ମା’ଙ୍କ ଦଶାହରେ ପୁଅଙ୍କ ଅଚାନକ ମୃତ୍ୟୁ

Published By : Prameya-News7 Bureau | November 25, 2019 IST

ଗଞ୍ଜାମ ୨୫/୧୧: ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଡିରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା । ମା’ଙ୍କ ଅକାଳ ବିୟୋଗ ହେବାର ଦଶାହ କାର୍ଯ୍ୟ କରୁଥିବାବେଳେ ପୁଅଙ୍କ ଅଚାନକ ମୃତ୍ୟୁ ହୋଇଛି । ଏବେ ଗାଁ ରେ ଶୋକର ଛାୟା ଖେଳି ଯାଇଛି ।

{"id":189445,"sizeSlug":"large"}

 ଡେଙ୍ଗାଡି ଗ୍ରାମର ପ୍ରଶାନ୍ତ କୁମାର ପଟ୍ଟନାୟକ (୫୨) ହିନ୍ଦୁ ରୀତି ନୀତି ଅନୁଯାୟୀ ମାଙ୍କ ଦଶାହ କାର୍ଯ୍ୟ ପାଇଁ ଆଜି ସକାଳ ୪ଟା ସମୟରେ ମାଙ୍କ ଆତ୍ମାର ସଦ୍ଗତି ସକାଶେ ଆୟୋଜିତ ଜୁଳି ଜୁଳିଆ ହାଣ୍ଡି ଧରି ଗାଁ ମୁଣ୍ଡକୁ ଯାଇଥିଲେ । ସେଠୁ ଆସି ଘରେ ଅଚେତ ହୋଇ ଯାଇଥିଲେ। ଫଳରେ ପରିବାର ଲୋକ ସହ ଗ୍ରାମ ବାସୀ ନିକଟସ୍ଥ ଆଡପଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ ।

{"id":189446,"sizeSlug":"large"}

ମେଡିକାଲରେ ଡାକ୍ତର ପ୍ରଶାନ୍ତଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ପ୍ରଶାନ୍ତ ସରକାରୀ ନେହେରୁ ବିଦ୍ୟା ପୀଠ ଉଚ୍ଚ ବିଦ୍ୟାଳୟର କିରାଣୀ ଭାବେ ଚାକିରୀ କରୁଥିବାବେଳେ ଏଭଳି ଘଟଣା ଶୁଣି ବିଦ୍ୟାଳୟର ବହୁ ଛାତ୍ର ଛାତ୍ରୀ ଗାଁ ରେ ରୁଣ୍ଡ ହୋଇଛନ୍ତି ଶେଷ ଦର୍ଶନ ପାଇଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.