ମାଆକୁ ପର ପୁରୁଷ ସହ ଅସଂଯତ ଅବସ୍ଥାରେ ଦେଖିଦେଲା ପୁଅ, ରାଗରେ ଉଭୟଙ୍କୁ ଗୁଳିକରି ମାରିଦେଲା, ଭଉଣୀକୁ ଫୋନ୍ କରି ସବୁ କହିଲା….
10/01/2021 at 11:44 AM

ଜୟପୁର,୧୦/୦୧: ମାଆକୁ ହତ୍ୟା କଲା ପୁଅ । ଆଖି ଆଗରେ ପ୍ରେମିକ ସହ ଅସଯଂତ ଅବସ୍ଥାରେ ଥିଲା ମାଆ । ରାଗି ଯାଇ ଏପରି ନାରକୀୟ କାଣ୍ଡ ଘଟାଇଲା ପୁଅ । ଏହାସହ ପ୍ରେମିକକୁ ମଧ୍ୟ ମାରିଦେଲା । ଏପରି ଘଟଣା ରାଜସ୍ଥାନ ଜୟପୁରର କୋଟପୁତଳି ଥାନା ଅଞ୍ଚଳରେ ଆଲୋଡନ ସୃଷ୍ଟି କରିଛି । ତେବେ ଅଭିଯୁକ୍ତ ପୁଅ ଏବେସୁଦ୍ଧା ଫେରାର ଅଛି ।
ସୂଚନାନୁସାରେ, ଗତ ଶନିବାର ସକାଳେ ପୁଅ ପଙ୍କଜ ଚୌଧୁରୀ ମାଆ କୁ ତାର ପ୍ରେମିକ ସହ ଅସଂଯତ ଅବସ୍ଥାରେ ଦେଖି ଦେଇଥିଲା । ଏଥିରେ ସେ ହିତାହିତ ଜ୍ଞାନ ଭୁଲି ଉଭୟଙ୍କୁ ଗୁଳି ମାରି ହତ୍ୟା କରିଥିଲା। ଏହାପରେ ଅଭୀଯୁକ୍ତ ପଙ୍କଜ ଫେରାର ହୋଇଯାଇଥିଲା।
ପୋଲିସ୍ ଏନେଇ ମାମଲା ରୁଜୁ କରି ତଦନ୍ତ କରିବା ସହ ଅଭିଯୁକ୍ତକୁ ଧରିବା ପାଇଁ ଚଢଉ ଜାରି ରଖିଛି। । ତେବେ ମୃତ ମହିଳାଙ୍କ ନାମ ସୁମନ ଚୌଧୁରୀ ହୋଇଥିବା ବେଳେ ତାଙ୍କ ପ୍ରେମିକଙ୍କ ନାମ ମାତାଦିନ ଶେଖାୱାତ୍ ହୋଇଥିବା ଜଣାପଡ଼ିଛି। ଅଲୱାର ଜିଲ୍ଲାର ମାତାଦିନ କୋଟପୁତଳିରେ ଏକ କ୍ଲିନିକ୍ ଚଳାଉଥିଲା। ସୁମନଙ୍କର ବିବାହ ହରିୟାଣାରେ ହୋଇଥିଲା। କିନ୍ତୁ ସେ ତାଙ୍କ ଶାଶୁଘର ଲୋକଙ୍କଠାରୁ ଅଲଗା ରହୁଥିଲେ।
ଧିରେଧିରେ ସୁମନଙ୍କ ଘର ପାଖରେ ଭଡ଼ାରେ ରହୁଥିବା ମାତାଦିନଙ୍କ ସହ ପରିଚୟ ହୋଇଥିଲା । ଧିରେ ଧିରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସଂପର୍କ ଗଢ଼ି ଉଠିଥିଲା। ଏହି ସଂପର୍କ ବିଷୟରେ ପୂର୍ବରୁ ପଙ୍କଜକୁ ଜଣାଥିଲା। ଏଥିରେ ସେ ଖୁସି ନଥିବା ବେଳେ ସବୁ ଘଟଣା ଦିଲ୍ଲୀରେ ରହୁଥିବା ତାର ଭଉଣୀକୁ କହିଥିଲେ। କିନ୍ତୁ ଶନିବାର ପଙ୍କଜ ମାଆ ସହ ମାତାଦିନକୁ ଆପତ୍ତିଜନକ ଅବସ୍ଥାରେ ଦେଖିଥିଲେ । ସହି ନପାରି ସେ ଦୁହିଁକୁ ଉପରକୁ ଗୁଳି ଚଳାଇ ହତ୍ୟା କରିଥିଲା।
ଏହିପରେ ସେ ସବୁ ଘଟଣା ଫୋନରେ ତାର ଭଉଣୀକୁ ଜଣାଇଥିଲା ଏବଂ ଫେରାର ହୋଇଯାଇଥିଲା। ସୂଚନା ମିଳିବା ପରେ ପୋଲିସ ସେଠାରେ ପହଞ୍ଚି ସୁମନ ଓ ମାତାଦିନଙ୍କ ମୃତଦେହ ଉଲଗ୍ନ ଅବସ୍ଥାରେ ପଡ଼ିଥିବା ଦେଖିବାକୁ ପାଇଥିଲା। ଏହାପରେ ପୋଲିସ ଏକ ମାମଲା ରୁଜୁ କରି ଫେରାର ଥିବା ପଙ୍କଜକୁ ଖୋଜୁଥିବା ଜଣାପଡ଼ିଛି ।