Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପଶ୍ଚିମବଙ୍ଗ ନିର୍ବାଚନରେ କରୋନା ନିୟମର ଖୁଲମ୍‌ଖୁଲା ଉଲଙ୍ଘନ, ଏପ୍ରିଲ୍‌ ୧୬ରେ ସର୍ବଦଳୀୟ ବୈଠକ ଡକାଇଲେ ନିର୍ବାଚନ ଆୟୋଗ
  • ||
  • ଭୁବନେଶ୍ବର : ପିପିଲି କଂଗ୍ରେସ ପ୍ରାର୍ଥୀ ଅଜିତ୍ ମଙ୍ଗରାଜଙ୍କ ପରଲୋକ
  • ||
  • ଭୁବନେଶ୍ବର : ରାଜ୍ୟରେ ପରୀକ୍ଷା ହେବ କି ନାହିଁ ସେନେଇ ଚିନ୍ତା କରିବୁ – ଗଣଶିକ୍ଷା ମନ୍ତ୍ରୀ
  • ||
  • ଯାଜପୁର : ଏକ ତରଫା ପ୍ରେମରୁ ଯୁବକଙ୍କ ଉନ୍ମତକାଣ୍ଡ, ବାହା ହେବାକୁ ରାଜି ନହେବାରୁ ସମ୍ପର୍କୀୟ ଭଉଣୀଙ୍କୁ ଚେଙ୍କ ଦେଲା ଭାଇ
  • ||
  • ବାଲେଶ୍ବର : ସମୁଦ୍ରରେ ମାଛ ଧରା ବନ୍ଦ, ଆଜିଠୁ ଜୁନ୍ ୧୫ ଯାଏଁ ବଳବତ୍ତର ରହିବ କଟକଣା
  • ||
  • ଭୁବନେଶ୍ବର : କୋଭିଡ୍ ନିୟମ ଉଲଂଘନକାରୀଙ୍କଠୁ ୨ କୋଟି ୧୭ ଲକ୍ଷ ଟଙ୍କା ଫାଇନ୍ ଆଦାୟ
  • ||
  • ଭୁବନେଶ୍ବର : ୟେଲୋ ଜୋନ୍‌କୁ ଗଲା ୫ ଜିଲ୍ଲା, ପୂର୍ବରୁ ୨ ଜିଲ୍ଲା ରହିଛି ରେଡ୍ ଜୋନ୍‌ରେ
  • ||
  • ଝାରସୁଗୁଡା : କୋଇଲା ଖଣି ମ୍ୟାନେଜର ଅଫିସରୁ ମହିଳା କର୍ମଚାରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଅସ୍ପଷ୍ଟ
  • ||
  • ମାଲକାନଗିରି : ମାଲକାନଗିରିରୁ ଛତିଶଗଡକୁ ସଂଯୋଗ ସମସ୍ତ ରାସ୍ତା ସିଲ୍, ଅପ୍ରେଲ ୩୦ଯାଏଁ ବସ୍ ଚଳାଚଳ ଠପ୍
  • ||
  • CBSE ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ, ଛାତ୍ରଛାତ୍ରୀଙ୍କ ମାର୍କ ସ୍ଥିର କରିବ ବୋର୍ଡ
  • ||

ନୃଶଂସ ପୁଅର ଉନ୍ମତ କାଣ୍ଡ, ମା କୁ ପୋଡି ହତ୍ୟା କଲା

4/07/2019 at 10:08 PM

କେନ୍ଦ୍ରାପଡା ୪।୭:  ପାରିବାରିକ ହିଂସାର କରୁଣ ପରିଣତି, ଏକ ପୁଅ ନିଜ ମାକୁ ପୋଡି ହତ୍ୟା କରିଛି। ଏଭଳି ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଶୈଳେନ୍ଦ୍ର ସରାଇ ଗାଁରେ। ସାନ ପୁଅ ସୁକଦେବ ଓଝା ମାକୁ ପୋଡି ହତ୍ୟା କରିଥିବା ନେଇ ବଡ ପୁଅ ଶ୍ରୀକାନ୍ତ ଓଝା ତଳଚୁଆ ମେରାଇନ ଥାନାରେ ଏତଲା ଦେଇଛନ୍ତି। ଲିଖିତ ଏତଲା ଆଧାରରେ ପୋଲିସ ସୁକକୁ ଅଟକ ରଖିଥିବା ବେଳେ ଶବକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି।

ଶ୍ରୀକାନ୍ତ ଓ ସୁକଦେବଙ୍କ ପରିବାରରେ କଳହର କାରଣ ଜଣା ପଡି ନାହିଁ। ତେବେ ସୁକ ଉତ୍ୟକ୍ତ ହୋଇ ମାକୁ ହତ୍ୟା କରିଥିବା ବଡ ପୁଅ ଶ୍ରୀକାନ୍ତ ଅଭିଯୋଗ କରିଛନ୍ତି। ମୃତ ମହିଳାଙ୍କୁ ମୁକ୍ତକେଶୀ  ଓଝା ଭାବେ ଚିହ୍ନଟ କରାଯାଇଛି। ସୁକକୁ ଘଟଣା ସମ୍ପର୍କରେ ପୋଲିସ ପଚରା ଉଚରା ଚଳାଇଛି। ସୁକ କଣ ପାଇଁ ମାକୁ ପୋଡି ହତ୍ୟା କଲା ପୋଲିସ ପଚରା ଉଚରା କରୁଥିବା ବେଳେ  ପୋଷ୍ଟ ମର୍ଟମ ରିପୋର୍ଟରୁ ଘଟଣା ସ୍ପଷ୍ଟ ହୋଇଯିବ ବୋଲି କହିଛି ପୋଲିସ।

   Related Posts