Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୦୫ କରୋନା ସଂକ୍ରମିତ, ୧୦୫୦୩୫୪ରେ ପହଞ୍ଚିଲା ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୨୩କୁ ବୃଦ୍ଧି
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୨୧୧ ମୃତ
  • ||
  • ଗୁଜୁରାଟରେ ଓମିକ୍ରନ ଗଞ୍ଜାମକୁ ବିପଦ : ବଢିବ ସଂକ୍ରମଣ ! ସତର୍କ କଲା ପ୍ରଶାସନ
  • ||
  • ଡ୍ରାଇଭରଙ୍କୁ ମାଗିଲେ ଲାଞ୍ଚ, ନଦେବାରୁ ଆକ୍ରମଣ କରି କଲେ ଲହୁଲୁହାଣ
  • ||
  • ଆଉ ବର୍ଷା ନାହିଁ, ବଦଳିବ ପାଗ : ୧୧ରୁ କମିଯିବ ଶୀତ
  • ||
  • ଆସୁଛନ୍ତି ପୁଟିନ : ମୋଦୀଙ୍କୁ ଭେଟିବେ, ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ହେବ ଆଲୋଚନା
  • ||

ଜମିବାଡ଼ିକୁ କେନ୍ଦ୍ରକରି ବାପା-ମାଆଙ୍କୁ କଟୁରୀରେ ହାଣି ଲହୁ ଲୁହାଣ କଲା ପୁଅ

12/07/2021 at 10:14 PM

 ଭୁବନେଶ୍ୱର/ନୟାଗଡ଼, ୧୨/୦୭: ନୟାଗଡ଼ରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ବାପା -ମାଆକୁ କଟୁରିରେ ଜନ୍ମକଲା ପୁଅ ହାଣି ଦେଇଥିବା ଜଣାପଡ଼ିଛି । ନୟାଗଡରୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ଉଭୟ ବାପା ମାଆ । ତାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି । କ୍ୟାପିଟାଲ ହସ୍ପିଟାଲରୁ ଡାକ୍ତର ତାଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯିବା ନେଇ ପରାମର୍ଶ ଦେଇଥିବା ବେଳେ କଟକ ନେବା ପାଇଁ ସେମାନଙ୍କ ବ୍ୟବସ୍ଥା କରାଯାଉଛି । 

ନୟାଗଡ଼ ବରପାଲିରେ ପୁଅ ନିର୍ମଳ ନାହାକ ମାଆ ସତ୍ୟଭାମା ନାହାକ ଓ ବାପା ଉତ୍ସବ ନାହାକଙ୍କୁ କଟୁରିରେ ଆକ୍ରମଣ କରି ଲହୁଲୁହାଣ କରିଥିଲା । ପ୍ରଥମେ ନୟାଗଡ଼ ଡାକ୍ତରଖାନାରେ ଭର୍ତ୍ତି ପରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି । ତାଙ୍କ ମୁଣ୍ଡ, ବେକ, ହାତକୁ କଟୁରିରେ ଆକ୍ରମଣ ହୋଇଛି । ଜଗାବାଡିକୁ କେନ୍ଦ୍ର କରି ବାପା ମାଆକୁ ପୁଅ ଆକ୍ରମଣ କରିଥିବା ଜଣାପଡିଛି ।

   Related Posts