ଦ୍ୱିତୀୟ ବିବାହ ଯୋଜନା ହେଲା ପଣ୍ଡ, ଗଛରେ ବାନ୍ଧି ନିସ୍ତୁକ ମାଡ ମାରିଲେ ଶ୍ୱଶୁର ଘର ଲୋକେ

Published By : Prameya-News7 Bureau | July 07, 2021 IST

ସୋର ୭/୭ : ଦ୍ୱିତୀୟ ବିବାହ ଯୋଜନା ହେଲା କାଳ । ଶଶୁର ଘରେ ଜ୍ୱାଇଁକୁ ବାନ୍ଧି ନିସ୍ତୁକ ମାଡ ମାରିଲେ ଲୋକ । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ । ଏପରିକି ଗଡାଇ ତଡାଇ ସ୍ତ୍ରୀ, ଶଶୁର ଶାଶୁ ନିସ୍ତୁକ ପିଟିଛନ୍ତି । ସୋର ବ୍ଲକ ବାଳଙ୍ଗ ଗ୍ରାମର ଦିପୁ ଧଳ ସୋର ପୌରପାଳିକା ପୂରୁଣା ମାଛ ହାଟରୁ ବର୍ଷକ ତଳେ ଜୈନେକ ବ୍ୟକ୍ତିଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ l

wp:gallery {"ids":[476782],"linkTo":"none"} /wp:gallery

ଗତକାଲି ଦୀପୁ ଶଶୁର ଘରକୁ ଯାଇଥିଲା l ପୂର୍ଵରୁ ତାର ସ୍ତ୍ରୀ ଶଶୁର ଓ ଶାଶୁ ଦ୍ୱିତୀୟ ବିବାହ ପ୍ରସ୍ତାବ ସମ୍ପର୍କରେ ଖବର ପାଇଥିଲେ l ଦିପୁ ସବୁବେଳେ ମଦ ପିଇ ସ୍ତ୍ରୀକୁ ମାରପିଟ କରୁଥିବାରୁ ତାର ସ୍ତ୍ରୀ ବାପ ଘର ପୂରୁଣା ମାଛ ହାଟକୁ ପଳାଇ ଆସିଥିଲା । ଗତକାଲି ଦିପୁ ଶ୍ୱଶୁର ଘରେ ପହଞ୍ଚିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ସ୍ତ୍ରୀ ଶଶୁର ଶାଶୁ ଦିପୁକୁ ଠେଙ୍ଗାରେ ନିସ୍ତୁକ ପିଟିଥିଲେ । ଆଉ ଏହି ଦୃଶ୍ୟି ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.