ବାପାଙ୍କ ମୃତ୍ୟୁ ଖବର ପାଇ ଘରକୁ ଫେରୁଥିବା ସମୟରେ ଅଧବାଟରେ ପୁଅର ମୃତ୍ୟୁ

Published By : Prameya-News7 Bureau | July 17, 2019 IST

ବାପାଙ୍କ ମୃତ୍ୟୁର ଖବର ଶୁଣି ବାଇକ ଯୋଗେ ଘରକୁ ଫେରୁଥିବା ସମୟରେ ଅଧବାଟରେ ପୁଅର ମୃତ୍ୟୁ। ଏପରି ଏକ ଦୁଃଖଦ ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଧୀନରେ ଥିବା ଖେଜୁରି ଗାଁରେ। ସୂଚନା ଅନୁସାରେ ଶ୍ବଶୁର ଘର ମୁଣ୍ଡାକାଟି ଗାଁ କୁ ଯାଇଥିଲେ  ମିର୍ଜା ସୋରେନ୍। ତେବେ ବାପାଙ୍କ ମୃତ୍ୟୁର ଖବର ପାଇ ଏକ ବାଇକ ଯୋଗେ ସେ, ତାଙ୍କ ସ୍ତ୍ରୀ ଓ ଶଳା ନିଜ ଘରକୁ ଫେରୁଥିଲେ।

{"id":134788}

କିନ୍ତୁ ବିଧିର ବିଧାନ କିଛି ଅଲଗା ଥିଲା। ଫେରୁଥିବା ସମୟରେ ଅଧବାଟରେ  ବାଘିଆଟାଙ୍ଗର ଗ୍ରାମ ନିକଟରେ ମିର୍ଜା ଅସୁସ୍ଥତା ଅନୁଭବ କରିଥିଲେ। ସେଠାରେ ବାଇକରୁ ଓହ୍ଲାଇ ସେହିଠାରେ ହିଁ ଟଳି ପଡ଼ିଥିଲେ। ତେବେ ତାଙ୍କ ସ୍ତ୍ରୀ ଓ ଶଳା ଏକ ଅଟୋ ଯୋଗେ ତୁରନ୍ତ ତାଙ୍କୁ ରାଇରଙ୍ଗପୁର ଡାକ୍ତରଖାନା ଆଣିଥିଲେ।

{"id":134789}

ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ଖବର ପ୍ରସାରିତ ହେବା ପରେ ଖେଜୁରି ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଏ ନେଇ ଗୋରୁମହିଷାଣୀ ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.