Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେରଳରେ ଭୀଷଣ ବର୍ଷା: ୫ ଜିଲ୍ଲାରେ ବନ୍ୟା ପରିସ୍ଥିତି, ଭୂସ୍ଖଳନରେ ଜଣେ ମୃତ, ୧୨ ନିଖୋଜ
  • ||
  • ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଡେଙ୍ଗୁ, ସ୍ବାସ୍ଥ୍ୟବସ୍ଥାରେ ଆସୁଛି ସୁଧାର
  • ||
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

କରୋନା ନେଇଗଲା ପୁଅର ଜୀବନ, ଏବେ ତା’ ୧୫ ଲକ୍ଷର ଏଫଡି ଟଙ୍କାରେ କରାଯାଉଛି କୋଭିଡ୍‌ ରୋଗୀଙ୍କ ସାହାଯ୍ୟ

25/04/2021 at 4:49 PM

ଅହମ୍ମଦାବାଦ ୨୫।୦୪: ମହାମାରୀ କରୋନା ବିରୋଧରେ ଚାଲିଛି  ଜୀବନ ଜିଇଁବାର ଲଢେଇ। ଦେଶର ଅନେକ ରାଜ୍ୟରେ ଅକ୍ସିଜେନର ଘୋର ଅଭାବ କାରଣରୁ ଭୟଙ୍କର ପରିସ୍ଥିତି ଉପୁଜିଛି। ଏମିତି ସଙ୍କଟଜନକ ସ୍ଥିତିରେ ଅନେକ ବ୍ୟକ୍ତି ଅଛନ୍ତି ଯେଉଁମାନେ ଲୋକଙ୍କ ପାଇଁ ତ୍ରାଣକର୍ତ୍ତା ପାଲଟିଛନ୍ତି। ଏହି କ୍ରମରେ ଗୁଜରାଟର ଅହମ୍ମଦାବାଦ ନିବାସୀ ମେହଟ୍ଟା ଓ ତାଙ୍କ ପତ୍ନୀ କଳ୍ପନା କରୋନା ଆକ୍ରାନ୍ତଙ୍କ ସାହାଯ୍ୟ ପାଇଁ ଆଗେଇ ଆସିଛନ୍ତି। ଗତ ବର୍ଷ କରୋନା ସଂକ୍ରମଣରେ ତାଙ୍କ ପୁଅଙ୍କ ମୃତ୍ୟୁ ଘଟିଥିଲା। କିନ୍ତୁ ଏବେ କରୋନାରେ ଯେମିତି କାହାରି ମୃତ୍ୟୁ ନଘଟୁ ଏଥିପାଇଁ ପୁଅ ନାଁରେ ଥିବା ୧୫ ଲକ୍ଷ ଟଙ୍କାର ଏଫଡିକୁ ମେହଟ୍ଟା ଓ ତାଙ୍କ ପତ୍ନୀ କରୋନା ରୋଗୀଙ୍କ ଚିକିତ୍ସାରେ ଖର୍ଚ୍ଚ କରୁଛନ୍ତି। ଭାସ୍କରରେ ପ୍ରକାଶିତ ଖବର ଅନୁଯାୟୀ, ଦମ୍ପତ୍ତି ଏ ପର୍ଯ୍ୟନ୍ତ ୨୦୦ ଆଇସୋଲେଟ୍ ରୋଗୀଙ୍କୁ କରୋନା କିଟ୍ ଯୋଗାଇ ଦେଇ ସାରିଲେଣି। କେବଳ ଏତିକି ନୁହେଁ ନିଜ ଖର୍ଚ୍ଚରେ ୩୫୦ରୁ ଅଧିକ ଲୋକଙ୍କୁ କରୋନା ଟିକା ଦେଇ ସାରିଲେଣି।

ମେହଟ୍ଟା ଦମ୍ପତ୍ତି କହିଛନ୍ତି, ନିଜର ଏକ ମାତ୍ର ପୁଅକୁ ହରାଇବା ପରେ ସେମାନେ ନିର୍ଣ୍ଣୟ ନେଇଥିଲେ ଯେ, ସେହି ଲୋକଙ୍କୁ ସହାୟତା କରାଯିବ ଯେଉଁମାନେ କରୋନା କାରଣରୁ ଅସୁବିଧାରେ ଅଛନ୍ତି। ସେହି ଦିନଠୁ ଦମ୍ପତ୍ତି ଏମିତି ଲୋକଙ୍କ ସନ୍ଧାନରେ ଜୁଟି ଯାଆନ୍ତି ଯେଉଁମାନଙ୍କ ପାଖରେ ଟିକା ପାଇଁ ଅର୍ଥ ନାହିଁ। ନିଜ କାରରେ ବସାଇ ନିସହାୟ ଲୋକଙ୍କୁ ଟିକା ଦେବାକୁ ନେଇ ଯାଆନ୍ତି। ଦମ୍ପତ୍ତିଙ୍କ ମତରେ କରୋନା କାରଣରୁ ତାଙ୍କ କ୍ଷେତ୍ରରେ ଯାହା ଘଟିଗଲା ତାହା ଅନ୍ୟମାନଙ୍କ ପାଇଁ ନଘଟୁ।

ସୂଚନାଯୋଗ୍ୟ, ଗୁଜରାଟରେ ଶନିବାର ରେକର୍ଡ ସଂଖ୍ୟାରେ ୧୪,୦୯୭ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୪, ୮୧, ୭୩୭ରେ ପହଞ୍ଚିଛି। ସଂକ୍ରମଣ କାରଣରୁ ଶନିବାର ୧୫୨ ଜଣଙ୍କ ପ୍ରାଣହାନୀ ଘଟିଛି। କରୋନାଜନିତ ମୃତ୍ୟୁ ସଂଖ୍ୟା ୬,୧୭୧କୁ ବୃଦ୍ଧି ଘଟିଛି।

   Related Posts