Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ମକର ଯାତ୍ରାରୁ ନାବାଳିକାଙ୍କୁ ଟେକି ନେଇ ନଦୀପଠାରେ ଗଣଦୁଷ୍କର୍ମ, ଥାନାରେ ଏତଲା, ଭାଇରାଲ୍ ଭିଡିଓ ନେଇ ପୋଲିସର ଛାନଭିନ୍
  • ||
  • କେନ୍ଦ୍ରାପଡା : ଚିକିତ୍ସା ଅବହେଳାରୁ ରୋଗୀ ମୃତ୍ୟୁ ଅଭିଯୋଗ, ସିଡିଏମ୍‌ଓଙ୍କ କାର୍ଯ୍ୟାଳୟ ଆଗରେ ମୃତଦେହ ରଖି ପରିବାର ଲୋକଙ୍କ ଧାରଣା
  • ||
  • ବୌଦ୍ଧ : ATMରୁ ବାହାରିଲା କାଗଜ ପେଷ୍ଟ ଥିବା ୨୦ଟି ୫ଶହ ଟଙ୍କିଆ ନୋଟ୍, ଫେରସ୍ତ ନେବାକୁ ମନାକଲା ବ୍ୟାଙ୍କ୍ !
  • ||
  • ଭୁବନେଶ୍ବର : ରାଜ୍ୟରେ ବୁଧବାରଠୁ ପୁଣି ଟିକାକରଣ, ଟିକା ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ଜଣ ସ୍ଵାସ୍ଥ୍ୟକର୍ମୀ
  • ||
  • ସମ୍ବଲପୁର : କିନ୍ନରଙ୍କଠାରୁ ୩ବର୍ଷର ଶିଶୁ କନ୍ୟାକୁ ଉଦ୍ଧାର କଲା ଚାଇଲ୍ଡ ଲାଇନ୍, ଚୋରି ସନ୍ଦେହ
  • ||
  • ଭୁବନେଶ୍ବର : STF ପଞ୍ଝାରେ ଧଳା ଜହର ବେପାରୀ, କୋଟିଏରୁ ଅଧିକ ଟଙ୍କାର ବ୍ରାଉନସୁଗାର ଜବତ
  • ||
  • ନବରଙ୍ଗପୁର : ଚଳନ୍ତା କାର୍‌ରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ
  • ||
  • ଢେଙ୍କାନାଳ : ହାତୀ ପୁଣି ନେଲା ଆଉ ଜଣଙ୍କ ଜୀବନ, ଶୌଚ ହେବାକୁ ଯାଇଥିବା କଚାଡି ମାରିଲା ଦନ୍ତା
  • ||
  • ବଲାଙ୍ଗୀର : ବିଚାରାଧୀନ କଏଦୀ ମୃତ, ହତ୍ୟା ମାମଲାରେ ଥିଲେ ଅଭିଯୁକ୍ତ
  • ||
  • ଶହେ ତଳକୁ ଖସିଲା ଦୈନିକ ସଂକ୍ରମିତଙ୍କ ସଂଖ୍ୟା : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୯ କୋଭିଡ୍ ପଜିଟିଭ୍‌, ୩୩୪୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||

ବାପାକୁ ମାରିବାକୁ ଗୋଡାଇଲେ ପୁଅ ଓ ବୋହୂ, ବାଟ ନପାଇ ଛାତରୁ ଡେଇଁ ପଡିଲେ ବୃଦ୍ଧ, ଚାଲିଗଲା ପ୍ରାଣ

23/11/2020 at 12:58 PM

ଜଗତସିଂହପୁର,୨୩/୧୧: ପୁଅ-ବୋହୂଙ୍କ ନିର୍ଯାତନା ସହି ନ ପାରି ଘର ଛାତ ଉପରୁ ଡେଇଁ ଜଣେ ବୃଦ୍ଧ ଜୀବନ ହାରିଛନ୍ତି। ମୃତ ବ୍ୟକ୍ତି ହେଲେ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅଧୀନ ଅଞ୍ଚଳର ଝାଟୁ ନାୟକ(୬୫) ।

ଝାଟୁ ନାୟକ ପୂର୍ବରୁ ମଧ୍ୟ ପୁଅ-ବୋହୂଙ୍କ ନିର୍ଯାତନାର ଶିକାର ହେଉଥିଲେ । ଯାହା ତାଙ୍କୁ ମାନିସକ ଭାବେ ଗଭୀର ଆଘାତ ଦେଉଥିଲା । ରବିବାର ଦିନ ଧାନ ବିକ୍ରି କରିବା ଘଟଣାକୁ ନେଇ ତାଙ୍କର ପୁଅ ଓ ବୋହୂଙ୍କ ସହ ଗଣ୍ଡଗୋଳ ହୋଇଥିଲା। ଏପରିକି ପୁଅ-ବୋହୂ ତାଙ୍କୁ ମାରିବାକୁ ଗୋଡ଼ାଇଥିଲେ। ଜୀବନ ବିକଳରେ ସେ ଘରର ଛାତ ଉପରକୁ ଉଠି ଆସିଥିଲେ । ପୁଅ-ବୋହୂ ଛାତକୁ ଚାଲି ଆସିବା ଦେଖି ଝାଟୁ ଅନ୍ୟ ଉପାୟ ନ ପାଇ ତଳକୁ ଡେଇଁ ପଡ଼ିଥିଲେ। ଝାଟୁଙ୍କ ପାଟି ଓ ନାକରୁ ପ୍ରବଳ ରକ୍ତସ୍ରାବ ହେଉଥିବା ସବ ମୁଣ୍ଡ ମଧ୍ୟ ଫାଟି ଯାଇଥିଲା । ତୁରନ୍ତ ତାଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ତାଙ୍କର ମୃତ୍ୟୁ ଘଟିଛି । ଏନେଇତିର୍ତ୍ତୋଲ ଥାନାରେ ଏତଲା ଦେଇଛନ୍ତି ମୃତ ଝାଟୁଙ୍କ ପତ୍ନୀ। ମଝିଆଁ ପୁଅ ଓ ବୋହୂଙ୍କ ନାଁରେ ସିଧାସଳଖ ଏତଲା ଦେଇଛନ୍ତି ଅଭିଯୋଗକାରିଣୀ ମା’ ଶ୍ରୀମତୀ ନାୟକ ।

ପୋଲିସର କହିବାନୁସାରେ, ଝାଟୁ ନାୟକଙ୍କ ମଝିଆ ପୁଅ ଶକ୍ତି ପ୍ରସନ୍ନ ନାୟକ ଓ ବୋହୂ ରାଜଲକ୍ଷ୍ମୀ ସେନାପତି ଘରଠାରୁ ଅଲଗା ହୋଇ ରହି ଚଳୁଥିଲେ । ତଥାପି ଏହି ଦମ୍ପତ୍ତି ଅନେକ ସମୟରେ ଝାଟୁ ଓ ପତ୍ନୀଙ୍କୁ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ । ରବିବାର ସକାଳ ୮ଟା ସମୟରେ ଝାଟୁ ଧାନ ବିକ୍ରି କରିବା ସମୟରେ ପପି ଓ ପତ୍ନୀ ରାଜଲକ୍ଷ୍ମୀ ଅତର୍କିତ ଭାବେ ଝାଟୁଙ୍କୁ ଆକ୍ରମଣ କରିଥିଲେ । ଝାଟୁଙ୍କ ପିନ୍ଧା ଗଞ୍ଜିକୁ ଚିରି ଫାଡ଼ି ଦେଇଥିଲେ । ବୋହୂ ଓ ପୁଅଙ୍କର ଏଭଳି ନିର୍ଯାତନା ସଂପର୍କରେ ଗ୍ରାମବାସୀଙ୍କୁ ଜଣାଇଥିଲେ ଝାଟୁ । ଫଳରେ ଘଟଣା ବୁଝାଯିବ ବୋଲି ଗାଁ ମୁରବି ପ୍ରତିଶ୍ରୁତି ଦେଇଥିଲେ ।

ତେବେ ଝାଟୁ ଘରକୁ ଫେରିବା ପରେ କ୍ରୋଧାନ୍ୱିତ ହୋଇ ପୁଅ-ବୋହୂ ଗାଳି ବର୍ଷଣ ଆରମ୍ଭ କରି ଦେଇଥିଲେ। କାହିଁକି ଗାଁରେ ଜଣାଇଲୁ ବୋଲି ଚେତାବନୀ ଦେଇ ଜୀବନ ନେଇଯିବାର ଧମକ ଦିଆଯାଇଥିଲା । ପରେ ପରେ ଏହି ଦମ୍ପତି ଝାଟୁଙ୍କ ଉପରକୁ ହାତ ଉଠାଇଥିଲେ । ଫଳରେ ଜୀବନ ବିକଳରେ ଝାଟୁ ଘରର ଛାତ ଉପରକୁ ଦୌଡ଼ିି ଚାଲି ଯାଇଥିଲେ। ତଥାପି ପୁଅ-ବୋହୂ ଗୋଡ଼େଇ କରି ସେଠି ପହଞ୍ଚି ଯାଇଥିଲେ । କିଛି ଉପାୟ ନପାଇ ଭୟରେ ଝାଟୁ ଛାତରୁ ତଳକୁ ଡେଇଁ ପଡ଼ିଥିଲେ । ସେତେବେଳେ ତଳେ ଝାଟୁଙ୍କ ପତ୍ନୀ ଥିଲେ । ହଠାତ ଶଦ୍ଦ ଶୁଣି ଘଟଣାସ୍ଥଳକୁ ଯାଇ ସ୍ୱାମୀ ତାଙ୍କର ତଳେ ପଡ଼ି ଛଟପଟ ହେଉଥିବା ଦେଖିଥିଲେ । ଏହାପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେ ଚିକିତ୍ସାଧିନ ଅବସ୍ଥାରେ ଜୀବନ ହାରିଛନ୍ତି ।

   Related Posts