ନୟାଗଡ ୧୨।୧୨: ପୁଅ ଆକ୍ରମଣରେ ବାପା ଗୁରୁତର ହୋଇଛି । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା ଉଦୟନାଥ ପଟ୍ଟନାୟକଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବଂ ପରେ ଭୁବନେଶ୍ବରକୁ ସ୍ଥାନାନ୍ତର କରାଯାଇଛି । ନୟାଗଡ ଜିଲ୍ଲା ଓଡଗାଁ ଥାନା ଗର୍ଜିନୀ ଗାଁରେ ଘଟିଛି ଘଟଣା । ଉଦୟନାଥଙ୍କ ସାନପୁଅ ପ୍ରତାପ ଏକ ଜମିକୁ ତା ନାମରେ କରାଇଦେବାକୁ ବାପାଙ୍କୁ କହିଥିଲେ । ଏପରି ନକଲେ ହତ୍ୟା କରିବାକୁ ଧମକ ଦେଇଥିଲେ ।
{"id":196716,"sizeSlug":"large"}ତେବେ ଏଥିରେ ରାଜି ନହେବାରୁ ପ୍ରତାପ ହଠାତ୍ ଉଦୟନାଥ ମୁଣ୍ଡକୁ ପଥରରେ ପିଟିଦେବା ସହ ଛୁରିରେ ବେକକୁ କାଟି ଦେଇଥିଲା । ମରଣାନ୍ତକ ଆକ୍ରମଣ କରିବା ପରେ ପ୍ରତାପ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି । ପରିବାର ଲୋକେ ଉଦୟନାଥଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ । ଅବସ୍ଥା ଗୁରୁତର ହେବାରୁ ଡାକ୍ତର ତାଙ୍କୁ ଭୁବନେଶ୍ବରକୁ ସ୍ଥାନାନ୍ତର କରିଛନ୍ତି । ସେପଟେ ଓଡଗାଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।