କେନ୍ଦୁଝର ବାମେବାରୀ ଥାନା ବେଲଦା ମୁଣ୍ଡା ସାହିରେ ମାଆର କାଠଫାଳିଆ ମାଡରେ ପୁଅର ମୃତ୍ୟୁ

Published By : Prameya-News7 Bureau | November 10, 2018 IST

କେନ୍ଦୁଝର ୧୦|୧୧: ମାଆର କାଠଫାଳିଆ ମାଡ଼ରେ ପୁଅର ମୃତ୍ୟୁ ହୋଇଛି । କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ବେଲଦା ମୁଣ୍ଡା ସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା । ମୃତକ ହେଲେ ୨୭ ବର୍ଷ ବୟସ୍କ ମଂଗଲ ମୁଣ୍ଡା । ହତ୍ୟା ଅଭିଯୋଗରେ ମାଆ ଚାରିବା ମୁଣ୍ଡାକୁ ବାମେବାରୀ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି । ପୁଅ ମଂଗଳ ମୁଣ୍ଡା ଅତ୍ୟଧିକ ମଦ୍ୟ ପାନ କରି  ନିଜ ମାଆଙ୍କୁ ମାରପିଟ୍ କରୁଥିଲା । ଶୁକ୍ରବାର ମଂଗଳ ମାଆ ଚାରିବାଙ୍କୁ ଗାଳି ଗୁଲଜ କରିବା ସହ ଆକ୍ରମଣ କରିବାକୁ ଉଦ୍ୟମ କରିଥିଲା । ମାଆ ନିଜକୁ ରକ୍ଷା କରିବାକୁ ଯାଇ ଏକ କାଠଫାଳିଆରେ ପୁଅକୁ ଆକ୍ରମଣ କରିଥିଲା । ତେବେ କାଠଫାଳିଆଟି ମଂଗଲର ମୁଣ୍ଡରେ ବାଜିଥିଲା ଏବଂ ଅତ୍ୟଧିକ ରକ୍ତସ୍ରାବ ଘଟି ତାଙ୍କର ମୃତ୍ୟୁ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.