Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ବାପାକୁ ହାଣିଲା ପାଗଳ ପୁଅ, ଘରେ ନିଆଁ ଲଗାଇ ଛାତରୁ ଡେଇଁଲା: ଅନ୍ଧାରୁଆରେ ଅଭାବନୀୟ କାଣ୍ଡ

25/01/2020 at 2:28 PM

ବାରଙ୍ଗ ୨୫।୦୧: ଚନ୍ଦକା ଥାନା ଅଧିନସ୍ଥ ଅନ୍ଧାରୁଆ ଗାଁରେ ବାପାକୁ କଟୁରିରେ ହାଣିବା ପରେ ଘରେ ନିଆଁ ଲଗାଇ ଦେଲା ପାଗଳ ପୁଅ । ତେବେ ଲୋକଙ୍କ ଭୟରେ ଘର ଛାତ ଉପରୁ ଡେଇଁ ପଡ଼ିଥିଲା ପାଗଳ ପୁଅ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଆୟତ୍ତ କରିବା ସହ ପାଗଳ ପୁଅକୁ ଉଦ୍ଧାର କରିଛି । ପୋଲିସ ଗୁରୁତର ଅବସ୍ଥାରେ ବାପାକୁ ଉଦ୍ଧାର କରିବା ସହିତ ପୁଅକୁ ଅଟକ ରଖିଛି।

ଅନ୍ଧାରୁଆ ଗାଁର ତଳସାହିରେ ବାସ କରୁଥିବା ଗୋବିନ୍ଦ ବାରିକ(୭୫) ଙ୍କ ବଡ଼ ପୁଅ ରଞ୍ଜିତ ବାରିକ(୪୨) ଜଣେ ମାନସିକ ରୋଗୀ । ରଞ୍ଜିତ ବିବାହ କରିଥିବା ବେଳେ ତାଙ୍କର ଗୋଟିଏ ୧୪ ବର୍ଷର ପୁଅ ମଧ୍ୟ ଅଛି। ଗତ ୬ ଦିନ ତଳେ ତାଙ୍କ ସ୍ତ୍ରୀ କୌଣସି କାରଣରୁ ତାଙ୍କ ବାପ ଘରକୁ ଯାଇଛନ୍ତି । ରଞ୍ଜିତ ମାନସିକ ରୋଗୀ ହୋଇଥିବାରୁ  ତାଙ୍କୁ ନିୟମିତ ଭାବେ ଔଷଧ ଦ୍ୱାରା ନିୟନ୍ତ୍ରଣରେ ରଖାଯାଇଥାଏ । ଶନିବାର ଦିନ ସକାଳ ପ୍ରାୟ ୯ ଟାରୁ ରଞ୍ଜିତଙ୍କ ମାନସିକ ତାଣ୍ଡବ ଆରମ୍ବ ହୋଇଯାଇଥିଲା । ଗାଁରେ ଉଲଗ୍ନ ହୋଇ ବୁଲିବା ସହିତ ଘରେ ପଶି ମାଡପିଟ୍ ଆରମ୍ବ କରିଦେଇଥିଲା । ବାପା ଗୋବିନ୍ଦ ଏହାକୁ ପ୍ରତିବାଦ କରିବାରୁ ରଞ୍ଜିତ ଏକ କଟୁରିରେ ତା ବାପାଙ୍କ ମୁଣ୍ଡକୁ ଚୋଟ ମାରିଥିଲା । ଏବଂ ଏହା ଘର ଭିତରେ ନିଆଁ ଲଗାଇ ଦେଇଥିଲା । ଯାହାକୁ ଦେଖି ସ୍ଥାନୀୟଲୋକେ ପ୍ରଥମେ ଦମକଳ ବାହିନୀ ଏବଂ ଚନ୍ଦକା ଥାନାଙ୍କୁ ସୂଚନା ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି  ବାପା ଗୋବିନ୍ଦଙ୍କୁ ଉଦ୍ଧାର କରିଥିଲେ।

ଲୋକଙ୍କ ଭୟରେ ରଞ୍ଜିତ ଛାତ ଉପରକୁ ଚଢ଼ିଯାଇ ଆଉ ଓହ୍ଲାଇବାକୁ ଅମଙ୍ଗ ହୋଇଥିଲା।  ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ । ଏବଂ ପରେ ରଞ୍ଜିତକୁ ଛାତରୁ ଆଣିବାକୁ ତା ଉପରକୁ ପାଣି ମାରିଥିଲେ। ଆଉ କିଛି ବାଟ ନ ପାଇ ଭୟରେ ରଞ୍ଜିତ ଶେଷରେ ଛାତରୁ ଡେଇଁ ପଡିଲା । ରଞ୍ଜିତ ତଳେ ପଡି ବେହୋସ ହୋଇଯାଇଥିଲେ ବି କୌଣସି କ୍ଷତି ହୋଇ ନାହିଁ।  ବାପା ଗୋବିନ୍ଦଙ୍କ ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି । ରଞ୍ଜିତକୁ ପୋଲିସ ଥାନାରେ ଅଟକ ରଖିଛି । ତେବେ ଘଟଣାସମ୍ପର୍କରେ ଥାନରେ କୌଣସି ଅଭିଯୋଗ ହୋଇନାହିଁ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି  ।

   Related Posts