ମା’ର ପ୍ରତାରଣା ବିରୋଧରେ ପୁଅ କରିଛି କେଶ୍… ଅଭିନେତ୍ରୀ ହେବା ନିଶାରେ ୨ବର୍ଷର ଶିଶୁକୁ ଟ୍ରେନରେ ଛାଡି ପଳାଇଥିଲେ , ଏକ ବେଦନା ଦାୟକ ଘଟଣା

Published By : Prameya-News7 Bureau | January 13, 2020 IST

ମୁମ୍ବାଇ ୧୩।୦୧: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇର ଏକ ଘଟଣା ଚକିତ କରିଛି । ପୁଅ ନିଜ ଜନ୍ମଦାତ୍ରୀ  ମାଆ ଠାରୁ ୧.୫କୋଟି କ୍ଷତିପୂରଣ ଦାବି କରିଛନ୍ତି । ୪୦ବର୍ଷୀୟ ପୁଅ ବମ୍ବେ ହାଇକୋର୍ଟରେ ଏନେଇ ଏକ ମାମଲା ଦାୟର କରିଛନ୍ତି । କୋର୍ଟରେ କ୍ଷତିପୂରଣ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ନାମ ଶ୍ରୀକାନ୍ତ ସବିନେସ୍‌ ବୋଲି ଜଣାପଡିପଡିଛି । ସେ ଜଣେ ମେକ୍‌ ଆପ୍‌ ଆର୍ଟିଷ୍ଟ ଭାବେ କାର୍ଯ୍ୟ କରୁଛନ୍ତି । ମାମଲା ଯାହାବି ହେଉ କିନ୍ତୁ ଶ୍ରୀକାନ୍ତଙ୍କ କାହାଣୀ ଏବଂ ଯନ୍ତ୍ରଣା ନିଶ୍ଚିତ ଭାବେ ବେଦନାଦାୟକ ।  

{"id":210636,"sizeSlug":"large"}

 ଶ୍ରୀକାନ୍ତ ନିଜ ପିଟିସନରେ ଦର୍ଶାଇଛନ୍ତି ଯେ , ତାଙ୍କୁ ଯେତେବେଳ ମାତ୍ର ୨ ବର୍ଷ ବୟସ ହୋଇଥିଲା ସେତେବେଳେ ମା’ ତାଙ୍କୁ ଛାଡି ପଳାଇଥିଲେ ।ଦୁଖଦାୟକ ହେଲା ମାତ୍ର ୨ବର୍ଷର ଶିଶୁକୁ ଏକ ଟ୍ରେନ ଭିତରେ ଅସହାୟ କରି ଛାଡି ପଳାଇଯାଇଥିଲେ । ମାଙ୍କ ଛାଡିବେ ପରେ ତାଙ୍କ ଜୀବନ ନର୍କ ହୋଇଯାଇଥିଲା। ଶ୍ରୀକାନ୍ତଙ୍କ ଜୀବନରେ ଯାହାବି ସବୁ ଖରାପ ସମୟ ଆସିଛି , ସେଥିପାଇଁ ସେ ନିଜ ମାଆ ଓ ସାବାତ ବାପାଙ୍କୁ ଦାୟୀ କରିଛନ୍ତି । ସେଥିପାଇଁ ସେ ଦୁଇଜଣଙ୍କ ଠାରୁ କ୍ଷତିପୂରଣ ଦାବି କରିଛନ୍ତି ।

ତାଙ୍କ ପିତା ଦୀପକ ସବନିସ୍‌ ଓ ମା’ ଆରତୀ ମସ୍‌କର ପୁନେରେ ରହୁଥିଲେ । ୧୯୭୯ରେ ତାଙ୍କର ଜନ୍ମ ହୋଇଥିଲା । କିନ୍ତୁ ମା’ ଜଣେ ଉଚ୍ଚାଭିଳାଷୀ ଥିଲେ । ସେ ମୁମ୍ବାଇ ଯାଇ ଫିଲ୍ମରେ କାମ କରିବାକୁ ଚାହୁଁଥିଲେ । ୧୯୮୧ରେ ସେ ତାଙ୍କୁ ଧରି ମୁମ୍ବାଇ ଚାଲିଯାଇଥିଲେ । ମୁମ୍ବାଇରେ ପହଞ୍ଚିବା ପରେ ମା’ ତାଙ୍କୁ ଟ୍ରେନରେ ଛାଡି ପଳାଇଯାଇଥିଲେ । ତାଙ୍କୁ ସେତେବେଳେ ମାତ୍ର ୨ ବର୍ଷ ବୟସ ହୋଇଥିଲା । ଟ୍ରେନରେ କାନ୍ଦୁଥିବା ବେଳେ ତାଙ୍କୁ ଜଣେ ରେଳବାଇ ଅଧିକାରୀ ଉଦ୍ଧାର କରିଥିଲେ । ପରେ ତାଙ୍କୁ ସେ ନେଇ ଅନାଥାଶ୍ରମରେ ରଖିଥିଲେ । ୧୯୮୬ରେ ତାଙ୍କ ଆଈ କୋର୍ଟରେ ମାମଲା ରୁଜୁ କରିବା ପରେ ତାଙ୍କୁ ନିଜ ହେପାଜତକୁ ନେଇଥିଲେ । ସେ ମାମୁଁଘରେ ରହି ବଡ ହୋଇଥିଲେ । ତେବେ ୨୦୧୭ରେ ସେ ନିଜର ମା’ଙ୍କ ବିଷୟରେ ଜାଣିବାକୁ ପାଇଥିଲେ ।

ଶ୍ରୀକାନ୍ତ ତାଙ୍କ ଆବେଦନରେ ଦର୍ଶାଇଛନ୍ତି ଯେ ବହୁ କଷ୍ଟରେ ମା’ଙ୍କ ଟେଲିଫୋନ୍‌ ୨୦୧୭ ମସିହାରେ ସେ ମାଆଙ୍କ ନମ୍ବର ସଂଗ୍ରହ କରିବା ପରେ ୨୦୧୮ ସେପ୍ଟେମ୍ବରରେ ମାଆଙ୍କ ସହିତ ଯୋଗାଯୋଗ କରିଥିଲେ । ଫୋନ କଥାବାର୍ତାରେ ମାଆ ତାଙ୍କୁ ନିଜ ପୁଅ ବୋଲି ସ୍ବାକୀର କରିବା ସହ ସେତେବେଳେ ସେମିତି କିଛି ପରିସ୍ଥିତି ଥିଲା , ଯାହା ପାଇଁ ସେ ତାଙ୍କୁ ଛାଡି ଚାଲିଯିବାକୁ ବାଧ୍ୟ ହୋଇଥିଲେ ବୋଲି ଶ୍ରୀକାନ୍ତ କହିଛନ୍ତି ।

ସେତେବେଳକୁ ତାଙ୍କ ମା’ଉଦୟ ମସ୍‌କରଙ୍କୁ ଦ୍ୱିତୀୟ ବିବାହ କରିସାରିଥିଲେ ଏବଂ ସେମାନଙ୍କର ସନ୍ତାନ ସନ୍ତତି ମଧ୍ୟ ହୋଇସାରିଥିଲା । ଫୋନରେ କଥାବାର୍ତା ପରେ ସେ ତାଙ୍କ ମା ଓ ସାବତ ପିତାଙ୍କୁ ଭେଟିଥିଲେ । ସେମାନେ ତାଙ୍କୁ ନିଜର ପ୍ରକୃତ ପରିଚୟ ଗୋପନ ରଖିବାକୁ ପରାମର୍ଶ ଦେଇଥିଲେ । ସର୍ବସାଧାରଣରେ ତାଙ୍କୁ ନିଜର ପୁଅ ବୋଲି ସ୍ୱୀକାର କରିବାକୁ ମନା କରିଦେଇଥିଲେ। ଯାହାଫଳରେ ଶ୍ରୀକାନ୍ତ ସେଠାରୁ ଫେରିଆସିଥିଲେ । ମା ଓ ସାବତ ପିତା ତାଙ୍କୁ ଦୀର୍ଘବର୍ଷ ଧରି ଘୋର ମାନସିକ ଯନ୍ତ୍ରଣା ଦେଇଛନ୍ତି ଓ ତାଙ୍କ ଜୀବନକୁ ଦୁର୍ବିସହ କରିଦେଇଛନ୍ତି । ଏପରିକି ଆଈ ତାଙ୍କୁ ନିଜ ହେପାଜତକୁ ନେବା ପୂର୍ବରୁ ସେ ଅନାଥାଶ୍ରମରେ ଅକଥନୀୟ ମାନସିକ ଯନ୍ତ୍ରଣା ଭୋଗିଛନ୍ତି । ବର୍ତ୍ତମାନ ତାଙ୍କୁ ନିଜର ପୁଅ ଭାବେ ଗ୍ରହଣ କରିବାକୁ ରାଜି ହେଉନାହାନ୍ତି । ତେଣୁ କ୍ଷତିପୂରଣ ବାବଦରେ ସେ ମା ଓ ସାବତ ପିତାଙ୍କ ଠାରୁ ୧.୫ କୋଟି ଟଙ୍କା ଦାବି କରିଛନ୍ତି । ସୋମବାର ବିଚାରପତି ଏ.କେ ମେନନ ମାମଲାର ଶୁଣାଣି କରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.