Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବରିଷ୍ଠ ସାମ୍ୱାଦିକ ବିନୋଦ ଦୁଆଙ୍କ ପରଲୋକ, କରୋନାରେ ହୋଇଥିଲେ ଆକ୍ରାନ୍ତ
  • ||
  • ଚାଲିପାରିଲାନି ବିଧାନସଭା, ସୋମାବାର ପର୍ଯ୍ୟନ୍ତ ମୁଲତବୀ ଘୋଷଣା କଲେ ବାଚସ୍ପତି
  • ||
  • ଭୁବନେଶ୍ବର : ଚଉଷଠୀ ଯୋଗିନୀ ମା’ ନାରାୟଣୀଙ୍କ ମନ୍ଦିରରୁ ଚୋରି, ମା’ଙ୍କ ମୂର୍ତ୍ତିରୁ ସୁନା ଅଳଙ୍କାର ତାଡି ନେଲେ ଦୁର୍ବୃତ୍ତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୬୯୭୦ଜଣ ଭିକାରୀ, ୪୧୨୮ ପୁରୁଷ ଓ ୨୮୪୨ ମହିଳା
  • ||
  • ଭୁବନେଶ୍ବର : ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଓମିକ୍ରନ୍ ଚିହ୍ନଟ ହୋଇନାହିଁ : DMET
  • ||
  • ଭୁବନେଶ୍ବର : ଗୃହରେ ବିରୋଧୀଙ୍କ ପ୍ରତିବାଦ ପ୍ରସଙ୍ଗ, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ କହିଲେ- ‘ଏହା ଗଣତନ୍ତ୍ର ପ୍ରତି ସୁସ୍ଥ ବାତାବରଣ ନୁହଁ’
  • ||
  • ଭୁବନେଶ୍ବର : ଦୁର୍ବଳ ହେବାରେ ଲାଗିଛି ବାତ୍ୟା : ରାଜସ୍ବ ମନ୍ତ୍ରୀ
  • ||
  • ଭୁବନେଶ୍ବର : ମମିତା ଝଡ ଧୀରେ ଧୀରେ ମହାବାତ୍ୟା ଆଡକୁ ମୁହାଁଇବ : ବିଷ୍ଣୁ ସେଠୀ
  • ||
  • ପୁରୀ : ପୁରୀ ବେଳାଭୂମିରେ ଲାଗିଲା ରେଡ୍ ଫ୍ଲାଗ୍, ଜନସାଧାରଣଙ୍କୁ ଯିବା ଲାଗି ବାରଣ
  • ||
  • ପଦାର୍ଥ ବିଜ୍ଞାନୀ ପଦ୍ମଭୂଷଣ ତ୍ରିଲୋଚନ ପ୍ରଧାନଙ୍କ ପରଲୋକ
  • ||

ଏମିତି ପୁଅ କାହାକୁ ନମିଳୁ, ମଦ ପିଇ ବାପ-ମାଆଙ୍କୁ ମାଡ଼ ମାରୁଛି, ଥାନାକୁ ଗଲେ ମାଗୁଛି ଭୁଲ୍‌

18/10/2021 at 2:52 PM

ଭଦ୍ରକ ୧୮।୧୦ :  ଗୋଟିଏ ବୋଲି ପୁଅ, ତାକୁ ବିବାହ କରିଦେଲୁ । ବିବାହ ପରେ ଘରକୁ ଭଲରେ ଚଳାଇବ ବୋଲି ଆଶା ରଖିଥିଲେ ବାପା-ମାଆ । ହେଲେ କିନ୍ତୁ ଆଶା ରହିଗଲା ଆଶାରେ । ପୁଅ ସେବା ପରିବର୍ତ୍ତେ ଆରମ୍ଭ କରିଦେଲା ମାରପିଟ୍‌ । ଥାନାରେ ଅଭିଯୋଗ ପରେ ପୁଅ ଭୁଲ ମାଗୁଲା , କିନ୍ତୁ ଘରକୁ ଆଣି ବାପ-ମାଆଙ୍କୁ ପୁଣି ମାଡ଼ ମାରୁଛି । ଏପରି ଅଭିଯୋଗ ପରେ ପୁଅକୁ ଅଟକ ରଖିଛି ପୋଲିସ ।

ଖବର ଅନୁଯାୟୀ, ଭଦ୍ରକ ଜିଲ୍ଲା ଧାମନଗର ଥାନା ପାଳିକରି ଗାଁର ଗୋପବନ୍ଧୁ ଦାସ ଓ ଉମାମଣି ଦାସଙ୍କର ଗୋଟିଏ ବୋଲି ପୁଅ । ତାଙ୍କ ନାମ ଗଦାଧର ଦାସ । ଗୋଟିଏ ପିଲା ବୋଲି ବହୁ ଆଦରରେ ବଡ଼ କରିଥିଲେ । ଭବିଷ୍ୟତରେ ପୁଅର ସେବା ପାଇଁ ଅନେକ ସ୍ୱପ୍ନ ମଧ୍ୟ ଦେଇଥିଲେ । କିନ୍ତୁ ବିବାହ ପରେ ବାପ-ମାଆ ଦେଖିଥିବା ସବୁ ସ୍ୱପ୍ନ ଭାଙ୍ଗିଯାଇଥିଲା ।ପୁଅ ମଦ ପିଇ ବାପା-ମାଆଙ୍କୁ ମାଡ଼ ମାରିଥିବାର ଅଭିଯୋଗ ଆସିଛି । ଏନେଇ ଧାନନଗର ଥାନାରେ ଲିଖିତ ଭାବେ ଅଭିଯୋଗ କରିଥିଲେ ଏହି ବୃଦ୍ଧ ଦମ୍ପତ୍ତି ।

ଥାନାରେ ଅଭିଯୋଗ ପରେ ବାପ-ମାଆଙ୍କୁ  ସମସ୍ତଙ୍କ ଆଗରେ ଭୁଲ୍‌ ମାଗି ଘରକୁ ନେଇଥିଲେ । କିନ୍ତୁ କିଛି ଦିନର ବ୍ୟବଧାନ ପରେ ପୁଣି ଆରମ୍ଭ ହୋଇଯାଇଥିଲା ଯାତନା । ମଦ ପିଇ ପୁଣି ବାପ-ମାଆଙ୍କୁ ମାଡ଼ ମାରିବା ସହ ଘର ଭିତରେ ବନ୍ଦ କରିଦେଇଥିଲା ପୁଅ । ଉଭୟ ମା ଓ ବାପା ପଡୋଶୀ ଘରର ଲୋକଙ୍କ ସହଯୋଗରେ ଘରୁ ବାହାରି ଭଦ୍ରକ ଏସ୍‌ପିଙ୍କ ନିକଟକୁ ଆସିଥିଲେ । ପୋଲିସ ପୁଅ ଗଦାଧର ଦାସକୁ ଥାନାରେ ଅଟକ ରଖିଛି । ତେବେ ପୁଅ ଠାରୁ ତ୍ରାହି ପାଇବା ପାଇଁ ବାପା ମା କାନ୍ଦି କାନ୍ଦି ଅନୁରୋଧ କରିଛନ୍ତି ।

   Related Posts