ପ୍ରେମିକା ସହ କଥା ହେବାକୁ ମନା କଲା ବାପା, ତ୍ରିଶୂଳ ଭୁସି ଜନ୍ମଦାତାକୁ ମାରିଦେଲା ପୁଅ...

Published By : Prameya-News7 Bureau | July 06, 2021 IST

ଲକ୍ଷ୍ନୌ ୦୬/୦୭:  ବାପାକୁ ହତ୍ୟା କଲା ପୁଅ । ପ୍ରେମିକା ପାଇଁ ନିଜ ଜନ୍ମଦାତାକୁ ମାରିଦେଲା । ବାପାର କେବଳ ଭୁଲ ଥିଲା ଯେ ସେ ପୁଅକୁ ପ୍ରେମିକା ସହ କଥା ନହେବାକୁ କହିଥିଲା । ଏଥିରେ ରାଗିଯାଇ ପୁଅ ରଚିଲା ସାଙ୍ଘାତିକ କାଣ୍ଡ । ଏପରି ଏକ ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶର ଓରିୟା ଅଞ୍ଚଳରେ ।

ସୂଚନାନୁସାରେ, ଏହି ଘଟଣା ହେଉଛି ଅଜିତମାଲ ଥାନା ଅନ୍ତର୍ଗତ ଭିଖେପୁର ଅଞ୍ଚଳରେ । ଗାଁରେ ଅରବିନ୍ଦ କୁନାର ନିଜ ପରିବାର ସହ ରୁହନ୍ତି । ତାଙ୍କ ପରିବାରରେ ୧୦ ପୁଅ ଓ ଜଣେ ଝିଅ । ବଡ ପୁଅ ଓ ଝିଅର ବିବାହ ସରିଛି । ତେବେ ପଞ୍ଚମ ପୁଅ ଶିବମ କୌଣସି ଏକ ଯୁବତୀଙ୍କୁ ପ୍ରେମ କରୁଥିଲେ । ଅରବିନ୍ଦ ବାରମ୍ବାର ଶିବମଙ୍କୁ ଯୁବତୀଙ୍କ ସହ କଥା ହେବାକୁ ମନା କରୁଥିଲେ । ଏକଥାକୁ ନେଇ ଅନେକ ଥର ବାପା ଓ ପୁଅ ମଧ୍ୟରେ ଝଗଡା ମଧ୍ୟ ହୋଇଥିଲା । ଏକଥାକୁ ନେଉ ଶିବମ ଅରବିନ୍ଦଙ୍କୁ ତ୍ରିଶୂଳ ଭୁସୀ ହତ୍ୟା କରିଥିବା ସୂଚନା ମିଳିଛି ।

ମୃତକ ଅରବିନ୍ଦଙ୍କ ବଡ ପୁଅ ପ୍ରଦୀପ କହିଛନ୍ତି ଯେ, ବାପା ଶିବମକୁ ଏସବୁ କରିବାକୁ ମନା କରିଥିଲେ । ଯାହାକୁ ନେଇ ଶିବମ ରାଗିଯାଇଥିଲେ। ସୋମବାର ସନ୍ଧ୍ୟାରେ ଶିବମ ଘରୁ ବାହାରକୁ ଚାଲିଯାଇଥିଲେ । ପରେ ସେ ବିଳମ୍ବିତ ରାତ୍ରରେ ଘରକୁ ଫେରି ପାଖରୁ ଏକ ତ୍ରିଶୂଳ ଆଣି ବାପାକୁ ହତ୍ୟା କରିଥିଲେ ।

ଘଟଣା ବାବଦରେ ସୂଚନା ପାଇ ପୋଲିସ ତଦନ୍ତ ଆରମ୍ଭ କରିବା ସହ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢଉ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.