ଟ୍ରକ ଧକ୍କାରେ ଚାଲିଗଲା ପୁଅର ଜୀବନ : ବାପା ଗୁରୁତର

Published By : Prameya-News7 Bureau | September 19, 2020 IST

କଟକ  ୧୯/୯: କଟକ ଜିଲ୍ଲା ଟାଙ୍ଗୀ ଥାନା  ଅନ୍ତର୍ଗତ  କଏରାପାରୀ  ଛକ ନିକଟରେ  ଏକ ଟ୍ରକ ବାଇକକୁ ଧକ୍କା ଦେବାରୁ ପୁଅର ମୃତ୍ୟୁ ହୋଇଥିବାବେଳେ ବାପା ଗୁରୁତର ଆହତ ହୋଇଥିବା ଜଣାପଡିଛି।  ସୂଚନା ମୁତାବକ ଭୋର ସମୟରେ ଶାଳଗାଁ ପଞ୍ଚାୟତ ଖାଇ ପଡିଆ ଗ୍ରାମର ବଟକୃଷ୍ଣ ମହାରଣା ତାଙ୍କ ପୁଅ ପବନି ମହାରଣା ଏକ ବାଇକରେ  ଛତିଆ ଅଭିମୁଖେ ଯାଉଥିବା ସମୟରେ  କଏରାପାରୀ  ଛକ ନିକଟରେ ପଛପଟରୁ ଏକ ଦଶଚକିଆ ଟ୍ରକ ଦେଇଥିଲା।

{"id":331597,"sizeSlug":"large"}

ଦୁର୍ଘଟଣା ଘଟାଇ ଟ୍ରକଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବାବେଳେ   ପୁଅର ମୃତ୍ୟୁ ହୋଇଥିବା ସହ ବାପା ଗୁରୁତର ହୋଇଥିଲେ।  ସ୍ଥାନୀୟ ଲୋକେ ପହଞ୍ଚି   ବାପ- ପୁଅଙ୍କୁ ଏନ୍ ଏଚ ଆଇ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ କୁ ପଠାଇ ଥିବା ଜଣାପଡିଛି।  ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ବାଇକଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.