Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୟୁପିରେ ବଡ ଧରଣର ଦୁର୍ଘଟଣା, ଖେରୀ ଘାଘରା ନଦୀରେ ଓଲଟିଲା ଡଙ୍ଗା, ୧୦୦ ଭାସିଗଲେ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୨ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୫୫୯ କୋଭିଡ୍ ପଜିଟିଭ୍
  • ||
  • ଓ୍ୱାର୍ମ ଅପ୍ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ-ଅଷ୍ଟ୍ରେଲିଆ, କଙ୍ଗାରୁ ବାହିନୀକୁ ମାତ୍ ଦେବାକୁ ତୟାର ବିରାଟ ଏଣ୍ଡ କୋ
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୧୪ ହଜାରରୁ ଅଧିକ କରୋନା ପଜିଟିଭ୍, ୧୯୭ ମୃତ
  • ||
  • ଆଜି କୁମାର ପୂର୍ଣ୍ଣିମା : ମା’ ବୃନ୍ଦାବତୀଙ୍କ ନିକଟରେ ଆଞ୍ଜୁଳି ଟେକିଲେ କୁମାରୀ
  • ||
  • ପୁରୀ : ଦାଦାବଟିକୁ କେନ୍ଦ୍ରକରି ମହିଳାଙ୍କୁ ଗୁଳିମାଡ଼, ପୂର୍ବରୁ ମିଳିଥିଲା ଧମକ
  • ||
  • ଜଗତସିଂହପୁର : କେନାଲର ଭାସୁଛି ଏକ ଗଳିତ ମୃତଦେହ, ୩ ଅଭିଯୁକ୍ତ ଅଟକ
  • ||

ଜମି ଭାଗବଣ୍ଟାକୁ ନେଇ ବାପାଙ୍କୁ ହାଣିଲା ପୁଅ, ଆକ୍ରମଣରେ ଭଉଣୀ ବି ଆହତ

24/05/2021 at 11:53 AM

ଢେଙ୍କାନାଳ ୨୪।୫: ଜମିବାଡି ବିବାଦକୁ ନେଇ ବାପା-ପୁଅ ଭିତରେ ବିବାଦ ରକ୍ତାକ୍ତ ରୂପ ନେଇଛି । ଏପରିକି ଭାଗ ବାଣ୍ଟିବାକୁ ଦାବି କରି ବିଫଳ ହେବାରୁ ଟାଙ୍ଗିଆରେ ବାପାକୁ ଅତି ନୃଶଂସ ଭାବେ ହତ୍ୟା କରି ପୁଅ ଫେରାର ହୋଇଯାଇଛି । ତେବେ ପ୍ରତିବାଦ କରିବାକୁ ଯାଇ ଭଉଣୀ ମଧ୍ୟ ଭାଇର ଆକ୍ରମଣରେ ଆହତ ହୋଇଥିବା ଜଣାପଡିଛି । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ଥାନା ଅନ୍ତର୍ଗତ ଡଙ୍ଗାପାଳ ଗ୍ରାମର ଆମ୍ବତୈଲା ସାହିରେ ଘଟିଛି ଏଭଳି ହତ୍ୟାକାଣ୍ଡ ।

ସୂଚନାଯୋଗ୍ୟ ଯେ, ରବିବାର ରାତିରେ ଏଭଳି ହତ୍ୟାକାଣ୍ଡ ଘଟିଛି । ମୃତକ ଜଣଙ୍କ ଡଙ୍ଗାପାଳ ଗ୍ରାମର ସନାତନ ମାହୁନ୍ତ ବୋଲି ଜଣାପଡିଛି । ସନାତନଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି । ଖବର ପାଇ କଙ୍କଡାହାଡ ଥାନା ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ନେଇଛି । ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତ ପୁଅ ତପନ ମାହୁନ୍ତ ଫେରାର ହୋଇଯାଇଛି । ସେପଟେ ମୃତ ସନାତନଙ୍କ ଝିଅ ଭାଇର ଆକ୍ରମଣରେ ସାମାନ୍ୟ ଆହତ ହୋଇଛନ୍ତି । ଅଭିଯୁକ୍ତ ତପନ ହେଲେ ସନାତନଙ୍କ ପ୍ରଥମ ପତ୍ନୀଙ୍କ ପୁଅ । ତେବେ ଘର ଜମିବାଡ଼ି ସବୁ ଭାଗ କରିବାକୁ ତପନ ଦାବି କରି ଆସୁଥିଲେ । ମାତ୍ର ଝିଅମାନଙ୍କର ବାହାଘର ହେବା ପରେ ଭାଗ କରାଯିବ ବୋଲି ସନାତନ ପୁଅର ଦାବିକୁ ଏଡାଇ ଦେଉଥିଲେ । ଏପରିକି ଏହାକୁ ନେଇ ଗ୍ରାମ ସଭା ନିଷ୍ପତ୍ତିରେ ପୁଅ ତପନ ନିଜର ଉଦ୍ୟମରେ ବିଫଳ ହୋଇଥିଲା । ରବିବାର ବିଳମ୍ବିତ ରାତିରେ ବାପା ସନାତନ ଘରେ ଶୋଇଥିବା  ବେଳେ ଏକ ଟାଙ୍ଗିଆରେ ତପନ ଅତି ନୃଶଂସ ଭାବେ ହାଣି ହତ୍ୟା କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

   Related Posts