Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ୟାଟସମ୍ୟାନଙ୍କ ପରେ ବିଫଳ ହେଲେ ଆରସିବି ବୋଲର, ‘କର ବା ମର’ ମ୍ୟାଚରେ ୫ ଓ୍ୱିକେଟରେ ଜିତିଲା ହାଇଦ୍ରାବାଦ
  • ||
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||

ଝିଅ-ଜ୍ବାଇଁଙ୍କୁ ବୁଝାଇବା ହେଲା ଭୁଲ୍ : ଶାଶୁର ବେକକୁ କାଟିଲା ଜ୍ବାଇଁ

28/12/2019 at 12:40 PM

ନବରଙ୍ଗପୁର ୨୮/୧୨: ନବରଙ୍ଗପୁରରେ ଘଟିଛି ଏକ ଅଭାବନୀୟ ଘଟଣା । ଜ୍ୱାଇଁ କାଟିଦେଇଛି ଶାଶୁର ବେକ । ଏଭଳି ଘଟଣା ଘଟିଛି ଡାବୁଗାଁ ଅଞ୍ଚଳରେ । ଚନ୍ଦାହାଣ୍ଡି ଗ୍ରାମର ପଦ୍ମା ଡାବୁଗାଁ ଅଞ୍ଚଳରେ ଥିବା ନିଜ ଝିଅ ସସ୍ମିତା ଘରକୁ ଆସିଥିବାବେଳେ କୌଣସି ଏକ ଘରୋଇ କାରଣକୁ  ନେଇ ଝିଅ ସସ୍ମିତା ଓ ଜ୍ବାଇଁ ଉପେନ୍ଦ୍ର ହରିଜନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା ।

  ଝିଅ ଓ ଜ୍ୱାଇଁଙ୍କୁ ମିଳିମିଶି ରହିବା ପାଇଁ ବୁଝାସୁଝା କରିବା ବେଳେ ଜ୍ୱାଇଁ ଉପେନ୍ଦ୍ର ଉତ୍ୟକ୍ତ ହୋଇ ଶାଶୁଙ୍କ ସହିତ ବଚସା କରିଥିଲା । ତେବେ ବଚସା ଉଗ୍ର ରୂପ ନେଇଥିଲା । ଉପେନ୍ଦ୍ର ଏତେ ମାତ୍ରାରେ ରାଗି ଯାଇଥିଲା ଯେ ସିଏ ନିଜର  ହିତାହିତ ଜ୍ଞାନ ଭୁଲି ଯାଇଥିଲା । ଉତକ୍ଷିପ୍ତ ହୋଇ ଏକ ଧାନ କଟିବା ଦାଆରେ ଶାଶୁ ପଦ୍ମାଙ୍କ ବେକକୁ କାଟି ଦେଇଥିଲା । ଆହତ  ଶାଶୁ ପଦ୍ମାଙ୍କୁ ସଙ୍ଗେ ସଙ୍ଗେ ଡାବୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ  ନବରଙ୍ଗପୁର ସ୍ଥିତ ମୁଖ୍ୟ ଚିକିତ୍ସାଳୟକୁ ଆଣି ଚିକିତ୍ସା କରାଯାଉଛି ।

ତେବେ ଝିଅ ସସ୍ମିତା  ଏନେଇ ନିଜ ସ୍ୱାମୀ ଉପେନ୍ଦ୍ର ନାମରେ ନବରଙ୍ଗପୁର ଥାନାରେ ଏତଲା ଦେବାପରେ ଝିଅର ଏତଲା ଆଧାରରେ ଜ୍ୱାଇଁ ଉପେନ୍ଦ୍ରକୁ ନବରଙ୍ଗପୁର ପୋଲିସ ଥାନାକୁ ଆଣି  ଘଟଣା ବାବଦରେ ପଚରାଉଚରା କରି ତାକୁ ନେଇ ତଦନ୍ତ ଆରମ୍ଭ କରିଛି ।

   Related Posts