ପୁଅ ଆକ୍ରମଣରେ ବାପା ଗୁରୁତର

Published By : Prameya-News7 Bureau | December 12, 2019 IST

ନୟାଗଡ ୧୨।୧୨- ପୁଅ ଆକ୍ରମଣରେ ବାପା ଗୁରୁତର । ଗୁରୁତର ଅବସ୍ଥାରେ ବୃଦ୍ଧ ବାପା ଉଦୟନାଥ ପଟନାୟକଙ୍କୁ ପ୍ରଥମେ ନୟାଗଡ ଜିଲ୍ଲା ମୂଖ୍ଯଚିକିତ୍ସାଳୟ ପରେ ଭୂବନେଶ୍ୱରକୁ ସ୍ଥାନାନ୍ତର କରାଯାଇଛି । ଘଟଣା ଘଟିଛି ନୟାଗଡ ଜିଲ୍ଲା ଓଡଗାଁ ଥାନା ଗର୍ଜିନୀ ଗାଁ ରେ । ଉଦୟନାଥଙ୍କ ସାନ ପୁଅ ପ୍ରତାପ ଏକ ଜମିକୁ ନିଜ ନାମରେ କରାଇଦେବାକୁ ବାପାଙ୍କୁ କହିଥିଲେ ।

ଏଥିରେ ରାଜି ନହେବାରୁ ପ୍ରତାପ ହଠାତ୍ ଉଦୟନାଥଙ୍କ ମୁଣ୍ଡକୁ ପଥରରେ ଛେଚିଦେବା ସହ ଛୁରିରେ ଆକ୍ରମଣ କରିଥିଲା । ମରଣାନ୍ତକ ଆକ୍ରମଣ କରିବା ପରେ ପ୍ରତାପ ଘଟଣାସ୍ଥଳରୁ ଫେରାର୍ ହୋଇଯାଇଛି ।  ଓଡଗାଁ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.