Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବାଇକ୍‌କୁ ଧକ୍କାଦେଲା ହାଇଓ୍ୱା ଟ୍ରକ, ଆରୋହୀ ମୃତ
  • ||
  • ଷ୍ଟୋକ୍ସଙ୍କ ଧୂଆଁଧାର ଶତକ ଓ ସଞ୍ଜୁଙ୍କ ଦମଦାର ଫିଫ୍ଟି: ୮ ଓ୍ବିକେଟ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ହରାଇଲା ରାଜସ୍ଥାନ ରୟାଲ୍ସ
  • ||

ବିଧାନସଭା ଆଗରେ ଯୁବକଙ୍କ ଅଦ୍ଭୁତ କାରନାମା, ମା’ ବେକରେ ଛୁରୀ ଲଗାଇ କଲା ଚିତ୍କାର

1/10/2020 at 12:38 PM

ଭୁବନେଶ୍ୱର ୦୧/୧୦ : ବିଧାନସଭା ଆଗରେ ଅଦ୍ଭୁତ କାଣ୍ଡ । ବିଧାନସଭା ଆଗରେ ମା’ ବେକରେ ଛୁରୀ ଲଗାଇଲା ପୁଅ । ମାକୁ ଛୁରୀ ଭୁସି ମାରିବାକୁ ଉଦ୍ୟମ କରିଥିଲା ପୁଅ । କଣ ପାଇଁ ପୁଅ ଏହିଭଳି କାଣ୍ଡ କରିଛି ତାର କାରଣ ଅସ୍ପଷ୍ଟ । ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଛି ପୋଲିସ । ଘଟଣାର ତଦନ୍ତ ଆରମ୍ଭ କରିଛି ପୋଲିସ । ମହିଳାଙ୍କୁ ପୋଲିସ ଉଦ୍ଧାର କରିବା ପରେ ପଚରାଉଚୁରା କରିଥିଲା । ମହିଳା କହିଛନ୍ତି ସେ ତାଙ୍କ ନିଜ ପୁଅ । ସେ ତାଙ୍କୁ ଡାକ୍ତରଖାନାକୁ ନେଇ ଆସିଥିଲେ । କିନ୍ତୁ ହଠାତ ବିଧାନସଭା ଆଗରେ ଆସି ତାଙ୍କ ବେକରେ ଛୁରୀ ଲଗାଇ ଚିତ୍କାର କରିଥିଲେ ।

ଯେହେତୁ ବିଧାନସଭା ଅଧିବେଶନ ଜାରି ରହିଛି, ବିଧାନସଭା ଆଗରେ ସୁରଖିକର୍ମୀ ନିୟୋଜିତ ଥିଲେ । ଯୁବକ ଜଣେ ମହିଳାଙ୍କ ବେକରେ ଛୁରୀ ଲଗାଇଥିବା ଦେଖି ସୁରକ୍ଷାକର୍ମୀ ତାଙ୍କ ନିକଟକୁ ଦଉଡି ଆସିଥିଲେ । ପୋଲିସ ଓ ସୁରକ୍ଷାକର୍ମୀ ବହୁ କଷ୍ଟରେ ମହିଳାଙ୍କୁ ଉଦ୍ଧାର କରିଥିଲେ । ତେବେ ମହିଳାଙ୍କ କୌଣସି କ୍ଷତି ହୋଇନାହିଁ । ଯୁବକ ଜଣକ ମାନସିକ ବିକାରଗ୍ରସ୍ତ ନା ଏହି କାଣ୍ଡ ଘଟାଇବା ପଛରେ ଆଉ କିଛି କାରଣ ରହିଛି ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ । ପୋଲିସ ମାମଲାର ତଦନ୍ତ ଜାରି ରଖିଛି । ପୋଲିସ କହିବାନୁଯାୟୀ ଘଟଣା ନିକଟରେ କିଛି କାଗଜପତ୍ର ମଧ୍ୟ ଚିରା ହୋଇ ପଡିଥିଲା । ଯୁବକ ଜଣକ କିଛି ନେତା ମନ୍ତ୍ରୀଙ୍କ ନରେ ଅଭିଯୋଗ ମଧ୍ୟ କରିଛନ୍ତି । ସେ ଜଣେ ଭଲ ଛାତ୍ର ଏବଂ ଏବେ ବିଭିନ୍ନ କମ୍ପିଟେଟିଭ୍‌ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଛନ୍ତି ବୋଲି କହିଛନ୍ତି । 

   Related Posts