ଗୁଣିଗାରେଡି ସନ୍ଦେହରେ ବୃଦ୍ଧା ମା’ଙ୍କୁ ହତ୍ୟା କଲା ପୁଅ, ୬ ମାସ ପୂର୍ବରୁ ନାତିକୁ ମାରିଦେଇଥିବା ଥିଲା ସନ୍ଦେହ

Published By : Prameya-News7 Bureau | December 10, 2020 IST

ଜବଲପୁର ୧୦।୧୨: ଜବଲପୁରର ଗର୍ଦ୍ଦା ଖମାରିଆରେ ଏକ ଅଭାବନୀୟ ଘଟଣା ଘଟିଛି । କଳିଯୁଗର ପୁଅ ୮୦ ବର୍ଷ ବୟସ୍କ ମା’ଙ୍କୁ ହତ୍ୟା କରିଛନ୍ତି । ପୁଅ ସନ୍ଦେହ କରୁଥିଲେ ଯେ, ତାଙ୍କ ମା’ ଗୁଣିଗାରେଡି କରି ତାଙ୍କ ପୁଅଙ୍କୁ ମାରିଦେଇଥିଲେ । ମୃତ ମହିଳାଙ୍କ ଶବକୁ ବ୍ୟବଚ୍ଛେଦ ପାଇଁ ପଠାଇ ପୋଲିସ ଘଟଣାର ତଦନ୍ତ କରିଛି ।

ସୂଚନାଯୋଗ୍ୟ ଯେ, ପନାଘର ଥାନା ଅନ୍ତର୍ଗତ ଗର୍ଦା ଖମରିୟା ଅଞ୍ଚଳର ବିଶ୍ରାମ ତାଙ୍କ ମା’ ଏବଂ ଝିଅ ସହ ରହୁଥିଲେ । ବୁଧବାର ଦିନ ୧ଟା ବେଳେ ବିଶ୍ରାମ ଘରକୁ ଫେରିଥିଲେ । ସେ ତାଙ୍କ ଅଚାନକ ତାଙ୍କ ମା’ଙ୍କ ମୁଣ୍ଡକୁ କୋଦାଳରେ ପାହାର ଦେଇଥିଲେ । ମହିଳା ଜଣଙ୍କ ଘଟଣାସ୍ଥଳରେ ରକ୍ତ ଜୁଡୁବୁଡୁ ହୋଇ ବେହୋସ ହୋଇଯାଇଥିଲେ । କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲା । ମା’ଙ୍କ ମୃତ୍ୟୁ ପରେ ସେ କଣ କରିବ ଜାଣିପାରିନଥିଲା । ଘର ପଛପଟେ ଯାଇ ଲୁଚିଯାଇଥିଲେ । ଘଟଣା ସଂପର୍କରେ ତାଙ୍କ ଝିଅ ପଡୋଶୀମାନଙ୍କୁ ସୂଚନା ଦେଇଥିଲେ । ପଡୋଶୀମାନେ ହତ୍ୟାକାଣ୍ଡ ସମ୍ପର୍କରେ ପୋଲିସକୁ ଜଣାଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଜବତ କରିବା ସହ ଅଭିଯୁକ୍ତ ପୁଅକୁ ଗିରଫ କରିଛି । ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଦେଇ ତଦନ୍ତ ଜାରି ରଖିଛି ।

ପୋଲିସ ଟତଦନ୍ତ ବେଳେ ଜାଣିବାକୁ ପାଇଥିଲା ଯେ, ୬ ମାସ ପୂର୍ବରୁ ବିଶ୍ରାମଙ୍କ ପୁଅଙ୍କ ମୃତ୍ୟୁ ହୋଇଥିଲା । ବିଶ୍ରାମଙ୍କୁ ସନ୍ଦେହ ଥିଲା ଯେ, ତାଙ୍କ ମା’ ଗୁଣିଗାରେଡି ପାଇଁ ତାଙ୍କ ପୁଅକୁ ମାରିଦେଇଥିଲେ । ଏହି ଘଟଣା ପରେ ସେ ମା’ଙ୍କ ଉପରେ କ୍ଷୁବ୍ଧ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.