ଘରୋଇ କଳହ ନେଲା ଜୀବନ, ବାପାଙ୍କୁ କଟୁରୀରେ ହାଣିଲା ପୁଅ

Published By : Prameya-News7 Bureau | September 30, 2020 IST

ଯାଜପୁର ୩୦।୯: ଯାଜପୁର ବିଂଝାରପୁର ଥାନା ବାଛୋଳ ପଂଚାୟତର ବେହେରା ସାହିରେ ଅଭାବନୀୟ ଘଟଣା ଘଟିଛି । ପୁଅର କଟୁରି ଚୋଟରେ ବୃଦ୍ଧ ବାପାଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତକ ହେଲେ ବାଇଧର ବେହେରା । ତାଙ୍କ ବୟସ ୭୨ ବର୍ଷ ହେବ ।

ସୂଚନାଯୋଗ୍ୟ ଯେ, ବୁଧବାର ପୂର୍ବାହ୍ନରେ ଘରୋଇ କଳିକୁ କେନ୍ଦ୍ରକରି ବାଇଧରଙ୍କ ସାନ ପୁଅ ଗୁରୁଚରଣ ବେହେରା ନିଜ ବାପାଙ୍କୁ କଟୁରିରେ ହାଣି ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡ ପରେ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ପୋଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.