ଉଦାହରଣ ସୃଷ୍ଟି କଲେ ମୁରାଦାବାଦ ପୋଲିସ୍ : ପୁଅର ଅନୁରୋଧରେ ବୃଦ୍ଧ ଦମ୍ପତ୍ତିଙ୍କ ୫୦ତମ ବିବାହ ବାର୍ଷିକୀକୁ ଧୁମଧାମ୍ ସହ କଲେ ପାଳନ

Published By : Prameya-News7 Bureau | May 09, 2020 IST

ମୁରାଦାବାଦ ୯/୫: ଭୟଙ୍କର କରୋନା ଭାଇରସ୍ ସହ ପୂରା ବିଶ୍ବ ଲଢ଼େଇ କରୁଛି। ଏବେ ଦେଶବ୍ୟାପି ଲକଡାଉନ୍ ଚାଲିଛି। ଏପରି ପରିସ୍ଥିତିରେ ଯିଏ ଯେଉଁଠି ଅଛି ସେଠାରେ ହିଁ ବନ୍ଦୀ ଅଛନ୍ତି ଏବଂ ସମସ୍ତ କାର୍ଯ୍ୟକ୍ରମ ମଧ୍ୟ ବନ୍ଦ ରହିଛି। ଏପରି ପରିସ୍ଥିତିରେ ଉତ୍ତର ପ୍ରଦେଶର ମୁରାଦାବାଦରେ ରହୁଥିବା ଅଗ୍ରଓ୍ବାଲ୍ ଦମ୍ପତ୍ତିଙ୍କ ଆଜି ୫୦ତମ ବିବାହ ବାର୍ଷିକୀ। କିନ୍ତୁ ତାଙ୍କ ପାଖରେ ନିରାଶା ବ୍ୟତୀତ କିଛି ନଥିଲା। ନୋଏଡ଼ାରେ ରହୁଥିବା ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲଙ୍କ ଏକମାତ୍ର ପୁତ୍ର ଅନୁଜ ପୋଲିସ୍ ସହାୟତାରେ ନିଜ ବାପା ମାଆଙ୍କୁ ଖୁସି କରି ଦେଇଥିଲେ।

ଅନୁଜ ପୋଲିସକୁ ଜଣାଇଥିଲେ ଯେ ଆଜି ତାଙ୍କ ବାପା ମାଆଙ୍କ ୫୦ତମ ବିବାହ ବାର୍ଷିକୀ ଏବଂ ସେ ଲକଡାଉନ୍ କାରଣରୁ ନୋଏଡ଼ାରୁ ସପରିବାର ବାପାଙ୍କ ପାଖକୁ ଆସି ପାରୁନଥିଲେ। ସେ ନିଜ ବାପା ମାଆଙ୍କ ବିବାହ ବାର୍ଷିକୀକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି,କିନ୍ତୁ ସେ କିଛି କରିପାରୁନାହାନ୍ତି। ପୁଅଙ୍କ ଅନୁରୋଧରେ ପୋଲିସ୍ ଟିମ୍ କାହାକୁ କିଛି ନଜଣାଇ ବୟସ୍କ ଦମ୍ପତ୍ତିଙ୍କ ଘରକୁ ପହଞ୍ଚି ଯାଇଥିଲେ। ଅଗ୍ରଓ୍ବାଲ୍ ଦମ୍ପତ୍ତି ବହୁତ ଖୁସି ହୋଇଥିଲେ।

{"id":267298,"sizeSlug":"large"}

ପୋଲିସ୍ ଫୋର୍ସ ମହିଳା କନେଷ୍ଟବଲଙ୍କ ସହ ଫୁଲମାଳ,ଫୁଲ,କେକ୍ ନେଇ ତାଙ୍କ ଘରକୁ ପହଞ୍ଚିଥିଲେ। ସମସ୍ତେ ଏକାଠି ମିଶି ସୁରେଶ ଚନ୍ଦ୍ର ଅଗ୍ରଓ୍ବାଲ୍ ଏବଂ ତାଙ୍କ ପତ୍ନୀ ସୁଷମାଙ୍କ ସହ ମିଶି ସେମାନଙ୍କ ୫୦ତମ ବିବାହ ବାର୍ଷିକୀ ସେଲିବ୍ରେଟ୍ କରିଥିଲେ। ଦମ୍ପତ୍ତି ମୁରାଦାବାଦ ପୋଲିସକୁ ଧନ୍ୟବାଦ ଜଣାଇଥିଲେ। ଦମ୍ପତ୍ତି ପୋଲିସ ଟିମର ପ୍ରଶଂସା କରି କହିଥିଲେ ଯେ ଆଜି ସେମାନଙ୍କ ବିବାହ ବାର୍ଷିକୀ ପୋଲିସଙ୍କ ପାଇଁ ଖୁସିରେ ସେଲିବ୍ରେଟ୍ ହୋଇପାରିଛି। ଏହା ପରେ ଅନୁଜ ମଧ୍ୟ ଫୋନ୍ କରି ପୋଲିସ୍ ଟିମକୁ ଧନ୍ୟବାଦ ଜଣାଇଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.