Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଗହଣା ଦୋକାନରୁ ଚୋରି, ଛାତ କଣା କରି ଲୁଟିନେଲେ ୨ କିଲୋର ସୁନା ଅଳଙ୍କାର
  • ||
  • ସାରୁଅ ଜମି କେଳେଙ୍କାରୀ : ଓଡିଶା ଇନଫ୍ରାଟେକ୍‌ର ଦୁଇ କର୍ମଚାରୀ ଗିରଫ, ଶ୍ରମିକଙ୍କୁ ଧମକ ଅଭିଯୋଗରେ ବାନ୍ଧିଲା ବାଘମାରୀ ପୋଲିସ
  • ||
  • IPL 2020: ବୁମରା ଓ ବୋଲ୍ଟଙ୍କ ଶାଣିତ ବୋଲିଂ ପରେ ଇଶାନଙ୍କ ଅର୍ଦ୍ଧଶତକ, ୯ ଓ୍ଵିକେଟ୍‌ରେ ଜିତିଲା ମୁମ୍ବାଇ ଇଣ୍ଡିଆନ୍ସ, ଦିଲ୍ଲୀର କ୍ରମାଗତ ଚତୁର୍ଥ ପରାଜୟ
  • ||
  • ଭୁବନେଶ୍ୱର : ଆସିଲା ଅନଲକ୍ ୬.୦ ଗାଇଡ଼ଲାଇନ୍‌
  • ||
  • ଭୁବନେଶ୍ୱର : ରାଜ୍ୟରେ ଆଉ ୧୨ କରୋନା ସଂକ୍ରମିତଙ୍କ ମୃତ୍ୟୁ
  • ||
  • ଭୁବନେଶ୍ୱର : ରାଜ୍ୟରେ ୧୪୭୦ କରୋନା ସଂକ୍ରମିତ ଚିହ୍ନଟ
  • ||
  • ଭୁବନେଶ୍ୱର : ୧୬ତାରିଖରେ ଖୋଲିବ ସ୍କୁଲ, ନବମରୁ ଦ୍ୱାଦଶ ଶ୍ରେଣୀ ଯାଏଁ ପିଲା ପଢିବାକୁ ଆସିବେ
  • ||
  • ଝରକା ତାଡ଼ି ବ୍ୟାଙ୍କରୁ ଲୁଟ୍ ! ପୋଲିସର ତଦନ୍ତ ଜାରି
  • ||
  • ଭୟଙ୍କର ଭୂକମ୍ପରେ ଥରିଲା ତୁର୍କୀ ଓ ଗ୍ରୀସ : ମୃତ୍ୟୁ ସଂଖ୍ୟା ୧୭କୁ ବୃଦ୍ଧି, ୭ ଶହରୁ ଅଧିକ ଆହତ
  • ||
  • ସାଲେପୁର : ଟ୍ରକକୁ ଧକ୍କାଦେଲା ଆଉ ଏକ ଟ୍ରକ, ଜଣେ ମୃତ
  • ||

ହଜିଗଲା ମାନବିକତା : ବୃଦ୍ଧା ବାପା-ମା’ଙ୍କୁ ମାଡ ମାରି ଘରୁ ତଡିଦେଲେ ପୁଅବୋହୂ

3/09/2020 at 9:32 AM

ଭୁବନ ୩।୯: ଲକ୍ଷେ ଶିବ ପୂଜି ପାଇଥିଲେ ପୁଅ କିନ୍ତୁ ପୁଅ ଏବେ ସାଜିଛି ଭଗାରୀ । ଚାରି ଝିଅରେ ଗୋଟିଏ ବୋଲି ପୁଅ । ପୁଅଟିଏ ପାଇଁ କେତେ ଦିଅଁ ଦେବତାଙ୍କ ପାଖରେ ମାନସିକ କରିଥିଲେ । ୩୫ ବର୍ଷ ପୂର୍ବେ ଯେଉଁ ସ୍ବପ୍ନ ଦେଖିଥିଲେ, ତାହା ସବୁ ସ୍ବପ୍ନରେ ରହିଗଲା । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅସୁରବନ୍ଧ ପାଟଣା ଗ୍ରାମରେ ।

ସୂଚନାଯୋଗ୍ୟ ଯେ, ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ ଅସୁରବନ୍ଧ ପାଟଣା ଗ୍ରାମରେ ରୁହନ୍ତି ୮୦ ବର୍ଷ ବୟସ୍କ ବୃଦ୍ଧ ଦୋଳ ସାହୁ ଏବଂ ସ୍ତ୍ରୀ ୭୦ ବର୍ଷ ବୟସ୍କ ବୃଦ୍ଧା ଜହ୍ନ ସାହୁ । ମୁଲ ମଜୁରୀ କରି ପରିବାର ପ୍ରତିପୋଷଣ କରିଥାଆନ୍ତି । ଦୋଳ ସାହୁଙ୍କ ବିବାହ ପରେ ଜନ୍ମ ହୋଇଥିଲେ ୪ ଝିଅ । ପୁଅଟିଏ ପାଇଁ କେତେ ଦିଅଁ ଦେବତାଙ୍କୁ ପୂଜା କରି ଭୋକ ଉପବାସରେ କେତେ ଯେ ଦିନ କାଟିଥିବେ ତାର ହିସାବ ନାହିଁ । ଇଶ୍ବରଙ୍କ ଆଶୀର୍ବାଦରୁ କୋଳକୁ ଆସିଥିଲା ପୁଅଟିଏ । ପରିବାରରେ ଖୁସିର ଲହରୀ ଖେଳିଯାଇଥିଲା । ଏକ ମାତ୍ର ପୁଅ ଭ୍ରମର ବଡ ହେଲାପରେ ବାପାଙ୍କୁ ସାହାଯ୍ୟ କରିବା ପାଇଁ କଲିକତାରେ ଯାଇ କାମଧନ୍ଧା କରିଥିଲେ । ହସିଲା ପୁରିଲା ପରିବାର ଚାରି ଝିଅଙ୍କର ବିବାହ କାର୍ଯ୍ୟ ସାରି ପୁଅକୁ ମଧ୍ୟ ହାତକୁ ଦୁଇ ହାତ କରିଥିଲେ ।

କିନ୍ତୁ କିଛି ବର୍ଷ ପରେ ପରିବାରରେ କାହାର ନଜର ଲାଗିଯାଇଥିଲା । ପୁଅ ଭ୍ରମର ଅଧିକାଂଶ ଦିନ କଲିକତାରେ ରହୁଥିଲେ । ତେଣୁ ଘର କଥା ବେଶି ଜାଣିପାରୁ ନଥିଲେ । ଶାଶୁ ଶ୍ବଶୁରଙ୍କ ସହିତ ବୋହୁ ରଶ୍ମୀତାଙ୍କର ପ୍ରାୟ ସମୟ ଝଗଡା ହୁଏ । ଏପରି ଖବର ପାଇ ଭ୍ରମର କଲିକତାରୁ ଆସି ବାପା-ମା’ଙ୍କୁ ଅଲଗା କରିଦେଇଥିଲା ।

ଦୁଇ ବୃଦ୍ଧା ଅଲଗା ରୋଷେଇ କରି ଖାଇଲେ । ସରକାରଙ୍କଠାରୁ ପାଉଥିବା ଚାଉଳ ଓ ଭତ୍ତା ଟଙ୍କାରେ ଗୁଜୁରାଣ ମେଣ୍ଟିଯାଏ । କରୋନା ମହାମାରୀ ଦିନଠାରୁ ପୁଅ ଭ୍ରମର ଘରେ ଅଛି । ତାଙ୍କର ବି ଦୁଇ ଝିଅ ଓ ଗୋଟିଏ ପୁଅ । କିନ୍ତୁ ଗତକାଲି ସନ୍ଧ୍ୟାରେ ବାପା-ମା’ଙ୍କୁ ପୁଅବୋହୂ ମାଡମାରି ଘରୁ ତଡି ଦେଇଛନ୍ତି । ବୃଦ୍ଧ ଦମ୍ପତ୍ତି ନ୍ୟାୟ ପାଇଁ ଭୁବନ ଥାନାର ଦ୍ବାରସ୍ଥ ହୋଇଛନ୍ତି । ଭୁବନ ପୋଲିସ ଅଭିଯୋଗ ଆଧାରରେ ତଦନ୍ତ ଚଳାଇଥିବା ଜଣାପଡିଛି ।

   Related Posts