Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୫ ବର୍ଷ ପରେ ଦୁର୍ଲଭ ନାଗାର୍ଜୁନ ବେଶରେ ସଜେଇ ହେବେ ଶ୍ରୀଜିଉ, ଆରମ୍ଭ ହେଲା ପ୍ରସ୍ତୁତି
  • ||
  • କୋଇଲା ଖଣି ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ
  • ||
  • ମାଲକାନଗିରି : ମାଟି ତଳୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବିସ୍ଫୋରକ ସାମଗ୍ରୀ ଜବତ
  • ||
  • ରାଜନଗର : ଭୋଗ ଖାଇ ୧୫୦ ଅସୁସ୍ଥ, ୩୦ ଜଣଙ୍କ ଅବସ୍ଥା ଗୁରୁତର
  • ||
  • ପାରାଦୀପ : ସମୁଦ୍ରରେ ବୁଡିଗଲା ମାଛଧରା ଟ୍ରଲର, ୫ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ
  • ||
  • ରାଜ୍ୟରେ ଆଉ ୧୪ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ଆଉ ୧୪୮୦କରୋନା ସଂକ୍ରମିତ ଚିହ୍ନଟ
  • ||
  • ଟ୍ରେନ୍‌ରେ କଟି ବାପା-ଝିଅ-ପୁଅର ମୃତ୍ୟୁ, ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||

ହତ୍ୟାକାରୀ ସାଜିଲା ବାପା : ପୁଅକୁ ତାଓ୍ବାରେ ଆକ୍ରମଣ କରି ହତ୍ୟା କରିବା ପରେ ପୋଡିଦେଲା ମୃତଦେହ

7/06/2020 at 2:26 PM

ଲୁଧିଆନା ୭।୬: ପଞ୍ଜାବର ଲୁଧିଆନା ଜିଲ୍ଲା ଜାଗିରପୁର ଗ୍ରାମରେ ଜଣେ ବ୍ୟକ୍ତି ତାଙ୍କ ପୁଅକୁ ହତ୍ୟା କରିଥିବା ଭଳି ଏକ ଅଭବାନୀୟ ଘଟଣା ଘଟିଛି । କୌଣସି ପ୍ରସଙ୍ଗକୁ ନେଇ ବ୍ୟକ୍ତି ଜଣଙ୍କ ପୁଅର ମୁଣ୍ଡରେ ଏକ ତାଓ୍ବାରେ ଆକ୍ରମଣ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ସଂପୃକ୍ତ ବ୍ୟକ୍ତି ଜଣଙ୍କ ପୁଅର ମୃତଦେହକୁ ଟାଣି ଟାଣି ନେଇ ଏକ ଖାଲି ସିମେଣ୍ଟ ଅଖା ଏବଂ କିଛି ପ୍ଲାଷ୍ଟିକ ସାମଗ୍ରୀ ଫିଙ୍ଗି ନିଆଁ ଲଗାଇ ଦେଇଥିଲେ ।

ଶନିବାର ରାତି ପ୍ରାୟ ୧ଟା ୩୦ମିନିଟ୍ ରେ ଯେତେବେଳେ ପଡୋଶୀ ଲୋକମାନେ ନିଆଁକୁ ଦେଖିଥିଲ ବ୍ୟକ୍ତିଙ୍କୁ କହିଥିଲେ ଯେ, ଆପଣଙ୍କ ଘରେ ନିଆଁ ଲାଗିଯାଇଛି । ବ୍ୟକ୍ତି ଜଣଙ୍କ କହିଥିଲେ ଯେ, ସେ ନିଆଁ ଲଗାଇଛନ୍ତି । ଏହାପରେ ପଡୋଶୀ ତାଙ୍କ ଛାତ ଉପରକୁ ଚଢି ଶବ ଜଳୁଥିବାର ଦେଖିଥିଲେ । ଲୋକମାନେ ପୋଲିସକୁ ଏ ନେଇ ସୂଚନା ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତକୁ ମୃତଦେହ ସହିତ ଗିରଫ କରିଛି । ମୃତଦେହକୁ ସିଭିଲ ହସ୍ପିଟାଲକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ପୋଲିସ କହିଛି ଯେ, ଘଟଣାସ୍ଥଳରେ ପହଞ୍ଚି ଏହି ଘଟଣାର ଅନୁସନ୍ଧାନ କରାଯାଇଛି । ଅଭିଯୁକ୍ତକୁ ଗିରଫ କରିବା ସହ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସିଭିଲ ଡାକ୍ତରଖାନାକୁ ପଠାଯାଇଛି । ଅଭିଯୁକ୍ତଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ କରାଯାଇଛି । ଘଟଣାର ତଦନ୍ତ ଜାରି ରହିଛି ।

ମୃତକ ଜଣଙ୍କ ଉତ୍ତରପ୍ରଦେଶର ହରଦୋଇର ବାସିନ୍ଦା ଥିଲେ ଏବଂ ତାଙ୍କ ବାପାଙ୍କ ସହ ଜଗିରପୁର ସହରରେ ରହୁଥିଲେ । ମୃତକଙ୍କ ଭାଇ ଲୁଧିଆନାରେ ଅନ୍ୟତ୍ର ରହୁଥିଲେ ଏବଂ ତାଙ୍କ ମା’ ଉତ୍ତରପ୍ରଦେଶକୁ ଯାଇଥିଲେ । ପୁଅକୁ ବାପା ହତ୍ୟା କରିବା ଘଟଣା ସମଗ୍ର ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

   Related Posts