Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ରାଜ୍ୟରେ ୧୫୪୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଡିସେମ୍ବର ୩୧ପୂର୍ବରୁ ବସିବ ବିଧାନସଭାର ଶୀତ ଅଧିବେଶନ
  • ||
  • କରୋନାର ଦୈନିକ ସଂକ୍ରମଣରେ ବୃଦ୍ଧି, ୨୪ଘଣ୍ଟାରେ ୪୩୮୯୩ ନୂଆ ଆକ୍ରାନ୍ତ ଚିହ୍ନଟ
  • ||
  • ଅପରେସନ ଅଲ୍ଆଉଟ୍ : ସେନା ଗୁଳିରେ ୨ ଆତଙ୍କୀ ନିହତ, ବନ୍ଧୁକ ଓ ଗୁଳି ଜବତ
  • ||
  • ବିହାର ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ପାଇଁ ମତଦାନ ଆରମ୍ଭ, ୭୧ଟି ଆସନରେ ଚାଲିଛି ଭୋଟିଂ
  • ||

ମହୁଲ ପାଇଁ ମା-ଭଉଣୀଙ୍କୁ ହାଣିଲା, ଅଭିଯୁକ୍ତ ପୁଅକୁ ଖୋଜୁଛି ପୋଲିସ

30/03/2020 at 3:41 PM

ଅନୁଗୁଳ ୩୦।୦୩: ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ମହୁଲ ପାଇଁ ମା’ ଓ ଭଉଣୀକୁ ପନିକିରେ ହାଣିଦେଲା ପୁଅ । ମା’ ମେର ପ୍ରଧାନ(୬୫) ଓ ଭଉଣୀ ଅଞ୍ଜଳି ପ୍ରଧାନ(୩୦)ଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଅନୁଗୁଳ ଆଠମଲ୍ଲିକ ବ୍ଲକ ମାଧପୁର ପଞ୍ଚାୟତର ଶରଧାପୁର ଗ୍ରାମରେ ଏହି ଘଟଣା ଘଟିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନ୍‌ଭିନ୍‌ ଜାରି ରଖିଛି । ଅଭିଯୁକ୍ତ ଦୁଃଖବନ୍ଧୁ ପ୍ରଧାନ ଘଟଣାସ୍ଥଳରୁ ଫେରାର ହୋଇଯାଇଛି ।

ରବିବାର ଦିନ ସକାଳ ସମୟରେ ମେର ମହୁଲ ସଂଗ୍ରହ ପାଇଁ ଯାଇଥିଲେ । ମାତ୍ର ଭୁଲ୍‌ରେ ସେ ସାନପୁଅ ଦୁଃଖବନ୍ଧୁ ଭାଗରେ ପଡ଼ିଥିବା ମହୁଲ ଗଛରୁ ମହୁଲ ଗୋଟାଇ ଦେଇଥିଲେ । ଏହାକୁ ନେଇ ମା’ ପୁଅଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା । ବଚସା ଏତେ ତୀବ୍ର ରୂପ ନେଇଥିଲା ଯେ, ଦୁଃଖବନ୍ଧୁ ରାଗରେ ମା’ର ମୁଣ୍ଡକୁ ପନିକିରେ ହାଣି ପକାଇଥିଲେ । ମା’ଙ୍କୁ ଉଦ୍ଧାର କଲା ବେଳେ ଭଉଣୀ ଅଞ୍ଜଳି ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ । ତାଙ୍କ ମୁଣ୍ଡରେ ପନିକି ଚୋଟ ବାଜିଥିଲା । ସାହିପଡ଼ିଶା ଉଭୟଙ୍କୁ ଉଦ୍ଧାର କରି ମାଧପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରିଥିଲେ । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡ୍‌ରେ ଉଭୟଙ୍କ ଚିକିତ୍ସା ଚାଲିଛି । ତେବେଅଭିଯୁକ୍ତ ଦୁଃଖବନ୍ଧୁ ପ୍ରଧାନ ଫେରାର୍‌ ଥିବା ବେଳେ ପୁଲିସ୍‌ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଗୁରୁତର ମେରଙ୍କ ୪ ପୁଅ ଓ ଗୋଟିଏ ଝିଅ । ୪ ପୁଅଙ୍କ ବିବାହ ସରିଥିବା ବେଳେ ଝିଅର ବିବାହ ଏପର୍ଯ୍ୟନ୍ତ ହୋଇନି । ୪ ପୁଅଙ୍କ ମଧ୍ୟରେ ଜାଗାବାଡ଼ି ଭାଗବଣ୍ଟା ସରିଛି । ୪ ପୁଅ ଅଲଗା ଚଳୁଥିବା ବେଳେ ମା’ ଓ ଝିଅ ଅଲଗା ରହୁଛନ୍ତି ।

   Related Posts