Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପବଜୀ ଖେଳିବାକୁ ବିରୋଧ କରିବାରୁ ବାପାଙ୍କ ଗଳା କାଟି ହତ୍ୟା କଲା ପୁଅ

10/09/2019 at 12:12 PM

ବେଙ୍ଗାଲୁରୁ ୧୦/୯: କର୍ଣ୍ଣାଟକର ବେଲଗାଓ୍ବି ଜିଲ୍ଲାରେ ମୋବାଇଲ୍ ଗେମ୍ ପବଜୀକୁ ନେଇ ଜଣେ ଯୁବକ ତା’ର ବାପାଙ୍କ ହତ୍ୟା କରିଛି। ଉକ୍ତ ଯୁବକକୁ ପବଜୀ ଖେଳିବାର ନିଶା ହୋଇଯାଇଯାଇଥିଲା। ଯାହା ଫଳରେ ତା’ ବାପା ସବୁବେଳେ ବିରକ୍ତ ହେଉଥିଲେ। ଏହି ମାମଲାରେ ପୋଲିସ୍ ଯୁବକ ବିରୋଧରେ ହତ୍ୟା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

୨୬ବର୍ଷ ବୟସ୍କ ରଘୁବୀର ପବଜୀ ଖେଳିବାର ଖରାପ ଅଭ୍ୟାସ ହୋଇଯାଇଥିଲା। ଏଥି ପାଇଁ ତା’ ବାପା ଶଙ୍କରପ୍ପା ଅସନ୍ତୁଷ୍ଟ ହେଉଥିଲେ। ସେ କେତେ ଥର ରଘୁବୀରକୁ ଏହି ଖେଳ ଖେଳି ସମୟ ବରବାଦ ନକରିବାକୁ କହୁଥିଲେ କିନ୍ତୁ ସେ ତାଙ୍କ କଥା ଶୁଣୁନଥିଲା। ଯେତେବେଳେ ବାପା କଡ଼ାକଡ଼ି ଭାବେ ଶାସନ କରିଥିଲେ ସେତେବେଳେ ରଘୁବୀରର ରାଗ ପଞ୍ଚମକୁ ଚଢ଼ିଯାଇଥିଲା।

ପୋଲିସଙ୍କ କହିବାନୁସାରେ,ରବିବାର ରାତିରେ ରଘୁବୀର ଦୀର୍ଘ ସମୟ ଧରି ପବଜୀ ଖେଳୁଥିଲା। ଏହା ଦେଖି ବାପା ତାକୁ ବହୁତ ଗାଳି କରିଥିଲେ। ଏହା ପରେ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ରଘୁବୀର ରାଗ ତମତମ ହୋଇଯାଇଥିଲା। ସେ ପ୍ରଥମେ ମାଆଙ୍କୁ ରୁମରେ ବନ୍ଦ କଲା। ଏହା ପରେ ରୋଷେଇ ଘରୁ ଛୁରୀ ଆଣି ବାପାଙ୍କ ଶରୀରରେ ଅନେକ ସ୍ଥାନରେ ଛୁରୀରେ ଆକ୍ରମଣ କରିଥିଲା ଏବଂ ବାପାଙ୍କ ଗଳାକୁ କାଟି ହତ୍ୟା କରିଥିଲା।

   Related Posts