ଦୁଇଥର ଶବ ସତ୍କାର କଲେ ପୁଅ : ଅଭାବନୀୟ ଘଟଣା ଆଉ କାରଣ ଆହୁରି ଅଦ୍ଭୁତ…

Published By : Prameya-News7 Bureau | June 08, 2020 IST

ନୂଆଦିଲ୍ଲୀ ୦୮/୦୬ : ଦିଲ୍ଲୀ ଲୋକମାନ୍ୟ ହସ୍ପିଟାଲରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି | ଶବଗୃହରେ ସମାନ ନାମକ ଦୁଇଜଣ ବ୍ୟକ୍ତିଙ୍କ ଶବ ଯୋଗୁଁ ଦ୍ଵନ୍ଦ ସୃଷ୍ଟି ହୋଇଥିଲା | ମଇଉଦ୍ଦିନ ନାମକ ଦୁଇଜଣ ବ୍ୟକ୍ତିଙ୍କ ମୃତଦେହ ଶବଗୃହରେ ଥିଲା | ଫଳରେ ତାଙ୍କ ପୁଅ କଳାମୁଦ୍ଦିନ ସନ୍ଦେହରେ ଉଭୟ ମୃତଦେହର ଶବ ସତ୍କାର କରିଛନ୍ତି | ରିପୋର୍ଟ ଅନୁଯାୟୀ, କଳାମୁଦ୍ଦିନ ଦୁଇଟି ଶବ ସତ୍କାର କରିଛନ୍ତି | ପ୍ରଥମଟି ହେଲା ଏଜାଜଙ୍କର ଯିଏ ଉଦ୍ଦିନଙ୍କ ବଡ ଭାଇ ଥିଲେ | ଦ୍ୱିତୀୟଟି ତାଙ୍କ ନିଜ ପିତାଙ୍କର ଥିଲା | 

ଏଜାଜ କହିଛନ୍ତି ଯେ, ରବିବାର ଦିନ ଶବଗୃହରେ ସେ ପାଖାପାଖି ୨୫୦ ମୃତଦେହ ଦେଖିଥିଲେ | ଦିନେ ପୂର୍ବରୁ ଅର୍ଥାତ ଶନିବାର ଦିନ ତାଙ୍କ ବଡ ଭାଇଙ୍କ ଅନ୍ତିମ ସଂସ୍କାର ହୋଇସାରିଥିଲା | ହସ୍ପିଟାଲ ଶବଗୃହକୁ ଯିବାପରେ ସେ ଜାଣିବାକୁ ପାଇଥିଲେ ତାଙ୍କ ବଡ ଭାଇଙ୍କ ଶେଷ ସତ୍କାର ଆଉ ଜଣେ ପରିବାର ଦିନେ ପୂର୍ବରୁ କରିସାରିଛି | ଏହା ଜାଣିବା ପରେ ସେ ଉକ୍ତ ବ୍ୟକ୍ତିଙ୍କ ପାଖକୁ ଯାଇଥିଲେ ଯିଏ ତାଙ୍କ ବଡ ଭାଇଙ୍କ ଶବ ସତ୍କାର କରିଥିଲେ ଏବଂ ତାଙ୍କର ଫଟୋ ଦେଖାଇବାକୁ କହିଥିଲେ | ଫଟୋ ଦେଖିବା ମାତ୍ରେ ସେ ନିଜ ଭାଇଙ୍କୁ ଚିହ୍ନି ପାରିଥିଲେ | କଳାମୁଦ୍ଦିନଙ୍କୁ ଗୁରୁବାର ଦିନ ମୃତଦେହ ଚିହ୍ନିବାକୁ କୁହାଯାଇଥିଲା | କିନ୍ତୁ ସେ ସଠିକ ଭାବେ ଚିହ୍ନି ପାରିନଥିଲେ ଯାହାଫଳରେ ଏହିଭଳି ଭୁଲ ହୋଇଥିଲା | କିନ୍ତୁ କାଗଜପତ୍ରରେ ସମସ୍ତ ସୂଚନା ଠିକ ଥିଲା |

ଏ ସମ୍ପର୍କରେ ହସ୍ପିଟାଲର ଜଣେ ଅଧିକାରୀ କହିଛନ୍ତି ଯେ ବେଳେବେଳେ ଶବଗୃହରେ ଲୋକେ ନିଜ ପରିଜନଙ୍କ ମୁହଁ ଚିହ୍ନି ପାରିନଥାନ୍ତି | ଯାହାଫଳରେ ଏହିଭଳି ସମସ୍ୟା ଉପୁଜିଥାଏ | କଳାମୁଦ୍ଦିନଙ୍କ ପିତା ତାଙ୍କ ଘର ନିକଟସ୍ଥ ଏକ ହସ୍ପିଟାଲରେ ଡାଇଲେସିସ ପାଇଁ ଯାଇଥିଲେ | ଜୁନ ୪ ତାରିଖରେ ତାଙ୍କୁ ଲୋକମାନ୍ୟ ହସ୍ପିଟାଲରେ କରୋନା ଟେଷ୍ଟ କରିବାକୁ କୁହାଯାଇଥିଲା | ସେହି ଦିନ ରାତିରେ ତାଙ୍କ କିଡନୀ ଫେଲ ହୋଇଯାଇଥିଲା ଏବଂ ତାଙ୍କର ମୃତ୍ୟୁ ଘଟିଥିଲା |

ଜୁନ ୨ ତାରିଖରେ ଏଜାଜଙ୍କ ଭାଇଙ୍କୁ ସେହି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା | ତାଙ୍କର ରକ୍ତଚାପ ହ୍ରାସ ପାଇଥିଲା | ହସ୍ପିଟାଲରେ ECG ପରୀକ୍ଷାବେଳେ ହଠାତ ତାଙ୍କର ମୃତ୍ୟୁ ହୋଇଥିଲା | ତେବେ ପରିବାର ଦୁଃଖ ଏଇଠି ସରିନଥିଲା | ଏଜାଜଙ୍କ ଭାଉଜଙ୍କୁ ହୃଦଘାତ ହୋଇଥିଲା ଏବଂ ନିଜ ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ତାଙ୍କର ମଧ୍ୟ ମୃତ୍ୟୁ ହୋଇଯାଇଥିଲା | ଏଜାଜଙ୍କ ଭାଇଙ୍କ ମୃତ୍ୟୁର ଦୁଇ ଦିନ ପରେ ତାଙ୍କର କରୋନା ଟେଷ୍ଟ ରିପୋର୍ଟ ପଜିଟିଭ ଆସିଥିଲା | ଜୁନ ୫ ତାରିଖରେ ଏଜାଜ ଯେତେବେଳେ ନିଜ ଭାଇଙ୍କ ମୃତଦେହ ଆଣିବାକୁ ଶବଗୃହକୁ ଯାଇଥିଲେ ହସ୍ପିଟାଲ ତାଙ୍କୁ ଭୁଲ ରିପୋର୍ଟ ଦେଇଥିଲା ଏବଂ ଅନ୍ୟ ଜଣଙ୍କ ମୃତଦେହ ଦେଖାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.