Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ୧୬ଟି ଜିଲ୍ଲାରେ ହେବ ଆରଟି ପିସିଆର ଲ୍ୟାବ୍, ୨୦ କୋଟି ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ
  • ||
  • ପାଟଣା : ବଳଦ ନେଇ ଘରକୁ ଫେରୁଥିଲେ, ବଜ୍ରାଘାତରେ ଚାଲିଗଲା ରାଇଦାସଙ୍କ ଜୀବନ
  • ||
  • ମହିଳା ସାମ୍ବାଦିକ ସବନମ୍‌ ଶିରିନ୍‌ଙ୍କ ଦେହାନ୍ତ , କୋଭିଡ୍‌ରେ ଆକ୍ରାନ୍ତ ହୋଇ ଏମସ୍‌ରେ ହେଉଥିଲେ ଚିକିତ୍ସିତ
  • ||
  • ଭଦ୍ରକ : ବାପଘର ଲୋକ ଆଣିଲେ ବଧୂ ହତ୍ୟା ଅଭିଯୋଗ, ଶ୍ବଶୁରଘର କହୁଛନ୍ତି ପଡିଗଲେ ବାଥରୁମ୍‌ରେ
  • ||
  • ୧୦ ହଜାର ତଳକୁ ଖସିଲା କରୋନା ସଂକ୍ରମଣ, ରାଜ୍ୟରେ ଗତ ୨୪ଘଣ୍ଟାରେ ବାହାରିଲେ ୯୭୯୩ ପଜିଟିଭ୍
  • ||
  • ୧୦ ବର୍ଷର ଶିଶୁର ଜୀବନ ନେଲା କରୋନା…
  • ||
  • ଟ୍ରକ୍‌କୁ ଧକ୍କା ଦେଲା ବରଯାତ୍ରୀ ଗାଡି : ୫ ମୃତ, ୩ ଗୁରୁତର
  • ||
  • ଭୁବନେଶ୍ବର : ରାଜ୍ୟରେ କରୋନା ନେଲା ଆଉ ୧୮ଜଣଙ୍କ ଜୀବନ, ୨୨୧୫ରେ ପହଞ୍ଚିଲା ମୃତ୍ୟୁସଂଖ୍ୟା
  • ||

ଦୋକାନରୁ ସଉଦା ଧରି ଆସିବାରେ ପୁଅ ବିଳମ୍ବ କଲା, ବାପାର ଟାଗିଂଆ ଚୋଟରେ ପୁଅର ମୁତ୍ୟୁ

18/11/2019 at 9:43 PM

ବାଂଶପାଳ୧୮|୧୧: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ଶୁଆକାଟୀ ଫାଣ୍ଡି ଲୁଣଘର ସାହିରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅକୁ ମା ଘର ପାଖ ଦୋକାନରୁ ସଉଦା ଆଣିବାକୁ ପଠାଇଥିଲେ ।ତେବେ ପୁଅ ଦୋକାନରୁ ଘରକୁ ବିଳମ୍ୱ ରେ ଫେରିଥିଲା।ଘରେ ନିଶାସକ୍ତ ଅବସ୍ଥାରେ ଥିବା ବାପା ଚେରେଂଗା ମୁଣ୍ଡା (୪୫) ଉତ୍ତ୍ୟକ୍ତ ହୋଇ ଘରେ ଥିବା ଏକ ଟାଗିଂଆରେ ପୁଅକୁ ହାଣି ପକାଇଥିଲା ।

ଫଳରେ ପୁଅ ଘନ ମୁଣ୍ଡା (୨୭) ରକ୍ତ ଜୁଡୁବୁଡୁ ହୋଇ ଚେତା ଶୁନ୍ୟ ହୋଇ ପଡିଥିଲା । ମା ମଞୁ ମୁଣ୍ଡା ପୁଅର ଅବସ୍ଥା ଦେଖି ପାଖ ପଡୋଶୀଙ୍କୁ ଡାକି ୧୦୮ ଆମୁଲାନ୍ସ ଯୋଗେ ରବିବାର ବିଳମ୍ୱିତ ରାତିରେ କେନ୍ଦୁଝର ମୁଖ୍ୟ ଚିକିସ୍ଚାଳୟରେ ଭର୍ତ୍ତି କରିଥିଲେ ।

ସେଠାରେ ଡାକ୍ତର ଚିକିସ୍ଚା କରୁଥିବା ବେଳେ ତାଙ୍କର ହୋସ ଆସିନଥିଲା । ତାଙ୍କୁ ଅକ୍ସିଜେନ ଦେଇ ରଖାଯାଇଥିଲା ।ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରିବାକୁ ଡାକ୍ତର ପରାମର୍ଶ କରିଥିଲେ । ହେଲେ ଆଜି (ସୋମବାର) ସନ୍ଧ୍ୟାରେ ଘନର ମୁତ୍ୟୁ ଘଟିଛି ।

ଶୁଆକାଟି ପୋଲିସ ଖବର ପାଇ କେସ ନଂ ୩୦୨/୧୮ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

   Related Posts