ଦାରିଦ୍ର୍ୟ ପାଇଁ ଶବକୁ ମିଳିଲାନି ସମ୍ମାନ : ବାପାଙ୍କ ଶବକୁ ବାଇକରେ ବୋହିନେଲେ ପୁଅ

Published By : Prameya-News7 Bureau | September 16, 2019 IST

ନବରଙ୍ଗପୁର ୧୬/୯: ଦାରିଦ୍ର୍ୟ ପାଇଁ ଶବକୁ ମିଳିଲାନି ସମ୍ମାନ। ବାପାଙ୍କ ମୃତ ଦେହକୁ ବାନ୍ଧି ବାଇକରେ ନେବା ସମୟରେ ଉମରକୋଟ ସହରର କିଛି ଲୋକଙ୍କୁ ଜଣାଇ ଥିଲେ ତାଙ୍କ ଦୁଃଖ ।ଏପରି ଦୃଶ୍ୟଟି ଦେଖିବାକୁ ମିଳିଛି ଉମରକୋଟ ସହର ଗୋପବନ୍ଧୁ ଛକରେ ।

{"id":158458}

ପ୍ରାୟ ରାତି ଏଗାରଟା ହେବ ଏହି ସମୟରେ ଉମରକୋଟ ରାଜ ରାସ୍ତାରେ ଏକ ବାଇକ ପଛରେ ପଟା ଉପରେ ବନ୍ଧା ହୋଇ ଯାଉଥିଲା ଶବଟିଏ। ଏଭଳି ଅଭାବନୀୟ ଦୃଶ୍ୟ ଦେଖି ଗୋପବନ୍ଧୁ ଛକ ଠାରେ କିଛି ଲୋକ ଶବ ବୋହୁଥିବା ବାଇକକୁ ଅଟକାଇବାରୁ ଜଣାପଡିଥିଲା ଯେ ରାଇଘର ବ୍ଲକ କୁଡୁମଧରା ଗ୍ରାମର ବଳି ଶାନ୍ତା ଝରିଗାଁ ବ୍ଲକ୍ ବଂସିବନ୍ଧା ଗ୍ରାମ କୁ ଯାଇଥିଲେ ଦେଶି ଚିକିତ୍ସା ପାଇଁ । ସେଠାରେ ବଳିଙ୍କ ଶରୀର ଖରାପ ହେବା ଯୋଗୁ  ଆମ୍ବୁଲାନ୍ସ କୁ ଯୋଗାଯୋଗ କରିଥିଲେ କିନ୍ତୁ ଆମ୍ବୁଲାନ୍ସ ଆସି ନଥିଲା  ଇତି ମଧ୍ୟରେ ବଳି ଙ୍କ ମୁତ୍ର୍ୟୁ ହୋଇଯାଇଥିଲା।

{"id":158459}

ବଳି ଙ୍କ ଶବ କୁ ବଂସିବନ୍ଧା ଠାରୁ କୁଡୁମଧରା ନିଜ ଗ୍ରାମ କୁ ନେବାକୁ ବଳି ଙ୍କ ପୁଅ ଲକି ସାନ୍ତା ଅନ୍ୟ ମାନଙ୍କ ସହାୟତାରେ ଏକ ବାଇକ ଯୋଗେ  ନେଇ ଯାଉଥିଲେ କିନ୍ତୁ ଉମରକୋଟ ସହର ର କିଛି ଲୋକମାନେ ଶବ କୁ ଚିକିତ୍ସାଳୟ ନେବାକୁ ପରାମର୍ଶ ଦେଇଥିଲେ ଓ ପରେ ଆଜି ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ଜଣାପଡିଛି ।, ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ ବିକାଶର ନଗ୍ନ ରୂପ ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରେ ଦେଖିବାକୁ ମିଳିଛି ଯେଉଁଠି ଆଜି ବି ଶବ ବାହକ ଗାଡ଼ି ନ ମିଳିବାରୁ ବାପା ଙ୍କ ଶବକୁ ପୁଅ ବାଇକରେ ଧରି ଯାଉଥିବା ଦୃଶ୍ୟ ଦେଖିବାକୁ ମିଳୁଛି ।

{"id":158460}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.