Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦେବାଳିଆ ଦ୍ଵାର ଦେଶରେ ଥିବା ଶ୍ରୀଲଙ୍କା ପାଇଁ ଅକ୍ସିଜେନ ପାଲଟିଲା ଭାରତ, ଦେଲା ଏତେ କୋଟି ସହାୟତା
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ କଂଗ୍ରେସର ୧୮ ଜଣିଆ ନିର୍ବାଚନ କମିଟି, ନରସିଂହ ଅଧ୍ୟକ୍ଷ
  • ||
  • ପଞ୍ଚାୟତ ନିର୍ବାଚନ: ପ୍ରଥମ ଦିନରେ ନାମାଙ୍କନପତ୍ର ଦାଖଲ କଲେ ୮୭୭୨ ଜଣ ପ୍ରାର୍ଥୀ
  • ||
  • ପୁଣି ନିରାଶ ହେଲେ ସୁମିତ୍, ଆବେଦନ ଖାରଜ କଲେ ଏସଡିଜେଏମ କୋର୍ଟ
  • ||
  • ପଞ୍ଚାୟତ ନିର୍ବାଚନ ପୂର୍ବରୁ ହିଂସା ! ସମିତି ସଭ୍ୟାଙ୍କ ଗାଡି ଜାଳିଦେଲେ ଦୁର୍ବୃତ୍ତ
  • ||
  • ମହିଳାଙ୍କ ଦେହରେ ନିଆଁ ଲଗାଇ ଦେଲେ ଧରମ ଭାଇ ! ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି
  • ||
  • ବିଲଡର୍ ସଂସ୍ଥାର ଘର ଉପରେ ବୋମାମାଡ, ୩ ଶ୍ରମିକ ଆହତ
  • ||
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁ ସଂଖ୍ୟା ୮୪୮୪କୁ ବୃଦ୍ଧି
  • ||
  • ରାଜ୍ୟରେ ୧୦ ହଜାର ଉପରେ ଦୈନିକ ସଂକ୍ରମଣ : ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୪୮୯ କୋଭିଡ୍ ପଜିଟିଭ୍, ୧୧୪୪୪୦୧ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୨ ଲକ୍ଷ ୫୮ ହଜାରରୁ ଅଧିକ କରୋନା ପଜିଟିଭ୍, ୩୮୫ ମୃତ
  • ||

‘ବାପା ବହି କିଣି ଦେଉନାହାଁନ୍ତି ସବୁ ଦିନ ମଦ ପିଉଛନ୍ତି’, ସାର୍ ବହି ପାଇଁ ତାଗିଦ୍ କରିବାରୁ ଛୋଟ ପିଲାଟି କାନ୍ଦି କାନ୍ଦି କହିଲା ଏମିତି, କିନ୍ତୁ ବାପାର ପ୍ରତିକ୍ରିୟା…

27/11/2021 at 1:32 PM

ନୂଆଦିଲ୍ଲୀ ୨୭/୧୧: ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଏହି ଭିଡିଓରେ, ଏକ ଶିଶୁ ତାର ସ୍କୁଲ ଶିକ୍ଷକଙ୍କ ସାମ୍ନାରେ କାନ୍ଦି କାନ୍ଦି ନିଜର ଦୁଃଖ ଜଣାଉଛି। ଭିଡିଓରେ ଦେଖାଯାଇଛି ଯେ ପିଲାଟି ଶିକ୍ଷକଙ୍କୁ କାନ୍ଦି କହୁଛି ତାର ବାପା ତାକୁ ବହି ଦିଅନ୍ତି ନାହିଁ, କିନ୍ତୁ ପ୍ରତିଦିନ ମଦ୍ୟପାନ କରନ୍ତି। ଯେତେବେଳେ ପିଲାଟି ଏହା କହୁଛି, ସେତେବେଳେ ତାର ବାପ ମଧ୍ୟ ସେଠାରେ ଠିଆ ହୋଇଛନ୍ତି। ଆଶ୍ଚର୍ଯ୍ୟଜନକ କଥା ହେଉଛି ପିଲାଟିର କଥା ଶୁଣିବା ପରେ ବି ବାପା ହସୁଛନ୍ତି।

ଭାଇରାଲ୍ ହେଉଥିବା ଭିଡିଓଟି ବିହାରର ରୋହତାସ୍ ଜିଲ୍ଲାର ତିଲୌଥୁ ଜିଲ୍ଲାର ଥିବା ଏକ ସରକାରୀ ବିଦ୍ୟାଳୟର ବୋଲି କୁହାଯାଉଛି। ଭିଡିଓରେ ଦେଖାଯାଇଛି ଯେ ପିଲାଟି ଶ୍ରେଣୀଗୃହରେ ଶିକ୍ଷକଙ୍କ ସାମ୍ନାରେ କାନ୍ଦୁଛି। ଶିକ୍ଷକ ତାଙ୍କୁ ପଚାରିଛନ୍ତି ଯେ ପାଞ୍ଚ ଦିନ ହେଲାଣି କହୁଛି କାହିଁକି ବହି କିଣୁ ନାହଁ? ଏହା ପରେ ପିଲାଟି କାନ୍ଦି କାନ୍ଦି କହୁଛି, ‘ବାପା ସମସ୍ତ ଟଙ୍କା ମଦ୍ୟପାନରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ତାକୁ ପଢିବାକୁ ବହି ଦେଉନାହାଁନ୍ତି ।’ ଏହି ସମୟରେ ପିଲାଟିର ବାପା ମଧ୍ୟ ଶ୍ରେଣୀଗୃହରେ ଉପସ୍ଥିତ ଥିବା ଦେଖାଯାଇଛି। ବାପାଙ୍କ ସାମ୍ନାରେ ପିଲାଟି ସ୍ୱୀକାର କରୁଛି ଯେ ତାର ବାପା ପୁସ୍ତକ ବଦଳରେ ମଦ୍ୟପାନରେ ଟଙ୍କା ଖର୍ଚ୍ଚ କରୁଛନ୍ତି।

କେବଳ ଏତିକି ନୁହେଁ ଏହି ପିଲାଟିର ଭଉଣୀ ମଧ୍ୟ ଭିଡିଓରେ ଦୃଶ୍ୟମାନ ହେଉଛି। ତାର ଭଉଣୀ ମଧ୍ୟ ଶିକ୍ଷକଙ୍କ ସାମ୍ନାରେ କହୁଛି ଯେ ତାଙ୍କ ବାପା ସମସ୍ତ ଟଙ୍କା ମଦ୍ୟପାନରେ ଖର୍ଚ୍ଚ କରୁଛନ୍ତି। ତେବେ ପିଲାଟିର ବାପା ପରେ ବହି କିଣିବାକୁ କହିଛନ୍ତି।

   Related Posts