ନିର୍ଦ୍ଦୟ ପୁଅ : ସାମାନ୍ୟ ବଚସାରୁ ବାପାଙ୍କୁ ମାରିଦେଲା, ସାଙ୍ଗ ସହ ଗିରଫ ହେଲା

Published By : Prameya-News7 Bureau | November 17, 2020 IST

ରାଇରଙ୍ଗପୁର ୧୭।୧୧: ଜନ୍ମ କଲା ବାପାକୁ ହତ୍ୟା କରି ପୁଅ ଗିରଫ । ଏପରି ଘଟଣା ଘଟିଛି ବହଳଦା ଥାନା ଗୁହାଳଡାଙ୍ଗରୀ ଗ୍ରାମରେ । କାଳୀ ପୂଜାରେ ଗାଁ ଉତ୍ସବମୁଖର ଥିବା ବେଳେ ଏଭଳି ହତ୍ୟାକାଣ୍ଡ ଚଞ୍ଚଲ୍ୟ ସୃଷ୍ଟି କରିଛି।

ଗତ ୧୩ ତାରିଖ ସନ୍ଧ୍ୟା ବେଳେ ରଘୁଆ ମାଝୀ ନାମକ ବୃଦ୍ଧ (୬୨) ଓ ପୁଅ ଟାଟା ମାଝୀ ମଧ୍ୟରେ ବଚସା ହୋଇଥିଲା । ପୂର୍ବରୁ ମଧ୍ୟ ସବୁବେଳେ ବଚସା ହୁଏ ବାପର ଅତ୍ୟଧିକ ମଦ୍ୟପାନକୁ ନେଇ । ତେବେ ସେଦିନ ପୁଅ ଟାଟା ରାଗରେ ମଦ୍ୟପ ବାପକୁ ଧକ୍କା ଦେଇ ତଳେ ପକାଇ ଦେଇଥିଲା । ଯାହା ଫଳରେ ବାପା ରଘୁଆର ମୁଣ୍ଡରେ ଗଭୀର ଆଘାତ ଲାଗିବା ସହିତ ପ୍ରଚୁର ରକ୍ତ ଶ୍ରାବ ହୋଇଥିଲା । କିନ୍ତୁ ଏତିକିରେ ଉତକ୍ଷିପ୍ତ ପୁଅର କ୍ରୋଧ ଶାନ୍ତ ହୋଇ ନ ଥିଲା । ନିଜର ଜଣେ ସାଙ୍ଗ ଦୀପକ ଘୁଣିଆ ସହିତ ଗାଁ ଦାଣ୍ଡରେ ଘୋଷାରି ଘୋଷାରି ଗାଁ ମୁଣ୍ଡ ବିଲରେ ଫିଙ୍ଗି ଦେଇ ଆସିଥିଲେ ।

{"id":363275,"sizeSlug":"large"}

ଗାଁ ଲୋକଙ୍କ ପାଖରୁ ସୂଚନା ପାଇ ୧୦୮ ଆମ୍ବୁଲାସ ରାଘୁଆକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାରେ ଭର୍ତ୍ତି କରିଥିଲା । କିନ୍ତୁ ପରଦିନ ପୁଅ ବାପାକୁ ଘରକୁ ଫେରାଇ ଆଣିଥିଲା ଓ ୧୫ ତାରିଖ ସକାଳେ ରାଘୁଆର ମୃତ୍ୟୁ ହୋଇଥିଲା । ବହଳଦା ପୋଲିସ ୮୩/୨୦ ନମ୍ବରରେ ୩୦୨ ଓ ୩୪ ଆପିସିରେ ମାମଲା ରୁଜୁ କରିବା ସହିତ ଅଭିଯୁକ୍ତ ପୁଅ ଟାଟା ମାଝୀ ଓ ସହଯୋଗୀ ଦୀପକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.