ଟଙ୍କା ପାଇଁ ମରଣାନ୍ତକ ଆକ୍ରମଣ : ପୁଅ ମୃତ, ବାପା ଗୁରୁତର

Published By : Prameya-News7 Bureau | January 10, 2020 IST

କଳାହାଣ୍ଡି ୧୦।୧: ଟଙ୍କା ପାଇଁ ମରଣାନ୍ତକ ଆକ୍ରମଣ । କଳାହାଣ୍ଡି ଜିଲ୍ଲା ଜୁନାଗଡ ଥାନା ଅଞ୍ଚଳରେ କପା ବ୍ୟବସାୟୀ ବାପା ଓ ପୁଅଙ୍କୁ ମରଣାନ୍ତକ ଆକ୍ରମଣ ହୋଇଛି । ପୁଅଙ୍କର ମୃତ୍ୟୁ ହୋଇଥିବା ବେଳେ ବାପା ଗୁରୁତର ହୋଇଛନ୍ତି । ମୃତକ ଜୁନାଗଡ ଥାନା ବୋରଗୁଡାର କ୍ଷୀତି ନାଏକଙ୍କ ପୁଅ ବଳଭଦ୍ର । ଦୁର୍ବୃତ୍ତଙ୍କ ଆକ୍ରମଣ ଓ ଗୁଳି ମାଡରେ କ୍ଷୀତି ନାଏକ ଗୁରୁତର ହୋଇଛନ୍ତି । ଭାବାନୀପାଟଣା ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଛି ।

{"id":209295,"sizeSlug":"large"}

କ୍ଷୀତିଙ୍କ ସୂଚନା ଅନୁଯାୟୀ ଚାଷୀଙ୍କୁ ପେମେଣ୍ଟ ଦେବାକୁ ବ୍ୟାଙ୍କରୁ ୬ ଲକ୍ଷ ଟଙ୍କା ଉଠାଇ ସେମାନେ ବାଇକ୍ ଯୋଗେ ଘରକୁ ଫେରୁଥିଲେ । ସଞ୍ଜ ନଇଁ ଆସିଥିବାବେଳେ ଜଙ୍ଗଲ ରାସ୍ତାରେ ତିନି ଜଣ ଦୁର୍ବୃତ୍ତ ଏକ ମୋଟର ସାଇକେଲରେ ସେମାନଙ୍କୁ ପିଛା କରିଥିଲେ । ବୋରଗୁଡା ପୂର୍ବରୁ ସେମାନଙ୍କ ଉପରେ ଦୃର୍ବୃତ୍ତ ଆକ୍ରମଣ କରିଥିଲେ । ଦୁର୍ବୃତ୍ତ ପ୍ରଥମେ ସେମାନଙ୍କ ଉପରକୁ ଗୁଳିମାଡ କରଥିଲେ । ପରେ ରଡରେ ଆକ୍ରମଣ କରି ଟଙ୍କା ଝାମ୍ପି ନେଇଥିଲେ ।

{"id":209298,"sizeSlug":"large"}

ଗୁରୁତର ଅବସ୍ଥାରେ ବାପା ଓ ପୁଅଙ୍କୁ ପଥମେ ଜୁନାଗଡ ଓ ପରେ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପୁଅ ବଳଭଦ୍ରଙ୍କ ମୃତ୍ୟୁ ହୋଇଛି । ପୋଲିସ ଘଟଣାସ୍ଥଳରୁ ଏକ ଦେଶୀ ବନ୍ଧୁକ ଜବତ କରି ଛାନଭିନ୍ ଜାରି ରଖିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.