହିଁ । ଅଭିଯୋଗରେ ଦୁଇ ଜଣଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରୁଛି । ଘଟଣାର ଅଧିକ ତଦନ୍ତ ଜାରି ରଖିଛି ପୋଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.