କେନାଲକୁ ଗାଧୋଇ ଯିବା ହେଲା କାଳ, ବାପା ଆଗରେ ଚାଲିଗଲା ପୁଅର ଜୀବନ

Published By : Prameya-News7 Bureau | July 26, 2021 IST

ବଲାଙ୍ଗୀର ୨୬।୦୭: କପିଲାଭଟା- ଗାଁ ପାଖ କେନାଲ ପାଣିକୁ ଗାଧୋଇ ଯିବା ହେଲା କାଳ। କେନାଲ ପାଣିରେ ଗାଧଉଥିବା ସମୟରେ ପାଣିର ସ୍ରୋତରେ ଭାସି ଯାଇ ପୁଅ ନିଖୋଜ l ମୃତକଙ୍କ ନାମ  ମାର୍କଣ୍ଡ ବାଗ(୩୦) l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁରେ l ବଙ୍ଗୋମୁଣ୍ଡା ଥାନା ଫୁଗୁଡା ଗାଁର ପାଣ୍ଡୁରୁ ବାଗ ନିଜ ପୁଅ ମାର୍କଣ୍ଡ ବାଗ ସହିତ ଆଜି ଦିନ ୧୧ ଟା ସମୟରେ ଗାଧୋଇବା ପାଇଁ ଗାଁ ପାଖ ଡୁମେରପଡା ଘାଟକୁ ଯାଇଥିଲେ l

କେନାଲ ପାଣିର ସ୍ରୋତ ପ୍ରବଳ ଥିବାରୁ  ଉଭୟେ ବାପା ଓ ପୁଅ ଗାଧୋଉଥିବା ସମୟରେ ଭାସିଯାଇଥିଲେ ପୁଅ ମାରକଣ୍ଡ l ବହୁତ ଚେଷ୍ଟା କଲା ପରେ ବି ନିଜ ପୁଅକୁ ପାଣି ଭିତରୁ ବଞ୍ଚାଇ ପାରିନଥିଲେ l ପାଣିର ସ୍ରୋତରେ ଏମିତି ପ୍ରବଳ ଥିଲା ଯେ କେନାଲ ପାଣିରେ ଭାସିଯାଇଥିଲେ ପୁଅ ମାର୍କଣ୍ଡ ବାଗ । ତୁରନ୍ତ ବଙ୍ଗୋମୁଣ୍ଡା।

ପୁଲିସ  ଓ ଅଗ୍ନିଶମ ବିଭାଗକୁ ଖବର ଦେଲା ପରେ ବଙ୍ଗୋମୁଣ୍ଡା ପୋଲିସ ମିଳିତ ସହଯୋଗରେ ବଙ୍ଗୋମୁଣ୍ଡା ଓ ମୁରିବାହାଲ ଉଭୟେ ଅଗ୍ନିଶମ ବିଭାଗ ପକ୍ଷରୁ କେନାଲର ପାଣି ଭିତରେ ମଧ୍ୟାହ୍ନ୧୧ ଘଟିକା ଟାରୁ ପାଖ ପାଖି ୫ ଟା ହେଲା ସର୍ଚ୍ଚ ଅପରେସନ ଜାରି ରହିଥିଲା । ପରେ ସନ୍ଧ୍ୟା ୫ ଘଟିକାରେ ମୃତଦେହ ମିଳିଥିଲା । ଏ ନେଇ ବଙ୍ଗୋମୁଣ୍ଡା ଥାନାରେ ଏକ ମାମଲା ରୁଜୁ କରି ତଦନ୍ତ ଚାଲି ଥିବା ପୋଲିସ କହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.