ରକ୍ତ ଦେଇପାରେ ଏମିତି ଧୋକା ? ୭୫ ବର୍ଷୀୟା ମାଆର ଅଶ୍ଲୀଳ ଫଟୋ ଉଠାଇ ସମ୍ପତ୍ତି ପାଇଁ ପୁଅ କରୁଥିଲା କୁତ୍ସୀତ କାଣ୍ଡ

Published By : Prameya-News7 Bureau | May 18, 2020 IST

କୋଟା, ୧୮|୦୫:  ସମ୍ପତି ଉପରେ କବଜା କରିବା ପାଇଁ ଜଣେ ଯୁବକ ଏପରି କିଛି କରିଛନ୍ତି ଯାହା ସମସ୍ତଙ୍କୁ ଚକିତ କରିଛି । କଳିଯୁଗରେ ଯୁବକ ଜଣଙ୍କ ନିଜ ମାଆଙ୍କ ବିରୋଧରେ ରଚିଥିବା ଷଡଯନ୍ତ୍ର ଚର୍ଚ୍ଚାର ବିଷୟ ପାଲଟିଛି । ଯୁବକଜଣଙ୍କ ନିଜ ମାଆଙ୍କ ଅଶ୍ଲୀଳ ଫଟୋ ଉଠାଇ ବ୍ଲାକମେଲ କରିବା ଭଳି ଘୃଣ୍ୟ କାମ କରିଛନ୍ତି ।

ସୂଚନାନୁସାରେ, ରାଜସ୍ଥାନର କୋଟା ଶିବପୁରା ଅଞ୍ଚଳର ୭୫ ବର୍ଷର ଜଣେ ମହିଳା ଥାନାର ଦ୍ୱାରସ୍ତ ହୋଇଥିଲେ । ସେ ଅଭିଯୋଗ କରିଛନ୍ତି ଯେ, ତାଙ୍କ ୫୦ ବର୍ଷର ପୁତ୍ର ସମ୍ପତ୍ତି ପାଇଁ ତାଙ୍କୁ ବ୍ଲାକମେଲ୍ କରୁଛି । ଏପରିକି ତାଙ୍କର ଅଶ୍ଲୀଳ ଫଟୋ ଉଠାଇ ପରିବାରର ଅନ୍ୟ ସଦସ୍ୟଙ୍କ ଫୋନକୁ ମଧ୍ୟ ପଠାଉଛି ।

ମହିଳାଜଣଙ୍କ ଆହୁରି କହିଛନ୍ତି ଯେ, ଏକଦା ଘରେ ପୂଜା ଚାଲିଥିବା ବେଳେ ପୁଅ ନିଆଁ ଲାଗିଯାଇଥିବା ପାଟିକରି ଥିଲା । ନିଆଁଙ୍କୁ ରକ୍ଷା ପାଇବା ପାଇଁ ପୋଷାକ ଖୋଲିବାକୁ କହିଥିଲା । ଏହି ସମୟରେ ପୁତ୍ର ଫଟୋ ଉଠାଇ ଦେଇଥିଲା ।

ଘଟଣାର ତଦନ୍ତ କରୁଥିବା ପୋଲିସ ଅଧିକାରୀ ତାରାଚାନ୍ଦ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । ଅଭିଯୁକ୍ତ ପୁଅକୁ ଗିରଫ କରାଯାଇଛି । ଏହାସହ ମୋବାଇଲରୁ ସମସ୍ତ ଫଟୋକୁ ଡିଲିଟ୍ ମଧ୍ୟ କରିଦିଆଯାଇଛି । କୋର୍ଟରେ ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତକୁ ଜେଲ ହାଜତକୁ ପଠାଇ ଦିଆଯାଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.