ହତ୍ୟାକାରୀ ପୁଅ ଗିରଫ, ବାପାକୁ ଟାଙ୍ଗିଆରେ ହାଣି ଫେରାର ଥିଲା

Published By : Prameya-News7 Bureau | June 03, 2021 IST

ଢେଙ୍କାନାଳ ୩।୬: ବାପାକୁ ହତ୍ୟାକରି ଫେରାର ଥିବା ଅଭିଯୁକ୍ତ ପୁଅକୁ ପୋଲିସ ଗିରଫ କରିଛି । ଗତ ମେ’ ମାସ ୨୩ ତାରିଖ ରାତିରେ କଙ୍କଡାହାଡ ଥାନା ଡଙ୍ଗାପାଳ ଗ୍ରାମର ସନାତନ ମହାନ୍ତକୁ ତାଙ୍କ ପୁଅ ତପନ ମହାନ୍ତ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଏଥିରେ ତାଙ୍କ ଭଉଣୀ ବିରୋଧ କରିବାରୁ ସେ ବି ଆକ୍ରମଣର ଶିକାର ହୋଇଥିଲେ । ଗୁରତର ଅବସ୍ଥାରେ ସନାତନକୁ ମେଡିକାଲ ନିଆଯାଉଥିଲା । ମାତ୍ର ବାଟରେ ସନାତନଙ୍କର ମୃତ୍ୟୁ ଘଟିଥିଲା ।

ତେବେ ବାପା ହତ୍ୟାକାରୀ ପୁଅ ଫେରାର ହୋଇଯାଇଥିଲା । ବୁଧବାର ବିଳମ୍ବିତ ରାତିରେ କଙ୍କଡାହାଡ ପୋଲିସ ବିଶେଷସୂତ୍ରରୁ ଖବର ପାଇ କେନ୍ଦୁଝର ଜିଲ୍ଲାରୁ ଅଭିଯୁକ୍ତକୁ ଗିରଫ କରିବା ସହ ଆକ୍ରମଣରେ ବ୍ୟବହୃତ ଟାଙ୍ଗିଆକୁ ଜବତ କରିଛି । ଗୁରୁବାର ଡାକ୍ତରୀ ପରୀକ୍ଷା ପରେ ବିଚାରବିଭାଗୀୟ ହାଜତକୁ ପଠାଯିବ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.