Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମିଲରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ବିଲଡିଂରୁ ଡେଇଁପଡିଥିଲେ ଶ୍ରମିକ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୪୦ କୋଭିଡ୍ ପଜିଟିଭ୍
  • ||
  • ଲଖିମପୁର ହିଂସା ମାମଲାରେ ସଂଯୁକ୍ତ କିଷାନ ମୋର୍ଚ୍ଚାର ରେଳରୋକ, ୬ ଘଣ୍ଟିଆ ଆନ୍ଦୋଳନ ପାଇଁ ୧୪୪ ଧାରା
  • ||
  • ଫୁଲୁଛି ଜଳକା ନଦୀ, ବିପଦ ସଙ୍କେତ ଉପରେ ଜଳସ୍ତର
  • ||
  • ଚାଲାଣ ବେଳେ ୩୯ ଶ୍ରମିକ ଉଦ୍ଧାର, ଦାଦନ ଖଟିବାକୁ ଯାଉଥିଲେ ବିଜୟନଗରମ୍
  • ||
  • ବଙ୍ଗୋପସାଗରରେ ଟ୍ରପ୍ ଲାଇନ, ୪ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ଏଯାଏଁ ମିଳୁନି ବାପା-ପୁଅଙ୍କ ପତ୍ତା, ରବିବାର ନାଗାବଳୀରେ ଭାସି ଯାଇଥିଲେ ଉଭୟ
  • ||
  • ଆଜି ୧୨ ଘଣ୍ଟିଆ ନୂଆପଡ଼ା ଜିଲ୍ଲା ବନ୍ଦ, ଗାଡ଼ି ଚଳାଚଳ ପ୍ରଭାବିତ
  • ||

ମା’କୁ ମାରି ନିଜ ଘର ବାରଣ୍ଡାରେ ଜାଳି ଦେଲା ପୁଅ, ସେହି ନିଆଁରେ ଚିକେନ୍‌ ରୋଷେଇ କରି ଖାଇଲା

30/01/2021 at 10:03 PM

ରାଞ୍ଚି ୩୦/୦୧: ମମତା ଭୁଲି ସୈତାନ ପାଲଟିଲା ପୁଅ। ନିଜ ଜନ୍ମ କଲା ମା’କୁ ନିର୍ମମ ହତ୍ୟା କରି ଜାଳି ଦେଲା ପୁଅ । ତାପରେ ବି ତାର ନୃଶଂସତା ଶେଷ ହେଲାନି। ପରେ ପୁଣି ସେହି ଜୁଇ ନିଆଁରେ ମାଂସ ରୋଷେଇ କରି ଖାଇଲା। ଏମିତି ଏକ ଛାତିଥରା ଘଟଣା ଝାଡ଼ଖଣ୍ଡର ସିହଂଭୁମ ଜିଲ୍ଲା ମନୋହରପୁର ଥାନା ଅଞ୍ଚଳରେ ଘଟିଛି।

ଏହି ଘଟଣା ଭିଆଇଥିବା ସୈତାନର ନାଁ ପ୍ରଧାନ ସୋୟ ହୋଇଥିବା ବେଳେ ତାର ବୟ ୩୫ ବର୍ଷ ହେବ ବୋଲି କୁହାଯାଉଛି। ମା’କୁ ହତ୍ୟା କରି ଜାଳିବା ପରେ ବି ନୃଶଂସ ପୁଅ ଘରେ ଥିଲା। ଆଜି ପୁଣିଥରେ ତା’ ମାର ଅଧା ପୋଡ଼ା ଶରୀରକୁ ଚୁଲିରେ ପକାଇଥିଲା। ଏହି ଘଟଣା ସମ୍ପର୍କରେ ଅଭିଯୁକ୍ତର ଭଉଣୀ ସୋମବାରୀ ଗାଁ ଲୋକଙ୍କୁ କହିଥିଲେ। ଅଭିଯୁକ୍ତର ଭଉଣୀ ପାଖରୁ ସମସ୍ତ ଘଟଣା ଶୁଣିବା ପରେ ଗାଁ ଲେକେ ସ୍ତବ୍ଧ ହୋଇଯାଇଥିଲେ।

ତେବେ ୪ ବର୍ଷ ପୂର୍ବରୁ ନିଜ ବାପାଙ୍କୁ ବି ହତ୍ୟା କରିଥିଲା ଅଭିଯୁକ୍ତ। ଏବେ ତା ମା’ ସୁମୀ ସୋୟ(୬୦)ଙ୍କୁ ହତ୍ୟା କରିଛି ବୋଲି ଗାଁ ଲୋକେ କହିଛନ୍ତି। ଘଟଣା ସମ୍ପର୍କ​‌ରେ ଜାଣିବା ପରେ ଗାଁ ଲୋକେ ଅଭିଯୁକ୍ତର ହାତ ଗୋଡ଼ ବାନ୍ଧି ପୋଲିସକୁ ଖବର ଦେଇଥିଲେ। ଅଧା ପୋଡ଼ା ମୃତଦେହକୁ ପୋଷ୍ଟମର୍ଟମ ପାଇଁ ସଦର ହସ୍ପିଟାଲ ନିଆଯାଇଛି। ଅଭିଯୁକ୍ତର ମାନିସିକ ସ୍ଥିତି ଠିକ୍‌ ନଥିବା ଜଣାପଡ଼ୁଛି ବୋଲି ପୋଲିସ କହିଛି। ମାମଲାରେ ଅଧିକ ତଦନ୍ତ କରୁଛି ପୋଲିସ।  

   Related Posts