ଛିଡିଲାନି ସମ୍ପତ୍ତି ଭାଗବଣ୍ଟା, ଉତକ୍ଷିପ୍ତ ହୋଇ ବାପାକୁ ଠେଙ୍ଗାରେ ପିଟି ଗୁରୁତର କଲା ବଡ ପୁଅ

Published By : Prameya-News7 Bureau | September 06, 2020 IST

ସାନଖେମୁଣ୍ଡି, ୦୬।୦୯:  ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଥାନା ଅନ୍ତର୍ଗତ ଗୋକର୍ଣ୍ଣପୁର ଗ୍ରାମରେ ରବିବାର ଏକ ଅଘଟଣ ଘଟିଛି । ପୈତୃକ ସମ୍ପତ୍ତି ବଣ୍ଟନକୁ କେନ୍ଦ୍ରକରି ବାପାକୁ ଠେଙ୍ଗାର ଆକ୍ରମଣ କରି ଗୁରୁତର କରି ପକାଇଛି ପୁଅ ।

ସୂଚନାନୁସାରେ, ଚକ୍ରପାଣି ଦୋରା ନିଜର ତିନି ପୁଅ ଲାଚ୍ଛମେୟା ଦୋରାଙ୍କ ସମେତ ପ୍ରକାଶ ଓ କାଶିଙ୍କ ସହ ରୁହନ୍ତି । ୩୦ ବର୍ଷ ପୂର୍ବେ ଚକ୍ରପାଣି ସମସ୍ତ ସ୍ଥାବର ଓ ଅସ୍ଥାବର ପୈତୃକ ସମ୍ପତ୍ତି ୩ ଜଣଙ୍କ ମଧ୍ୟରେ ବଣ୍ଟନ କରି ଦେଇଥିଲେ  । ତେବେ ମଝିଆ ପୁଅ ପ୍ରକାଶ ସନ୍ୟାସ ହୋଇ ଯାଇଥିବାରୁ ତାଙ୍କ ଭାଗକୁ ଯାହା ସମ୍ପତ୍ତି ପଡିଥିଲା ବାପା ସାନପୁଅ କାଶୀଙ୍କ ନାମରେ କରି ଦେଇଥିଲେ  ।

ଏହାକୁ ନେଇ ରବିବାର ସକାଳ ୧୦ଟାକେ  ବଡପୁଅ ଲାଚ୍ଛମେୟା ବାପାଙ୍କ ସହ ଯୁକ୍ତିତର୍କ କରିଥିଲେ  । ଯାହାଫଳରେ ଉଭୟ ବାପା-ପୁଅ ମଧ୍ୟରେ କଥା କଟାକଟି ହୋଇଥିଲା  । ଏଥିରେ ଲାଚ୍ଛମେୟା ଉତକ୍ଷିପ୍ତ ହୋଇ ଏକ ଠେଙ୍ଗା ସାହାଯ୍ୟରେ ଚକ୍ରପାଣିଙ୍କ ମୁଣ୍ଡକୁ ଶକ୍ତ ପାହାର ପକାଇଥିଲା  । ଏଥିରେ ଚକ୍ରପାଣି ଗୁରୁତର ହୋଇଥିଲେ । ଘଟଣାପରେ ପରିବାର ଲୋକେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଚକ୍ରପାଣିକୁ ଉଦ୍ଧାର କରି ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ  ।

ପ୍ରାଥମିକ ଚିକିତ୍ସାପରେ ଦିଗପହଣ୍ଡି ଥାନାରେ ଚକ୍ରପାଣି ଅଭିଯୁକ୍ତ ବଡପୁଅ ବିରୋଧରେ ଏକ ଲିଖିତ ଅଭିଯୋଗ କରିଥିଲେ  । ଲିଖିତ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆକମ୍ଭ ହୋଇଥିବା ଥାନା ଅଧିକାରୀ ସୂଚନା ଦେଇଛନ୍ତି  ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.